Posted inଖେଳ

ରାଜ୍ୟ ଜୁନିୟର କୁସ୍ତି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କୁସ୍ତି ଆସୋସିଏଶନ ଆନୁକୂଲ୍ୟରେ କଟକର ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଜୁନିୟର ଏବଂ କ୍ୟାଡେଟ୍‌ ବାଳକ ଫ୍ରିଷ୍ଟାଇଲ କୁସ୍ତି ପ୍ରତିଯୋଗିତା ସୋମବାର ଆରମ୍ଭ ହୋଇଛି। ଜୁନିୟର ବିଭାଗରେ ୧୮ରୁ ୨୦ ବର୍ଷ ବର୍ଗରେ ୫୭, ୬୧, ୬୫, ୭୦, ୭୪, ୭୯ ଓ ୮୬ କେଜି ବିଭାଗରେ ଏବଂ କ୍ୟାଡେଟ୍‌ ବାଳକ ସବ୍‌ଜୁନିୟର ୧୬-୧୭ ବୟସ ବର୍ଗରେ ୪୫, ୪୮, ୫୧, ୫୫, ୬୦, ୬୫, ୭୧ ଓ ୮୦ କେଜି ବିଭାଗରେ ପ୍ରତିଯୋଗିତା ହେଉଛି। ପ୍ରତିଯୋଗିତାରେ ୫ ଜିଲା ପୁରୀ, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା ଓ କଟକରୁ ୪୫ ରେସ୍‌ଲର ଅଂଶଗ୍ରହଣ କରିଛନ୍ତି। ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଆୟୋଜକ ଆସୋସିଏଶନ ସଭାପତି ରାମଚନ୍ଦ୍ର ପାଢ଼ୀ, ସମ୍ପାଦକ କିଶୋର ବେହେରା, ପୂର୍ବତନ ସମ୍ପାଦକ ବିନୋଦ କୁମାର ଦାସ, ଉପସଭାପତି ଦେବେନ୍ଦ୍ର ସାହୁ, ପରାମର୍ଶଦାତା ନୀଳମଣି ସାହୁ, ବିରଜା ପ୍ରସାଦ ଦାସ, କୋଷାଧ୍ୟକ୍ଷ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସଏଲ ୨୦୨୦: ଗୋଆ-ମୁମ୍ବାଇ ସିଟି ମୁକାବିଲା

ମାର୍ଗାଓ, ୨୫।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ରେ ବୁଧବାର ଏଫସି ଗୋଆ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ...

୫ ମ୍ୟାଚ୍‌ରେ ଋତୁରାଜଙ୍କ ଚତୁର୍ଥ ଶତକ

ରାଜକୋଟ,୧୪।୧୨: ଚଳିତ ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ଅଧିନାୟକ ତଥା ଓପନର ଋତୁରାଜ ଗାଏକ୍ୱାଡ ତାଙ୍କର ଦମ୍‌ଦାର ଫର୍ମ ଜାରି ରଖିଛନ୍ତି। ସେ ଏପର୍ଯ୍ୟନ୍ତ ୫ଟି...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବ ଭାରତୀୟ ମହିଳା କ୍ରିକେଟ ଦଳ

ଦୁବାଇ, ୨୬।୪- ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ଏହି ମଲ୍ଟି ସ୍ପୋଟର୍‌ସ ଇଭେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି...

ବିସିସିଆଇ ଲଗାଇଥିଲା ବ୍ୟାନ୍‌; ଏବେ ଜୋତା ବିକୁଛନ୍ତି ଅମ୍ପାୟାର

ଲାହୋର,୨୪।୬: ପାକିସ୍ତାନର ସର୍ବୋତ୍ତମ ଅମ୍ପାୟାରଙ୍କ ମଧ୍ୟରୁ ଆସାଦ ରାଉଫ ଜଣେ। ସେ ତାଙ୍କ ୧୩ ବର୍ଷ କ୍ୟାରିୟରରେ ୪୯ ଟେଷ୍ଟ, ୯୮ ଦିନିକିଆ ଏବଂ ୨୩...

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ...

ପ୍ରଥମ ଥର ସ୍ବାମୀଙ୍କ ଖେଳ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଏହି ଖେଳାଳିଙ୍କ ସ୍ତ୍ରୀ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ମିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୮ ଉଇକେଟରେ...

କିରେନ ରିଜିଜୁଙ୍କୁ କରୋନା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସେ ଫିଟ୍‌ ଓ ସୁସ୍ଥ ଅନୁଭବ କରୁଥିବା ଶନିବାର ପ୍ରକାଶ କରିଛନ୍ତି।...

ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାମିଙ୍କ ନିବେଦନ

କିଙ୍ଗଷ୍ଟନ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାରା କ୍ରିକେଟ ଜଗତକୁ ନିବେଦନ କରିଛନ୍ତି ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ ଡାରେନ ସାମି। ଅନ୍ତର୍ଜାତୀୟ କ୍ରିକେଟ...

Advertisement
Archives

Model This Week