ମଦମୁକ୍ତ ହେଉ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଆସନ୍ତା ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଶନିବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ରାଜନୈତିକ ଦଳଗୁଡ଼ିକ ଗୁରୁତ୍ୱ ଦେଇଛନ୍ତି। ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି।
ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବଢ଼ାଇବା ସହ ଭୋଟଦାନ ଅବଧି ଆଉ ୨ ଘଣ୍ଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ୮୦ ହଜାର ଟଙ୍କାରୁ ବଢ଼ାଇ ୨ ଲକ୍ଷ ଏବଂ ଜିଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି।
ଆସନ୍ତା ନିର୍ବାଚନରେ ନିର୍ଭୁଲ ଏବଂ ଠିକ୍‌ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ କମିଶନର ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବା ସହ ସେମାନଙ୍କର ପରାମର୍ଶ ଓ ସହଯୋଗ ଲୋଡ଼ିଛନ୍ତି। ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଅବଧି, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟଗ୍ରହଣ ଅବଧି, ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି। ଚଳିତ ସାଧାରଣ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ଗ୍ରାମ ପଞ୍ଚାୟତ ପୁନର୍ଗଠନ କାର୍ଯ୍ୟ ନ କରିବା ପାଇଁ ସ୍ଥିର ହୋଇଛି। ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଭୋଟଗ୍ରହଣ କେନ୍ଦ୍ର ହେବ। ଏହି ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ଯେପରି ସରକାରୀ ଓ ଅର୍ଦ୍ଧସରକାରୀ ଅନୁଷ୍ଠାନରେ ହେବ ସେଥିପ୍ରତି ଜିଲାପାଳମାନେ ଦୃଷ୍ଟି ଦେବେ। କମିଶନ ଜିଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ସୁଦ୍ଧା ଯେଉଁ ପୁରୁଷ ଓ ମହିଳାଙ୍କ ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ରହିବ। ଏଥିପାଇଁ ୨୦୨୧ ନଭେମ୍ବର ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ରଖାଯିବ। ବୈଠକରେ ଏନେଇ ଆଲୋଚନା କରାଯିବା ସହ ରାଜନୈତିକ ଦଳଗୁଡ଼ିକର ମତ ଲୋଡ଼ାଯାଇଛି।

ସଂଶୋଧନ ସହିତ ଚିଠା ଭୋଟର ତାଲିକା ୪-୫ ଦିନ ପାଇଁ ପ୍ରକାଶିତ ହେବ। କୌଣସି ବ୍ୟକ୍ତି ଇଲେକ୍ଟୋରାଲ ରେଜିଷ୍ଟ୍ରେଶନ ଅଫିସରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୁଷ୍ଟ ହେଲେ ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ କରିପାରିବେ। ବ୍ଲକ ଉନ୍ନୟନ ଅଧିକାରୀ ପୁନଃତଦନ୍ତ କରି ଫଇସଲା କରିବେ ଏବଂ ଆବଶ୍ୟକ ସ୍ଥଳେ ଭୋଟର ତାଲିକାରେ ସଂଶୋଧନ କରିବେ। ସମସ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟଗ୍ରହଣ ସମୟ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିଛି। ଚଳିତ ସାଧାରଣ ନିର୍ବାଚନରେ ଭୋଟ ଗଣତି ଭୋଟଗ୍ରହଣ କେନ୍ଦ୍ରରେ ନ ହୋଇ ବ୍ଲକ୍‌ ମୁଖ୍ୟାଳୟରେ ହେଉଥିବାରୁ ଭୋଟ ଗ୍ରହଣ ଅବଧି ବୃଦ୍ଧି କରିବା ନେଇ କମିଶନର ରାଜନୈତିକ ଦଳଗୁଡ଼ିକଠାରୁ ମତାମତ ଲୋଡ଼ିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହାର ହେଉଥିବା ଯାନ ସଂଖ୍ୟା ବଳବତ୍ତର ରହିଛି। ଜିଲା ପରିଷଦ ସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ହୋଇଥିବା ବେଳେ ୨ ଗୋଟି ଚାରିଚକିଆ ଏବଂ ୪ଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ।
ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚମାନଙ୍କ ନିମନ୍ତେ ନିର୍ବାଚନୀ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ରହିଥିବାବେଳେ ଗୋଟିଏ ଚାରିଚକିଆ ଏବଂ ୨ଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବା ଲକ୍ଷ୍ୟରେ ଚଳିତ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନୂଆ ଭାବେ ଭୋଟ ପରିଚୟ ପତ୍ର ନମ୍ବର ରହିବ। ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ କଳା ଟଙ୍କାର ଅପବ୍ୟବହାର ରୋକିବା ପାଇଁ ନିର୍ବାଚନର କିଛିଦିନ ପୂର୍ବରୁ ମଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବିଭିିନ୍ନ ରାଜନୈତିକ ଦଳମାନେ କମିଶନରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ରାଜନୈତିକ ଦଳମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତାବକୁ ରାଜ୍ୟ ନିର୍ବାଚନ କମିଶନର ଶୁଣିବା ସହ ପରବର୍ତ୍ତୀ ସମୟରେ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ଏହି ବୈଠକରେ ୧୮ଟି ରାଜନୈତିକ ଦଳର ୨୭ ଜଣ ପ୍ରତିନିଧିଙ୍କ ସମେତ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର, ଉପସଚିବ ଆଜାଦ ହିନ୍ଦ୍‌ ପାଣିଗ୍ରାହୀ ଏବଂ ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

ଭାଜପା ରାଜ୍ୟ ସଭାପତିଙ୍କ କେସିଙ୍ଗା ଗସ୍ତ, କର୍ମୀଙ୍କ ଏକାଠି କରି…

କେସିଙ୍ଗା,୧୦ା୭(ତୁମେଶ୍ୱର ସାହୁ): ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri