ଶରୀରର ଆଧିଭୌତିକ ରହସ୍ୟ

ରିତେଶ କୁମାର ଶିଶୁ

ଆମେ ଜାଣୁ ଯେ, ଆମ ଶରୀର ରକ୍ତ ମାଂସରେ ଗଢ଼ା। କିନ୍ତୁ ବିଜ୍ଞାନ କହେ, ଏହି ଶରୀର କେତେକ ମୌଳିକ ପଦାର୍ଥକୁ ନେଇ ଏକ ରାସାୟନିକ ସରଞ୍ଚନା ମାତ୍ର, ଯେଉଁଥିରେ ଅହରହ ରାସାୟନିକ ପ୍ରକ୍ରିୟାମାନ ଚାଲୁ ରହିଛି। ଆମ ଶରୀରର କୋଷଗୁଡ଼ିକୁ ଭାଙ୍ଗି ଭାଙ୍ଗି ଗଲେ ଶେଷରେ କିଛି ମୌଳିକ ପଦାର୍ଥର ଅଣୁ ଓ ପରମାଣୁକୁ ପାଇବା; ଯେପରି କି ଅଙ୍ଗାରକ, ଅମ୍ଳଯାନ, ଉଦ୍‌ଯାନ, ଲୌହ, କ୍ୟାଲ୍‌ସିୟମ, ଫସ୍‌ଫରସ୍‌, ସୋଡିୟମ୍‌, କ୍ଲୋରିନ୍‌, ପଟାସିୟମ, ମାଙ୍ଗାନିଜ୍‌ ଇତ୍ୟାଦି। ଏହି ମୌଳିକଗୁଡ଼ିକ ଆମ ଶରୀରରେ ନିର୍ଦ୍ଧାରିତ ମାତ୍ରାରେ ସନ୍ତୁଳିତ ହୋଇ ଥାଆନ୍ତି ଏବଂ ଆମ ଶରୀରରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା କରନ୍ତି, ଯାହା ଆମ ଶରୀରରେ ବିକାଶ ଓ ବିନାଶର କାର୍ଯ୍ୟ ନିର୍ବାହ କରନ୍ତି। ଆମେ ଖାଉଥିବା ଖାଦ୍ୟ ମାଧ୍ୟମରେ ଏହି ମୌଳିକଗୁଡ଼ିକ ଆମ ଶରୀରକୁ ମିଳିଥାଆନ୍ତି। ବେଳେବେଳେ ଏହି ମୌଳିକ ଖାଦ୍ୟସାରଗୁଡ଼ିକର କମ୍‌ ବା ଅଧିକ ହୋଇ ଶରୀରରେ ଅସନ୍ତୁଳିତ ହୋଇଗଲେ ଆମ ଦେହ ଖରାପ ହୋଇଥାଏ।
ପଦାର୍ଥ ବିଜ୍ଞାନର ପରିଭାଷା ଅନୁଯାୟୀ ଆମ ଶରୀରର ଆକାର, ଆମେ ସାଧାରଣ ଭାବରେ ଦେଖୁଥିବା ଶରୀରର ଆକାରକୁ ଯଦି ତୁଳନା କରିବା, ଯାହା ନିଶ୍ଚୟ ଆପଣଙ୍କୁ ଚକିତ କରିଦେବ। ବିଜ୍ଞାନର ତଥ୍ୟ କହେ, ମୌଳିକ ପଦାର୍ଥଗୁଡ଼ିକ ମଧ୍ୟରେ ଥିବା ଅତି କ୍ଷୁଦ୍ର ପରମାଣୁଗୁଡ଼ିକର ଅଭ୍ୟନ୍ତରର ଅଧିକାଂଶ ଭାଗ ଫମ୍ପା ବା ଶୂନ୍ୟ ଥାଏ। ପରମାଣୁ ସରଞ୍ଚନା ଦୃଷ୍ଟିରୁ କେନ୍ଦ୍ରରେ ଏକ ନାଭି ଥାଏ, ଯାହା ଚାରିପଟେ ଇଲେକ୍‌ଟ୍ରନଗୁଡିକ ତରଙ୍ଗାୟିତ ଭାବରେ ଅତି କ୍ଷିପ୍ର ଗତିରେ ଘୂର୍ଣ୍ଣନ କରୁଥା’ନ୍ତି ଏବଂ ଏହାର ଅଭ୍ୟନ୍ତର ଅଞ୍ଚଳର ୯୯.୯୯% ଶୂନ୍ୟ ବା ଫମ୍ପା ଥାଏ। ଏହିପରି କେତେଗୁଡ଼ିଏ ପରମାଣୁକୁ ନେଇ ଏକ ମୌଳିକ ଉପାଦାନର ଅତି ସୂକ୍ଷ୍ମ ଅଣୁ ଗଠିତ ଏବଂ ଏହିପରି ସହସ୍ରାଧିକ ଅଣୁ ମିଶି ଏକ ମୌଳିକ ପଦାର୍ଥ ସୃଷ୍ଟି ହୁଏ, ଯାହା ଆମ ଶରୀର ଗଠନର ମୁଖ୍ୟ ଉପାଦାନ।
ଏହି ତଥ୍ୟ ଅନୁଯାୟୀ ଆମ ଶରୀରର ୯୯.୯୯% ଶୂନ୍ୟ ବା ଫମ୍ପା। ଏହାକୁ ଆମେ ଖାଉଥିବା ସୁନପାମ୍ପୁଡ଼ି ସହିତ ତୁଳନା କରାଯାଇପାରେ, ଯେପରି ଏକ ବଡ଼ ଆକାରର ସୁନପାମ୍ପୁଡ଼ିକୁ ଚାପିଦେଲେ ଏହା ମଧ୍ୟରେ ଥିବା ଶୂନ୍ୟ ସ୍ଥାନ କମିିଯାଇ ଏହା ଏକ ଛୋଟ ମଟର ଦାନା ପରି ହୋଇଯାଏ। ସେହିପରି ଆମ ଶରୀର ମଧ୍ୟରେ ଥିବା ଅନେକ ପ୍ରକାରର ମୌଳିକ ପଦାର୍ଥର ପ୍ରତ୍ୟେକ ପରମାଣୁଗୁଡ଼ିକ ମଧ୍ୟରେ ଥିବା ଏହି ଫମ୍ପା ବା ଶୂନ୍ୟ ଅଂଶକୁ ଯଦି କୌଣସି ଉପାୟରେ ଯଥାସମ୍ଭବ କମ୍‌ କରିଦିଆଯିବ, ତେବେ ଆମ ଏହି ପୃଥିବୀରେ ରହୁଥିବା ସମସ୍ତ ମଣିଷମାନଙ୍କ ଶରୀରର ସମ୍ପୂର୍ଣ୍ଣ ବସ୍ତୁତ୍ୱ ଏକ ଛୋଟ ସେଓ ଫଳ ଆକାରର ହୋଇଯିବ। ଏଥିରୁ ଅନୁମାନ କରନ୍ତୁ, ଆମେ କେଉଁ ପ୍ରକାରର ଏକ ବିଚିତ୍ର ମାୟାଜାଲପୂର୍ଣ୍ଣ ସଂସାରରେ ବାସ କରୁଛେ!
ଆମେ ସମସ୍ତେ ଜାଣୁ ପରମାଣୁ ବମ୍‌ ବିସ୍ଫୋରଣ ହେଲେ କିମ୍ବା ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ପରମାଣୁ ରିଆକ୍ଟରରେ ତ୍ରୁଟି ଦେଖାଦେଲେ ମାରାମତ୍କ ତେଜସ୍କ୍ରିୟ ବିକିରଣ ହୁଏ। କିନ୍ତୁ ଆମ ଶରୀର ମଧ୍ୟ ଏହି ତେଜସ୍କ୍ରିୟ ବିକିରଣର ଏକ ଗନ୍ତାଘର ବୋଲି ବହୁତ କମ୍‌ ଲୋକ ଜାଣିଥିବେ। ତେଜସ୍କ୍ରିୟ ବିକିରଣ ସାଧାରଣତଃ ତେଜସ୍କ୍ରିୟ ମୌଳିକ ପଦାର୍ଥ ଯଥା ରେଡିୟମ୍‌, ୟୁରାନିୟମ, ଥୋରିୟମ୍‌, ପଟାସିୟମ୍‌-୪୦ ଆଇସୋଟୋପ ଆଦିରୁ ହୋଇଥାଏ। ଆମ ଶରୀରରେ ମଧ୍ୟ ଏହିସବୁ ମୌଳିକ ପଦାର୍ଥ ଅଳ୍ପ ବହୁତେ ଅଛି। ସେଥିମଧ୍ୟରୁ ପଟାସିୟମ୍‌-୪୦ ଆଇସୋଟୋପ ଅଧିକ ମାତ୍ରାରେ ଅଛି, ଯାହା ଅତି ମାରାମତ୍କ ଗାମା ରଶ୍ମି ବିକିରଣ କରିବାକୁ ସକ୍ଷମ। କିନ୍ତୁ ଏଥିରୁ ବାହାରୁଥିବା ବିକିରଣ ମାତ୍ରା ଆମ ଶରୀର ପାଇଁ କ୍ଷତିକାରକ ହୁଏ ନାହିଁ। ଗବେଷଣାରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତି ଯେତେ ମୋଟା ସେ ସେତେ ଅଧିକ ତେଜସ୍କ୍ରିୟ ବିକିରଣ କରିଥାଆନ୍ତି। ଆକଳନ କରାଯାଇଛି କି, ଯଦି ୧,୦୦,୦୦,୦୦୦ ଲୋକଙ୍କୁ ଏକ ସ୍ଥାନରେ ୮ ଘଣ୍ଟା ପାଇଁ ଆବଦ୍ଧ କରି ରଖାଯାଏ, ତେବେ ସେମାନଙ୍କଠାରୁ ନିର୍ଗତ ତେଜସ୍କ୍ରିୟ ବିକିରଣ ଦ୍ୱାରା ପରସ୍ପର ୨୦ ଦିନ ମଧ୍ୟରେ ମୃତ୍ୟୁବରଣ କରିବେ।
ତେଣୁ ଆମ ଶରୀର ପଦାର୍ଥ ବିଜ୍ଞାନ ଓ ରାସାୟନିକ ବିଜ୍ଞାନର ଏକ ପ୍ରାକୃତିକ ପ୍ରୟୋଗଶାଳା, ଯାହା ପ୍ରକୃତିରେ ମିଳୁଥିବା ଏହି ମୌଳିକ ଉପାଦାନଗୁଡିକ ଉପରେ ସର୍ବଦା ନିର୍ଭରଶୀଳ। ଏହିଭଳି ଏକ ସମାନ ଉକ୍ତି ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ମଧ୍ୟ ଉଲ୍ଲିଖିତ ଅଛି। ଯଥା- ପ୍ରକୃତେଃ କ୍ରିୟମାଣାନୀ ଗୁଣୈଃ କର୍ମଣୀ ସର୍ବଶଃ, ଅହଙ୍କାର ବମୂଢ଼ାମତ୍ା କର୍ତାହମତି ମନ୍ୟତେ। ଅର୍ଥାତ୍‌ ସଂସାରର ସବୁ କାର୍ଯ୍ୟ ପ୍ରକୃତିର ତାଡ଼ନାରେ ସଂଘଟିତ ହେଉଛି, କିନ୍ତୁ ଅହଂକାରବଶତଃ ଅଜ୍ଞ ମଣିଷ ମୁଁ ସବୁ କରୁଛି ବୋଲି ଭାବେ। ସତରେ କେତେ ବିଚିତ୍ର ଆମ ଜୀବନର ରହସ୍ୟ।
ଦଧିବାବନପୁର, କଟକ
ମୋ:୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri