Posted inଖେଳ

ଘରେ ବସି ଷ୍ଟାଡିୟମ ଅନୁଭୂତି

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ୧୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ହକି ଫ୍ୟାନ୍‌ଙ୍କ ପାଇଁ ଏକ ମେଟାଭର୍ସ ଲଞ୍ଚ୍‌ କରିଛି ହକି ଇଣ୍ଡିଆ। ପ୍ରଥମ କ୍ରୀଡ଼ା ଫେଡେରେଶନ ଭାବେ ବିଶ୍ୱକପ୍‌ର କିଛିଦିନ ପୂର୍ବରୁ ହକି ଇଣ୍ଡିଆ ମେଟାଭର୍ସକୁ ଲଞ୍ଚ୍‌ କରିଛି। ସୋମବାର ରାଉରକେଲାରେ ହକି ଇଣ୍ଡିଆ ପକ୍ଷରୁ ହକିଭର୍ସ ନାମରେ ଏହାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଲଞ୍ଚ୍‌ କରାଯାଇଛି। ଏହା ସମଗ୍ର ବିଶ୍ୱରେ ଦର୍ଶକମାନଙ୍କୁ ଘରେ ବସି ମଧ୍ୟ ଭର୍ଚୁଆଲ ମୋଡ୍‌ରେ ଷ୍ଟାଡିୟମର ଅନୁଭବ ଦେବାରେ ସମର୍ଥ ହେବ। ନାମ, ଇମେଲ୍‌ ଆଇଡି ସହିତ ନିଜର ଲିଙ୍ଗ ଓ ଆଭାଟର ଚୟନ କରିବା ପରେ ହକିଭର୍ସର ଦୁନିଆରେ ପ୍ରବେଶ କରିପାରିବେ ଦର୍ଶକ। କି’ବୋର୍ଡ ଓ ମାଉସ୍‌ ମାଧ୍ୟମରେ ଷ୍ଟାଡିୟମର ଅନୁଭୂତି ନେଇ ପାରିବେ ଦର୍ଶକ। ହକିଭର୍ସ ଫିଚରରେ ଅବିକଳ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ରହିଛି। ଏହା ଏପରି ଡିଜାଇନ୍‌ ହୋଇଛି କି ଦର୍ଶକଙ୍କୁ ଘରେ ଷ୍ଟାଡିୟମରେ ବସି ଖେଳ ଉପଭୋଗ କରୁଥିବା ପରି ଅନୁଭବ ହେବ। ଏହାସହିତ ଏକ ଫଟୋ ବୁଥ୍‌ ରହିଥିବା ବେଳେ ଖେଳାଳିଙ୍କ ସହିତ ଭର୍ଚୁଆଲ ମୋଡ୍‌ରେ ସେଲ୍‌ଫି ମଧ୍ୟ ଉତ୍ତୋଳନ କରିହେବ। ଏଥିସହିତ ହକି ଉପକରଣ କଣିବା ପାଇଁ ମଧ୍ୟ ଏଥିରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଏହା ହକିର ଭବିଷ୍ୟତ ବୋଲି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂ କହିଛନ୍ତି। ଯୁବବର୍ଗଙ୍କୁ ହକି ପ୍ରତି ଆକୃଷ୍ଟ କରିବା ପାଇଁ ଏହା ଶ୍ରେଷ୍ଠ ମାଧ୍ୟମ। ସେହିପରି ଯେଉଁମାନେ ଭୁବନେଶ୍ୱର କିମ୍ବା ରାଉରକେଲାରେ ପହଞ୍ଚି ପାରିବେନାହିଁ ସେମାନେ ହକିଭର୍ସ ଜରିଆରେ ଷ୍ଟାଡିୟମର ମଜା ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri