ରାଜ୍ୟ ସରକାର ଆଣିବେ ‘ଗୁଣ୍ଡା’ ଆଇନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସାବାଡ଼ ହେବେ। ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ। ଗୁଜରାଟ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ଖୁବ୍‌ଶୀଘ୍ର ନୂଆ ଗୁଣ୍ଡା ନିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠା ଆଇନ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ଏହି ଆଇନ କାର୍ଯ୍ୟକାରୀ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମାଦ ଗଣିବେ। ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ ହେବ। ଏହି ଆଇନ ବଳରେ ଅପରାଧରୁ ଉପାର୍ଜିତ ଧନକୁ ବାଜ୍ୟାପ୍ତ କରିବା କ୍ଷମତା ଜିଲାପାଳଙ୍କଠାରେ ନ୍ୟସ୍ତ ହେବ। ସେଭଳି ଅପରାଧୀଙ୍କୁ ସାହାଯ୍ୟ ସହଯୋଗ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ରହିବ। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଆଇନ କାର୍ଯ୍ୟକାରୀ କରାଯିବ।
ପ୍ରସ୍ତାବିତ ଗୁଣ୍ଡା ଆଇନ ଏବେ ଡ୍ରାଫ୍ଟ ଆକାରରେ ଅଛି। ଆଇନ ବିଭାଗ ଏହି ପ୍ରସ୍ତାବିତ ବିଲ୍‌ ଉପରେ ତର୍ଜମା ଚଳାଇଛିି। ପ୍ରସ୍ତାବିତ ବିଲ୍‌ର ନାଁ  ରହିଛି ଓଡ଼ିଶା ଗୁଣ୍ଡା ଆଣ୍ଡ ଆଣ୍ଟି ସୋସିଆଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନଶନ୍‌) ବିଲ୍‌। ଆଇନ ବିଭାଗର ସବୁଜ ସଙ୍କେତ ପରେ କ୍ୟାବିନେଟ ମଞ୍ଜୁରୀ ମିଳିଲେ ବିଧାନସଭାରେ ଆଗତ ହେବ। କଟକ, ଭୁବନେଶ୍ୱର ସହ ରାଜ୍ୟର ସହରାଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି। ଦାଦାଗିରି, ଜୋରଜବରଦସ୍ତି ଟଙ୍କା ଆଦାୟ, ସୁପାରି କିଲିଂ, ଜମି ଜବରଦଖଲ, ଅପହରଣ ଭଳି ଘଟଣା ବଢୁଛି। କିଛି ସ୍ଥାନରେ ସରକାରୀ ଅଫିସରଙ୍କ ଛତ୍ରଛାୟାରେ ଅପରାଧୀମାନେ ଅପରାଧର କାୟା ମେଲାଉଛନ୍ତି। କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ଅଫିସର ଚୁପ୍‌ ରହୁଥିବା ଘଟଣା ସାମ୍‌ନାକୁ ଆସିଛି। ଏହି ବିଲ୍‌ ଆସିଲେ ସରକାର ଜଣେ ବ୍ୟକ୍ତିଙ୍କୁ ଗୁଣ୍ଡା ଘୋଷଣା କରିପାରିବେ।
ଏହି ଆଇନ ବଳରେ ଜଣେ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୭ ବର୍ଷ ଜେଲଦଣ୍ଡ ଭୋଗିବ। ଅପରାଧ କରି ସମ୍ପତ୍ତି ବଢ଼ାଇଥିଲେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ ପୂର୍ବରୁ ସମ୍ପତ୍ତି ବାଜ୍ୟାପ୍ତି ହେବ। ସ୍ବତନ୍ତ୍ର କୋର୍ଟରେ ଏଭଳି ମାମଲାର ଶୁଣାଣି ହେବ। କୌଣସି ଅପରାଧୀ ସହ ସମ୍ପୃକ୍ତ ଜଣାପଡ଼ିଲେ ସରକାରୀ ଅଫିସରଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ୍‌ ଦଣ୍ଡାଦେଶ ବ୍ୟବସ୍ଥା ରହିବ। ମାମଲାରେ ସାକ୍ଷୀଙ୍କ ନାଁ, ଠିକଣା ଗୋପନ ରହିବ। କେସ୍‌ ରେକର୍ଡସ କିମ୍ବା ରାୟ କପିରେ ସାକ୍ଷୀଙ୍କର କୌଣସି ତଥ୍ୟ ରହିବ ନାହିଁ। ସୂଚନାଯୋଗ୍ୟ ଯେ ଗୁଜରାଟ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଗୁଣ୍ଡା ଆଇନ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?