ପରିଚାଳନାରେ ବ୍ୟତିକ୍ରମ, ମଧୁର ଜଳ ନଷ୍ଟ

ପାରାଦୀପ, ୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ମୂଷାଡିଆଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) କମ୍ପାନୀ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେତେକ କଠୋର କଟକଣା ଜାରି କରିଛି। ମୁଖ୍ୟତଃ ପାଣି ପରିଚାଳନାରେ ବ୍ୟତିକ୍ରମ ଯୋଗୁ ମଧୁର ଜଳ ନଷ୍ଟ ହେଉଛି ବୋଲି ଉଲ୍ଲେଖ କରାଯାଇଛି। ଉକ୍ତ କମ୍ପାନୀ ବାର୍ଷିକ ୧୨ ମିଲିୟନ ଟନ୍‌ (ଏମ୍‌ଟିପିଏ) ଉତ୍ପାଦନ ପାଇଁ ଆବେଦନ କରିଥିଲେ ହେଁ ୮.୦୭ ଏମ୍‌ଟିପିଏ ପାଇଁ ସ୍ବୀକୃତି ମିଳିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠି (ନଂ.୧୩୨୬୭) ଅନୁସାରେ, ଏହି ସ୍ବୀକୃତି ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିଛି। ଏଥିରେ ଦର୍ଶାଯାଇଛି, ୱାଟର ପ୍ରିଭେନ୍‌ସନ ଆଣ୍ଡ କଣ୍ଟ୍ରୋଲ ପଲ୍ୟୁସନ ଆଇନ ୧୯୭୪ ଧାରା ୨୫ ଓ ୨୬ ଏବଂ ବାୟୁ ପ୍ରଦୂଷଣ ଆଇନ ୧୯୮୧ ଧାରା ୨୧ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏଏମ୍‌ଏନ୍‌ଏସ୍‌ର ଦୁଇଟି ଯାକ ପେଲେଟ ପ୍ଲାଣ୍ଟରୁ ଦିନକୁ ୨୯ ହଜାର ଟନ୍‌ ମଧ୍ୟରେ ଉତ୍ପାଦନ କରିପାରିବେ।

ଏପରି କଟକଣା ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ କୁମାର ଦାଶ କୁହନ୍ତି, ଏଏମ୍‌ଏନ୍‌ଏସ୍‌ (ପୂର୍ବରୁ ଏସାର ଷ୍ଟିଲ୍‌ ଥିଲା) କମ୍ପାନୀ ଲୁହା ପଥର ପଣ୍ୟ ଆଣିବାକୁ ପାଇପ୍‌ ଲାଇନ୍‌ ବ୍ୟବହାର କରେ। ଲୁହାପଥର ଗୁଣ୍ଡକୁ ପାଣିରେ ଭର୍ତ୍ତି କରି ପାଇପ୍‌ ଲାଇନ୍‌ ଯୋଗେ ପାରାଦୀପ କାରଖାନା ପର୍ଯ୍ୟନ୍ତ ଆସିଥାଏ। ଏଥିପାଇଁ କମ୍ପାନୀ ବୈତରଣୀ ନଦୀରୁ ଘଣ୍ଟାକୁ ୭୫୦ କ୍ୟୁ. ମିଟର (ଘନ ମିଟର) ମଧୁର ଜଳ ଆଣିଥାଏ। କାରଖାନାରେ ପହଞ୍ଚତ୍ବା ପରେ ଲୁହାପଥର ପାଣି ଗୋଟିଏ ସ୍ଥାନରେ ରଖାଯାଏ। ସେହି ଲୁହାପଥର ମିଶା ପାଣି କିଛି ସମୟ ସ୍ଥିର ରହିଥାଏ। ପରେ ସେଥିରୁ ପାଣିକୁ ଅଲଗା କରାଯାଇ ଲୁହାପଥରକୁ ବାହାର କରାଯାଏ। ସେହି ପାଣିକୁ ପରିଚାଳନା କରିବା ପାଇଁ ସେଭଳି କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ ଏଏମ୍‌ଏନ୍‌ଏସ୍‌ କମ୍ପାନୀ କରିନାହିଁ। ଉକ୍ତ ପାଣିକୁ କ’ଣ କରୁଛ ବୋଲି ବୋର୍ଡ ପକ୍ଷରୁ ରିପୋର୍ଟ ମଗାଯାଇଥିଲା। ସେଥିରେ କମ୍ପାନୀ ଦର୍ଶାଇଛି, ଉକ୍ତ ପାଣିରୁ ୨୫୦ କ୍ୟୁ.ମିଟର ପାୱାର ପ୍ଲାଣ୍ଟରେ ବ୍ୟବହାର କରୁଛି। ୧୦୦ କ୍ୟୁ.ମିଟର ଫୁଲ ଗଛରେ ଦିଆଯାଉଛି। ଅବଶିଷ୍ଟ ୪୦୦ କ୍ୟୁ.ମିଟର ପାଣି ହିସାବ ମିଳୁନାହିଁ। ଏଥିରୁ ସ୍ପଷ୍ଟ ସେହି ପ୍ରଦୂଷିତ ପାଣିକୁ ଲୁକ୍କାୟିତ ଭାବେ ନଦୀ କିମ୍ବା ସମୁଦ୍ରରେ ଛଡାଯାଉଛି। ଯେଉଁଥିପାଇଁ କମ୍ପାନୀକୁ ୮.୦୭ ଏମ୍‌ଟିପିଏ ପାଇଁ ଅଙ୍କୁଶ ଲଗାଯାଇଛି। ସେହି ମଧୁର ପାଣିକୁ ଶୋଧନ କରି କାମରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଦାଶ କହିଛନ୍ତି।

ସୂଚନାଯୋଗ୍ୟ, ପାରାଦୀପ ଶିଳ୍ପାଞ୍ଚଳର ଏକମାତ୍ର ଜଳ ଉତ୍ସ ହେଲା ତାଳଦଣ୍ଡା କେନାଲ। ୨୦୧୩ରୁ ତାଳଦଣ୍ଡା କେନାଲ ଖରାଦିନେ ଆବଶ୍ୟକ ପାଣି ଯୋଗାଇ ପାରୁନାହିଁ। ଯାହାଦ୍ୱାରା ଖରାଦିନେ ପାରାଦୀପରେ ଜଳ ସଙ୍କଟ ଲାଗି ରହୁଛି। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ କମ୍ପାନୀର ଜନସମ୍ପର୍କ ଅଧିକାରୀ ରବିନାରାୟଣ ପୃଷ୍ଟିଙ୍କୁ ଗତ ୮ ଦିନ ହେଲା ଏହି ଦୁଇଟି ପ୍ରସଙ୍ଗ ଉପରେ ପଚରାଯାଇଥିଲା। ସେ ଉପରିସ୍ଥ ଅଧିକାରୀଙ୍କ ପାଖରୁ ମତାମତ ଆଣିବେ କହି ସମୟ ଗଡାଇ ଚାଲିଛନ୍ତି। ଏପରି କି ଲିଖିତ ଭାବେ ମତାମତ ମାଗିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri