ଗୁପ୍ତଚର ପାରାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୧ା୩: ଜଗତସିଂହପୁର ଜିଲା ପାରାଦୀପ ନିକଟ ସମୁଦ୍ରରେ ଗୁପ୍ତଚର ପାରା ଧରା ପଡିଛି। ପାରା, କ୍ୟାମେରାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ବୁଦ୍ଧିଜୀବୀମାନେ ଜାତୀୟ ଉଦ୍ୟାନର ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜିଲାର ସମୁଦ୍ର ତଟାଞ୍ଚଳ ଖୋଲାମେଲା ରହିବା, ନିକଟରେ ଥିବା ହ୍ବିଲର ଦ୍ୱୀପର ତଥ୍ୟକୁ ନେଇ ଆଲୋଚନା କରୁଛନ୍ତି ା ଅତୀତରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଆସ୍ଥାନ ଜମାଇବା, ଅନୁପ୍ରବେଶ କରିବା, ରେଡିଓ କେନ୍ଦ୍ର ସ୍ଥାପନ କରିବା ଆଦି ବେଆଇନ କାର୍ଯ୍ୟ ହୋଇଥିବାରୁ ସନ୍ଧିଗ୍ଧ ପାରା ଏହାର ଏକ ଅଂଶବିଶେଷ ବୋଲି ମତ ରଖିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ, ରାଧାକାନ୍ତ ମହାନ୍ତି, ବିରେନ କୁମାର ଦାସ, ସାମାଜିକ କର୍ମୀ ସୁନିଲ କୁମାର ଗନ୍ତାୟତ, ଅଶେଷ କୁମାର ଖଟୁଆ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ତଟ ଦେଇ ଗତ ୫୦ ବର୍ଷ ଧରି ଅନୁପ୍ରବେଶ ଚାଲିଛି ା ଉପାନ୍ତ ଅଞ୍ଚଳରେ ଜିଲାର ପ୍ରଚଳିତ ଭାଷା ଓଡିଆ ବଦଳରେ ବଙ୍ଗଳା ଭାଷା ଅଧିକ ବ୍ୟବହାର ହେଉଛି ା ଦ୍ରୁତ ଅନୁପ୍ରବେଶ ଉପଯୁକ୍ତ ପଥ ପାଇଁ ପାରା ଗୋଡରେ ବନ୍ଧା ହୋଇଥିବା କ୍ୟାମେରାକୁ ବ୍ୟବହାର କରାଯାଉଥିବ ା ଅତୀତରେ ମଧ୍ୟ ଏହି ଜିଲାକୁ ଆତଙ୍କବାଦୀ ବ୍ୟବହାର କରିଥିବା କ୍ରାଇମ ରେକର୍ଡରେ ଉଲ୍ଲେଖ ଅଛି ା ୨୦୧୬ରେ ଗିରଫ ହୋଇଥିବା ଅଲକାଇଦା ସଂଗଠନର ଆତଙ୍କବାଦୀ ଅବଦୁଲ ରହମନ ସହ ଏହି ଜିଲାର ସମ୍ପର୍କ ଅଛି ା ଏଠାରେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ୫ ବର୍ଷ ରହିଥିଲେ ା ସେହିପରି ୨୦୧୮ ଅଗଷ୍ଟ ୬ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ଗିରଫ ହୋଇଥିବା ସନ୍ଧିଗ୍ଧ ଆତଙ୍କବାଦୀ ହବିବୁର ରହମାନଙ୍କ ଘର ଏହି ଜିଲାର ପାଟକୁରା ଥାନା ଅଞ୍ଚଳରେ ା ସେହିପରି ସହରର ରଣପଡାସ୍ଥ ମହମ୍ମଦ ଜାଭେଦଙ୍କୁ ୨୦୦୭ରେ ସନ୍ଧିଗ୍ଧ ଆତଙ୍କବାଦୀ ଭାବେ ଗିରଫ କରାଯାଇଛି ା ଏହାବ୍ୟତୀତ ବନାଞ୍ଚଳରେ ବେଆଇନ ରେଡିଓ ଷ୍ଟେଶନ ସମ୍ପର୍କରେ ୨୦ ବର୍ଷ ପୂର୍ବେ ଜଣା ପଡିଥିଲା ା ଜିଲା ଓ ଦେଶର ସୁରକ୍ଷାକୁ ବିପଦ ହୋଇଥିବା ଅନୁପ୍ରବେଶ ଅଦ୍ୟାବଧି ବନ୍ଦ କରାଯାଇ ପାରିନାହିଁ ା ଏହି ଜିଲାର ଜାତୀୟ ଉଦ୍ୟାନ ଭିତରକନିକାର ସାମୁଦ୍ରିକ ପ୍ରାଣୀ ଓ ବନ୍ୟଜୀବ ଏବେ ଶୀକାରୀଙ୍କ ଟାର୍ଗେଟରେ ଅଛି ା ଏହି ଜୀବଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏହାର ଚୋରା ଚାଲାଣକୁ ପ୍ରୋତ୍ସାହିତ କରିବାକୁ ହୁଏତ ପାରାକୁ ମାଧ୍ୟମ କରାଯାଇଛି ା ସେହିପରି ସନ୍ଧିଗ୍ଧ ଗୁପ୍ତଚର ପାରା ଭଦ୍ରକ ଜିଲାର ହ୍ବିଲର ଦ୍ୱୀପ ନିକଟରୁ ଧରା ପଡିଛି ା ଏହି ଦ୍ୱୀପରେ ଦେଶର ପ୍ରତିରକ୍ଷା ବିଭାଗର ବହୁ ଗୁପ୍ତ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି ା ଏହାର ତଥ୍ୟ ଚୋରି ପାଇଁ ପାରାକୁ ବ୍ୟବହାର କରା ଯାଇ ଥାଇପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି ା ଏସମ୍ପର୍କରେ ଏଏସ୍‌ପି ହରିଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, ଗୁପ୍ତଚର ପାରା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଯୋଗାଯୋଗ ଚାଲିଛି। ତଥ୍ୟ ଜିଲା ପାଇଁ ହାନିକାରକ ସାବ୍ୟସ୍ତ ହେଲେ ସୁରକ୍ଷା ବ୍ୟବସ୍ଥାର ପୁର୍ନବାର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri