Posted inଖେଳ

ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୩୦ା୬ (ପି.ଟି.)-ଦେଶର ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଛି। ମନ୍ତ୍ରଣାଳୟ ଆବେଦନପତ୍ରର ଶୁଣାଣି ଜୁଲାଇ ୨ରେ ହେବ। ମନ୍ତ୍ରଣାଳୟ ଆହୁରି ମଧ୍ୟ ତିନୋଟି ଜାତୀୟ କ୍ରୀଡ଼ା ମହାସଂଘ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ସହ ସେମାନଙ୍କୁ ଅସ୍ଥାୟୀ ଭାବେ ବାର୍ଷିକ ସ୍ବୀକୃତି ପ୍ରଦାନ ପାଇଁ ଅନୁମତି ଚାହିଁଛି। ହାଇକୋର୍ଟଙ୍କ ଜୁନ୍‌ ୨୪ ନିର୍ଦ୍ଦେଶନାମାକୁ ଭିତ୍ତି କରି ଆବେଦନ କରାଯାଇଛି। ଗତମାସରେ ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ସ୍ବୀକୃତିକୁ ସାମୟିକ ପଞ୍ଜୀକରଣ ନିଷ୍ପତ୍ତି ନେଇଥିଲା। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମା ବଳରେ ଏହାକୁ ରଦ୍ଦ କରିଦେଇଥିଲେ। ହିମା କୋହଲି ଓ ନାଜ୍‌ମି ଓ୍ବାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଫେବୃୟାରୀରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମନ୍ତ୍ରଣାଳୟ ଏଡାଇଦେବାକୁ ଚେଷ୍ଟା କରିଥିଲା। ଯଦିଓ ଏହା ସାମୟିକ ସ୍ବୀକୃତି ଥିଲା କିନ୍ତୁ ଏ ସଂକ୍ରାନ୍ତରେ କୋର୍ଟଙ୍କ ଅନୁମତି ନେବା ଆବଶ୍ୟକ ଥିଲା। କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କନ୍‌ସେଲ ଅନୀଲ ସୋନିଙ୍କ ଜରିଆରେ ଆବେଦନ ପତ୍ର ଦାଖଲ କରାଯାଇଛି। ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଯେଉଁ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ସରକାରଙ୍କ ସ୍ବୀକୃତି ଲାଭ କରିଛି ସେଗୁଡ଼ିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବାର୍ଷିକ ସ୍ବୀକୃତି ପ୍ରଦାନ ପାଇଁ ଅନୁମତି ଦେବା ଲାଗି ହାଇକୋର୍ଟଙ୍କ ସମ୍ମତି ଲୋଡାଯାଇଛି। ଏହାଛଡ଼ା ୨୦୧୯ ଡିସେମ୍ବର ୩୧ ପରେ ଯେଉଁ କ୍ରୀଡ଼ା ମହାସଂଘଗୁଡ଼ିକୁ ରଦ୍ଦ କରାଯାଇଥିଲା, ସେଗୁଡ଼ିକୁ ପୁନଃ ସ୍ବୀକୃତି ପାଇଁ ଅନୁମତି ଭିକ୍ଷା କରାଯାଇଛି। ଏହି ତିନୋଟି କ୍ରୀଡ଼ା ମହାସଂଘ ହେଲେ ଇଣ୍ଡିଆନ ଗଲ୍ଫ ୟୁନିୟନ (ଆଇଜିୟୁ), ସ୍କୁଲ ଗେମ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଏବଂ ରୋଇଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଆରଏଫ୍‌ଆଇ)। ସୂଚନାଯୋଗ୍ୟ, ଜାତୀୟକ୍ରୀଡ଼ା ମହାସଂଘଗୁଡ଼ିକ ସ୍ବୀକୃତି ନ ପାଇଲେ ଖେଳର ସାମଗ୍ରିକ ବିକାଶରେ ବାଧା ସୃଷ୍ଟି ହେବ। କୋଭିଡ୍‌-୧୯ ଯୋଗୁ ସମସ୍ତ ପ୍ରକାର ଟ୍ରେନିଂ ଓ ପ୍ରତିଯୋଗିତା ସ୍ଥଗିତ ରହିଛି। ଏଥିଯୋଗୁ ହତୋତ୍ସାହିତ ହୋଇ ପଡ଼ିଥିବା ଆଥଲେଟ୍‌/କ୍ରୀଡ଼ାବିତ୍‌ମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ପୁନଶ୍ଚ ସ୍ବୀକୃତିପ୍ରାପ୍ତ କ୍ରୀଡ଼ା ମହାସଂଘ ଗୁଡ଼ିକୁ ସରକାରୀ ଅନୁଦାନ ମିଳିଥାଏ। ସରକାର କ୍ରୀଡ଼ା କାର୍ଯ୍ୟକଳାପ ଓ ଟ୍ରେନିଂ ଆରମ୍ଭ କରିବା ଲାଗି ଯୋଜନା ଚଳାଇଛନ୍ତି। ଏସବୁ କ୍ରୀଡ଼ାମହାସଂଘଗୁଡ଼ିକ ଅଧୀନରେ ପରିଚାଳିତ ହେବ। ସୂଚନାଯୋଗ୍ୟ, ୨୦୧୦ରେ ରାହୁଲ ମେହେରା ନାମକ ଜଣେ ଆଡ୍‌ଭୋକେଟ ତଥା ସ୍ବେଚ୍ଛାକର୍ମୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ହକି ଇଣ୍ଡିଆ (ଏଚ୍‌ଆଇ) ଓ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସମେତ ବିଭିନ୍ନ କ୍ରୀଡ଼ା ସଂଗଠନ ଗୁଡ଼ିକର କାର୍ଯ୍ୟକାରିତା ଉପରେ ତଦନ୍ତ ପାଇଁ ସେ ନିବେଦନ କରିଥିଲେ। ଏହି ମାମଲାର ବିଚାର କରି ହାଇକୋର୍ଟ ଫେବୃୟାରୀ ୭ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଆଇଓଏ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନେବାବେଳେ ଆଗୁଆ କୋର୍ଟକୁ ଜଣାଇବେ ବୋଲି ଏଥିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri