ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ

ଯାଜପୁର ଅଫିସ, ୭ା୧୧: ଖର୍ଚ୍ଚ ଭାଗବଣ୍ଟା (କଷ୍ଟ ଶେୟାରିଂ) ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ଓଡ଼ିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟ ଠିକଭାବେ ଆଗକୁ ବଢ଼ିପାରୁନାହିଁ। ଏଥିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁର ହେବାର ୨୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ମାତ୍ର ୩୯% କାମ ସମ୍ପୂର୍ଣ୍ଣ ହୋଇଥିବା ଏବଂ ଅନୁଦାନର ୪୩% ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାର ସମାଧାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବୈଠକ ବସୁଥିଲେ ହେଁ କିଛି ସୁଫଳ ମିଳିପାରୁ ନାହିଁ। ଫଳରେ ଉକ୍ତ ରେଳ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ସମୟସୀମା ବଢ଼ିବାରେ ଲାଗିଛି। ଏହିକ୍ରମରେ ଭାରତ ସରକାରଙ୍କ କ୍ୟାବିନେଟ ସେକ୍ରେଟେରିଏଟ୍‌, ରାଷ୍ଟ୍ରପତି ଭବନ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହାସହ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛ କଟା ବାବଦ କ୍ଷତିପୂରଣ, ଏଫ୍‌ଆର୍‌ଏ(ଫରେଷ୍ଟ ରାଇଟ ଆକ୍ଟ) ସାର୍ଟିଫିକେଟ, ବନ୍ୟଜନ୍ତୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ଓଡ଼ିଶାର କେତେକ ରେଳ ପ୍ରକଳ୍ପ କାର୍ଯ୍ୟ ନୈରାଶ୍ୟଜନକ ରହିଛି।
୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୨୮୯ କି.ମି. ରେଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ଏବଂ ୨୦୦୧ ଜୁନରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଦୀର୍ଘ ୨୬ ବର୍ଷ ହେବ ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଲାଖିଛି। ପୂର୍ବରୁ ୨୦୧୮ ଜାନୁୟାରୀ ସୁଦ୍ଧା ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଥିଲା। ତାହା ଏବେ ବୃଦ୍ଧି ପାଇ ଡିସେମ୍ବର ୨୦୨୪ରେ ପହଞ୍ଚିଛି। ପୂର୍ବରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୫୫.୩୫ କୋଟି ଟଙ୍କା ରହିଥିଲାବେଳେ ବର୍ତ୍ତମାନ ୩୭୯୧.୬୬ କୋଟି ଟଙ୍କାକୁ ପହଞ୍ଚିଲାଣି। ଏହି ପ୍ରକଳ୍ପର ୧୧୨-୨୮୯ କିମି ଅଞ୍ଚଳ ଜମିକୁ ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଇଦେବାକୁ କଷ୍ଟ ଶେୟାରିଂ ଚୁକ୍ତିରେ ନିଷ୍ପତ୍ତି ହୋଇଥିଲା। ଉକ୍ତ ୧୭୭ କି.ମି. ରେଳଲାଇନ ନିର୍ମାଣ ବାବଦକୁ ଖର୍ଚ୍ଚ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ମିଳିତ ଭାବେ ୫୦%-୫୦% ଅନୁଦାନ ପ୍ରଦାନ କରିବେ। ଅନ୍ୟପକ୍ଷେ ୦-୧୧୨ କି.ମି. ପର୍ଯ୍ୟନ୍ତ ନିର୍ମାଣ ବାବଦ ସମସ୍ତ ଖର୍ଚ୍ଚ ରେଳ ମନ୍ତ୍ରଣାଳୟ ପକ୍ଷରୁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହିସବୁ ନିଷ୍ପତ୍ତି ଏଯାଏ କେବଳ କାଗଜ କଲମରେ ସୀମିତ ରହିଛି। ନୟାଗଡ଼ ଓ ବୌଦ୍ଧ ଜିଲାର ୨୬୨.୨୫୫ ହେକ୍ଟର ବେସରକାରୀ ଜମି ରେଲଓ୍ବେ କର୍ତ୍ତୃପକ୍ଷକୁ ହସ୍ତାନ୍ତର ହୋଇ ପାରିନାହିଁ। ଏହାବାଦ ୧୧୨-୧୮୦ କି.ମି. ମଧ୍ୟରେ ୫୯୪.୬୧୮ ହେକ୍ଟର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଷ୍ଟେଜ-୧ ଏବଂ ୧୮୦-୨୮୯ କି.ମି. ମଧ୍ୟରେ ଥିବା ୮୨.୯୯ ହେକ୍ଟର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଷ୍ଟେଜ-୨ କ୍ଲିୟରାନ୍ସ ଅଟକି ରହିଛି। ସୁବର୍ଣ୍ଣପୁର ଜିଲାର ୯.୮୮୧ ହେକ୍ଟର ଓ ବଲାଙ୍ଗୀର ଜିଲାର ୧.୩୩୫ ହେକ୍ଟର ବେସରକାରୀ ଜମି ଏଯାଏ ସିଧାସଳଖ କ୍ରୟ କରାଯାଇ ପାରିନାହିଁ। ଏହିସବୁ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିରୁ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପ୍ରମୁଖ କାରଣ ବୋଲି ସ୍ପଷ୍ଟ ମନେ ହେଉଛି। କେବଳ ବୈଠକଗୁଡିକରେ ପରବର୍ତ୍ତୀ ପଦକ୍ଷେପ ସୀମିତ ରହୁଥିବାରୁ ଏହି ପ୍ରକଳ୍ପର ଅଗ୍ରଗତି ୫୦%କୁ ବି ଛୁଇଁପାରିନାହିଁ।
ଜୟପୁର-ମାଲକାନଗିରି ୧୨୬ କି.ମି. ନୂଆ ରେଳପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଶୂନ ରହିଛି। ଏଯାଏ ମାତ୍ର ୦.୨୬% ଅନୁଦାନ ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପ ନିର୍ମାଣ କରିବାକୁ ୨୩୪୩.୬୪ କୋଟି ଟଙ୍କା ଅଟକଳ ହୋଇଛି। ଏଥିରେ ଓଡ଼ିଶା ଜମି ବାବଦକୁ ଖର୍ଚ୍ଚ ୨୫ ପ୍ରତିଶତ ଏବଂ ନିର୍ମାଣ ଖର୍ଚ୍ଚ ବାବଦକୁ ୫୮୫.୯୧ କୋଟି ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି। ବାକି ୭୫% ଜମି ବାବଦ ଖର୍ଚ୍ଚ ଏବଂ ନିର୍ମାଣ ଖର୍ଚ୍ଚ ୧୭୫୭.୭୩ କୋଟି ଟଙ୍କା ରେଳ ମନ୍ତ୍ରଣାଳୟ ପକ୍ଷରୁ ବହନ ହେବ ବୋଲି ଚୁକ୍ତି ହୋଇଛି। ହେଲେ ଏଯାଏ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଦୌ ଜମି ହସ୍ତାନ୍ତର ହୋଇନାହିଁ। ରାଜ୍ୟ ସରକାରଙ୍କୁ ୧୬୭୬ ଏକର ରାଜସ୍ବ ଜମି ଓ ୧୧୫୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ଜୟପୁର-ନବରଙ୍ଗପୁର ୪୧.୯ କି.ମି. ନୂଆ ରେଳ ପ୍ରକଳ୍ପର ଅଗ୍ରଗତି ମଧ୍ୟ ଅନୁରୂପ ପରିସ୍ଥିତିରେ ଅଟକିଛି। ଏହି ପ୍ରକଳ୍ପ ପାଇଁ ୭୪୭.୯୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପ୍ରକଳ୍ପରେ ସମୁଦାୟ ଜମି ଏବଂ ନିର୍ମାଣ ଖର୍ଚ୍ଚ ବାବଦକୁ ୪୨୫.୫୮ କୋଟି ଟଙ୍କା ଓଡ଼ିଶା ସରକାର ବହନ କରିବେ। ରେଳ ମନ୍ତ୍ରଣାଳୟ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ବାବଦକୁ ୩୨୨.୩୫ କୋଟି ଟଙ୍କା ବହନ କରିବ ବୋଲି ନିଷ୍ପତ୍ତି ହୋଇଛି। ହେଲେ ଏଯାଏ ଓଡ଼ିଶା ସରକାର ଆଦୌ ଜମି ହସ୍ତାନ୍ତର କରି ପାରିନାହାନ୍ତି। ୮୬୦ ଏକର ରାଜସ୍ବ ଜମି ଅଧିଗ୍ରହଣ ଏବଂ ୯,୬୯୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ତତ୍ପରତା ପ୍ରକାଶ କରିବାକୁ ରିପୋର୍ଟରେ ଦର୍ଶାଯାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?