ରାଜ୍ୟ ସରକାର ଆଣିବେ ‘ଗୁଣ୍ଡା’ ଆଇନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ସାବାଡ଼ ହେବେ। ସଂଗଠିତ ଅପରାଧ କଲେ କଡ଼ା ଶାସ୍ତି ମିଳିବ। ଗୁଜରାଟ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ଖୁବ୍‌ଶୀଘ୍ର ନୂଆ ଗୁଣ୍ଡା ନିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠା ଆଇନ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ଏହି ଆଇନ କାର୍ଯ୍ୟକାରୀ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମାଦ ଗଣିବେ। ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ ହେବ। ଏହି ଆଇନ ବଳରେ ଅପରାଧରୁ ଉପାର୍ଜିତ ଧନକୁ ବାଜ୍ୟାପ୍ତ କରିବା କ୍ଷମତା ଜିଲାପାଳଙ୍କଠାରେ ନ୍ୟସ୍ତ ହେବ। ସେଭଳି ଅପରାଧୀଙ୍କୁ ସାହାଯ୍ୟ ସହଯୋଗ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ରହିବ। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଆଇନ କାର୍ଯ୍ୟକାରୀ କରାଯିବ।
ପ୍ରସ୍ତାବିତ ଗୁଣ୍ଡା ଆଇନ ଏବେ ଡ୍ରାଫ୍ଟ ଆକାରରେ ଅଛି। ଆଇନ ବିଭାଗ ଏହି ପ୍ରସ୍ତାବିତ ବିଲ୍‌ ଉପରେ ତର୍ଜମା ଚଳାଇଛିି। ପ୍ରସ୍ତାବିତ ବିଲ୍‌ର ନାଁ  ରହିଛି ଓଡ଼ିଶା ଗୁଣ୍ଡା ଆଣ୍ଡ ଆଣ୍ଟି ସୋସିଆଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନଶନ୍‌) ବିଲ୍‌। ଆଇନ ବିଭାଗର ସବୁଜ ସଙ୍କେତ ପରେ କ୍ୟାବିନେଟ ମଞ୍ଜୁରୀ ମିଳିଲେ ବିଧାନସଭାରେ ଆଗତ ହେବ। କଟକ, ଭୁବନେଶ୍ୱର ସହ ରାଜ୍ୟର ସହରାଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି। ଦାଦାଗିରି, ଜୋରଜବରଦସ୍ତି ଟଙ୍କା ଆଦାୟ, ସୁପାରି କିଲିଂ, ଜମି ଜବରଦଖଲ, ଅପହରଣ ଭଳି ଘଟଣା ବଢୁଛି। କିଛି ସ୍ଥାନରେ ସରକାରୀ ଅଫିସରଙ୍କ ଛତ୍ରଛାୟାରେ ଅପରାଧୀମାନେ ଅପରାଧର କାୟା ମେଲାଉଛନ୍ତି। କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ଅଫିସର ଚୁପ୍‌ ରହୁଥିବା ଘଟଣା ସାମ୍‌ନାକୁ ଆସିଛି। ଏହି ବିଲ୍‌ ଆସିଲେ ସରକାର ଜଣେ ବ୍ୟକ୍ତିଙ୍କୁ ଗୁଣ୍ଡା ଘୋଷଣା କରିପାରିବେ।
ଏହି ଆଇନ ବଳରେ ଜଣେ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୭ ବର୍ଷ ଜେଲଦଣ୍ଡ ଭୋଗିବ। ଅପରାଧ କରି ସମ୍ପତ୍ତି ବଢ଼ାଇଥିଲେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ ପୂର୍ବରୁ ସମ୍ପତ୍ତି ବାଜ୍ୟାପ୍ତି ହେବ। ସ୍ବତନ୍ତ୍ର କୋର୍ଟରେ ଏଭଳି ମାମଲାର ଶୁଣାଣି ହେବ। କୌଣସି ଅପରାଧୀ ସହ ସମ୍ପୃକ୍ତ ଜଣାପଡ଼ିଲେ ସରକାରୀ ଅଫିସରଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ୍‌ ଦଣ୍ଡାଦେଶ ବ୍ୟବସ୍ଥା ରହିବ। ମାମଲାରେ ସାକ୍ଷୀଙ୍କ ନାଁ, ଠିକଣା ଗୋପନ ରହିବ। କେସ୍‌ ରେକର୍ଡସ କିମ୍ବା ରାୟ କପିରେ ସାକ୍ଷୀଙ୍କର କୌଣସି ତଥ୍ୟ ରହିବ ନାହିଁ। ସୂଚନାଯୋଗ୍ୟ ଯେ ଗୁଜରାଟ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଗୁଣ୍ଡା ଆଇନ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri