ଏସ୍‌ସିବି କାଜୁଆଲଟି ସ୍ଥିତି ଖରାପ

କଟକ ଅଫିସ,୧୯ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟି ଓ ଆଇସୋଲେଶନ ୱାର୍ଡରେ ସ୍ଥିତି ଖରାପ ରହିଛି। କାଜୁଆଲିଟିରୁ ସୋମବାର ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ଅନେକ ଚେଷ୍ଟା ପରେ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଯାଏ ଆହୁରି ୪ ଜଣ ରୋଗୀ କାଜୁଆଲିଟିରେ ଅପେକ୍ଷା କରି ରହିଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରାଯାଇ ନ ଥିବାରୁ ପାଖରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି କାଜୁଆଲିଟିର କର୍ମଚାରୀ ମଧ୍ୟ କାମ ବେଳେ ଆଶଙ୍କାରେ ରହିବା ସହ ଏନେଇ ସିଡିଏମ୍‌ଓ ଏବଂ ହସ୍ପିଟାଲ ଅଧୀକ୍ଷକଙ୍କୁ ବାରମ୍ବାର ଜଣାଇଛନ୍ତି। କିନ୍ତୁ କିଛି କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। କୌଣସି କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ଖାଲି ନ ଥିବାରୁ ଏସ୍‌ସିବିରେ ଏଭଳି ସ୍ଥିତି ଉପୁଜିଛି ବୋଲି ଅଧିକାରୀମାନେ କହିଛନ୍ତି। ଆଇସୋଲେଶନ ୱାର୍ଡରୁ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି। ମଙ୍ଗଳବାର ଏଠାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ସବୁ ଦିନ ଅପେକ୍ଷା ମଙ୍ଗଳବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୭ଟି ବିଭାଗରୁ ୨୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ଆଇସୋଲେଶନ ୱାର୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଇଏନ୍‌ଟି ବିଭାଗରୁ ଜଣେ ଡାକ୍ତରଙ୍କ ସମେତ ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନେଫ୍ରୋଲୋଜି ବିଭାଗ ଆଉଟ୍‌ଡୋରରୁ ୩ ରୋଗୀ ଓ ଜଣେ ରୋଗୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ନ୍ୟୁରୋ ସର୍ଜରୀ ବିଭାଗରୁ ୧, ସ୍ତ୍ରୀରୋଗ ବିଭାଗ ଆଉଟ୍‌ଡୋରରୁ ୧ ଓ ପାଥୋଲୋଜି ବିଭାଗର ଜଣେ କିରାଣିଙ୍କ ରିପୋର୍ଟ ପଜିଟିଭ ବାହାରିଛି। କ୍ୟାନ୍ସର ହସ୍ପିଟାଲରୁ ୨ଜଣଙ୍କ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri