ଆଗାମୀ ପିଢ଼ିର କୃତ୍ରିମ ବୁଦ୍ଧିମତ୍ତା

ଜେଫ୍‌ ମୁଲଗନ୍‌

ପୃଥିବୀର ଏବକାର ସ୍ଥିତି ଯାହା ତାହାର ବହୁ ପୂର୍ବରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ସ୍ବଷ୍ଟ ଥିଲା। କିନ୍ତୁ ଏହା ସର୍ମ୍ପକରେ ଡାଟା ବା ତଥ୍ୟ ଥିଲା ସମ୍ପୂର୍ଣ୍ଣ ଅସ୍ପଷ୍ଟ ଓ ଅପ୍ରକାଶ୍ୟ।
ତଥ୍ୟ ସଂଗ୍ରହରେ ସମସ୍ୟା ମଧ୍ୟ ଥିଲା। ପରେ ବହୁ ଦଶନ୍ଧି ଧରି ପାଗର ଧାରା,ସମୁଦ୍ରର ତାପମାତ୍ରା ଉପରେ ତଥ୍ୟ ସଂଗ୍ରହ କରାଯିବା ସହ ଏହାର ଅନୁଧ୍ୟାନ ଓ ଆକଳନ କରାଗଲା। ଜଳବାୟୁ ଉପରେ ମାନବୀୟ କାର୍ଯ୍ୟକଳାପର ପ୍ରଭାବକୁ ବ୍ୟାଖ୍ୟା କରାଗଲା। ତେବେ ଆଗାମୀ କିଛି ଦଶନ୍ଧିରେ ଜଳବାୟୁ ସଙ୍କଟ ଦୂର କରିବା ଲାଗି ତଥ୍ୟ ପରିଚାଳନା ପଦ୍ଧତିକୁ କିପରି ଉପଯୋଗ କରାଯାଇପାରିବ ତାହା ହିଁ ଏକ ବଡ଼ ପ୍ରଶ୍ନ। ଏହା ଉତ୍ତର ଏବେ ଏକ ଭୟାନକ ସ୍ଥିତିକୁ ସୂଚାଉଛି। ଏ କ୍ଷେତ୍ରରେ ତଥ୍ୟ ସଂଗ୍ରହରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରଯୁକ୍ତି ପ୍ରମୁଖ ଭୂମିକା ନେବ ବୋଲି ଆଶା କରାଯାଉଛି। କିନ୍ତୁ ତଥ୍ୟ ପରିଚାଳନାରେ ବଡ଼ ଧରଣର ପରିବର୍ତ୍ତନ କଲେ ହିଁ ଏହା ସମ୍ଭବ ହୋଇପାରିବ। ଏଥିପାଇଁ ବିଶ୍ୱର ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ପ୍ରଭାବ ବିସ୍ତାର କରିଥିବା ବ୍ୟବସାୟିକ ମାଲିକାନାରେ ଥିବା ମଡେଲଗୁଡ଼ିକଠାରୁ ଦୂରେଇଯିବାକୁ ପଡ଼ିବ। ଡିଜିଟାଲ ବିଶ୍ୱ ଜଳବାୟୁ ଅନୁକୂଳ ଭଳି ମନେହେଉଛି ସତ, ହେଲେ ମୋଟ ସବୁଜ ଗୃହ ବାଷ୍ପ (ଜିଏଚ୍‌ଜି) ନିର୍ଗମନରେ ଡିଜାଟାଲ ଓ ଇଣ୍ଟରନେଟ କାର୍ଯ୍ୟକଳାପର ଯୋଗଦାନ ୩.୭% ହୋଇଗଲାଣି। ବିମାନ ଚଳାଚଳରେ ନିର୍ଗତ ଜିଏଚ୍‌ଜି ସହ ଏହା ପ୍ରାୟ ସମାନ।
ବର୍ତ୍ତମାନର କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବ୍ୟବହାର ଯୋଗୁ ନିର୍ଗତ କାର୍ବନ ଡାଇଅକ୍ସାଇଡ ଅତ୍ୟନ୍ତ ଚିନ୍ତାଜନକ। ଏକ ଆକଳନ ଅନୁଯାୟୀ, ଏଆଇ ସିଷ୍ଟମ୍‌ ଯେଉଁ ପଦ୍ଧତିରେ କାର୍ଯ୍ୟ କରିବ ଓ ବାହ୍ୟ ପରିବେଶକୁ ଅନୁଧ୍ୟାନ କରି ତଥ୍ୟ ଯୋଗାଇବ, ସେ ସମ୍ପର୍କିତ ପ୍ରଶିକ୍ଷଣ ଦ୍ୱାରା ୬୨୬,୦୦୦ ପାଉଣ୍ଡ (୨୮୪,୦୦୦ କେ.ଜି) କାର୍ବନ ଡାଇଅକ୍ସାଇଡ ନିର୍ଗମନ ହୋଇଥାଏ, ଯାହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ। ଏହା ଜୀବନକାଳରେ ଗୋଟିଏ କାର୍‌ରେ ବ୍ୟବହୃତ ଇନ୍ଧନରୁ ନିର୍ଗତ କାର୍ବନ ଡାଇଅକ୍ସାଇଡର ୫ ଗୁଣ ଓ ଆଣ୍ଟଲାଣ୍ଟିକ ମହାସାଗର ଦେଇ ଯାଉଥିବା ସମସ୍ତ ବିମାନରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍‌ର ୬୦ଗୁଣ। ଏଆଇର ଦ୍ରୁତ ବିକାଶ ଯୋଗୁ ଜିଏଚ୍‌ଜି ନିର୍ଗମନ ପରିମାଣ ଶୀଘ୍ର ବୃଦ୍ଧି ପାଇବା ଆଶଙ୍କା ରହିଛି। ବିଟ୍‌କଏନ୍‌ ସହ ଜଡ଼ିତ ପ୍ରଯୁକ୍ତି ବ୍ଲକ୍‌ଚେନ୍‌ ଅଧିକ ମାରାମତ୍କ। ବିଟ୍‌କଏନ୍‌ ମାଇନିଂ ବା କାରବାର ଯାଞ୍ଚ କରିବା ପାଇଁ ବ୍ୟବହୃତ କମ୍ପୁଟିଂ ପଦ୍ଧତି ଅତ୍ୟଧିକ ସବୁଜ ଗୃହ ବାଷ୍ପ ନିର୍ଗମନ କରିଥାଏ। ଭାଗ୍ୟବଶତଃ, ଏଆଇ ବ୍ୟବହାର ଯୋଗୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍‌ ହ୍ରାସ କରିବା ପାଇଁ ଅନେକ ପଦ୍ଧତି ରହିଛି। ଏଣୁ ଏକ ପରିବେଶ ଅନୁକୂଳ ଏଆଇ ପଦ୍ଧତି ଆପଣାଇବାର ସମୟ ଉପନୀତ। ମୁଖ୍ୟତଃ ଗୃହନିର୍ମାଣ, ବିଦ୍ୟୁତ, ପରିବହନ ଏବଂ କୃଷି କ୍ଷେତ୍ରରେ ଏହି ପଦ୍ଧତି ଉପଯୋଗ କରିବାର ଯଥେଷ୍ଟ ସୁଯୋଗ ରହିଛି। ବିଦ୍ୟୁତ୍‌ କ୍ଷେତ୍ରରେ ମୋଟ ଜିଏଚ୍‌ଜିି ନିର୍ଗମନର ପାଖାପାଖି ଏକ ତୃତୀୟାଂଶ ହେଉଛି ଓ ଏହା ବଢ଼ିବାରେ ଲାଗିଛି। ବିଶେଷକରି ବଡ଼ କମ୍ପାନୀଗୁଡ଼ିକର ଏକ ଗୋଷ୍ଠୀ ବିଦ୍ୟୁତ୍‌ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିଛନ୍ତି। ସେମାନେ ସ୍ବୀକାର କରନ୍ତି ଯେ, ଇଲେକ୍ଟ୍ରିସିଟି ଗ୍ରୀଡ୍‌ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବା ସକାଶେ ଏଆଇ ହିଁ ଉପଯୋଗୀ। ସେହିଭଳି ଗୁଗଲ ଡିପ୍‌ ମାଇଣ୍ଡ୍‌ର ଏଆଇ ପ୍ରୋଜେକ୍ଟଗୁଡ଼ିକ ମଧ୍ୟ ପାଓ୍ବାର ଗ୍ରୀଡ୍‌ରେ ବ୍ୟବହାର କରାଯାଏ। ଏଆଇ ମଧ୍ୟ ଯାନ ଯାତାୟାତ ଆକଳନ କରିବାରେ ସାହାଯ୍ୟ କରିପାରିବ । ଏହା ପାଗ ଓ କୀଟ ସଂକ୍ରମଣର ଆଗୁଆ ଆକଳନ କରି କୃଷି ସଞ୍ଚାଳନର ମାନ ବୃଦ୍ଧି କରିବା ସହ ଶୁଦ୍ଧତା ଆଣିପାରିବ। କିନ୍ତୁ ବିକଶିତ ବୃହତ୍‌ ପ୍ରଯୁକ୍ତିଭିତ୍ତିିକ କମ୍ପାନୀଗୁଡ଼ିକ ଜଳବାୟୁ ସଙ୍କଟ ସହ ଜଡ଼ିତ ହେବାରେ ମାନ୍ଦା ପଡିଯାଇଛନ୍ତି। ଆପଲ ଏବେ ନୂଆ ପ୍ରକାର ଆଇ ଫୋନ୍‌ କିମ୍ବା ଆଇପଡ଼୍‌ ଯୋଗାଇ ଦେବା ଲାଗି ବ୍ୟସ୍ତ।
ଏହା ସବୁବେଳେ ପରିବେଶଗତ ଘଟଣାଗୁଡ଼ିକରେ ତା’ର ଅନାଗ୍ରହ ଭାବ ଦେଖାଇ ଆସିଛି। ଏପରି କି ଏହା ଅନ୍ୟ ହାର୍ଡଓ୍ବେର କମ୍ପାନୀଗୁଡ଼ିକ ଭଳି ଅଧିକ ଇ-ଓ୍ବେଷ୍ଟ ସମସ୍ୟା ସୃଷ୍ଟି କରୁଛି। ଗତବର୍ଷ ଫେସ୍‌ବୁକ୍‌ ଏକ ଅନ୍‌ଲାଇନ କ୍ଲାଇମେଟ ସାଇନ୍‌ସ ଇନଫର୍ମେଶନ ସେଣ୍ଟର ପ୍ରତିଷ୍ଠା କରିବା ପୂର୍ବରୁ ଏହି ବିଷୟରେ ବହୁଦିନ ହେବ ନୀରବ ରହିଥିଲା। ଏମିତି କି ୨୦୨୦ରେ ୧୦ ବିଲିୟନ ଡଲାରର ବେଜୋସ ଆର୍ଥ ଫଣ୍ଡ୍‌ ଆରମ୍ଭ କରିବା ଯାଏ ଆମାଜନ ଏବଂ ଏହାର ମାଲିକ ଜଳବାୟୁ ସଙ୍କଟ ଉପରେ କୌଣସି ପଦକ୍ଷେପ ନେଇ ନ ଥିଲେ। ତେବେ ଫେସ୍‌ବୁକ ହେଉ କିମ୍ବା ଆମାଜନ, ଏମାନଙ୍କର ଏବକାର ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏମାନେ ପୂର୍ବରୁ ପଦକ୍ଷେପ ନେବା ପରିବର୍ତ୍ତେ ଏତେ ବିଳମ୍ବ କାହିଁକି କଲେ।
ବୃହତ୍‌ ପ୍ରଯୁକ୍ତିଭିତ୍ତିକ କମ୍ପାନୀଗୁଡ଼ିକ ବିଳମ୍ବରେ ପ୍ରକାଶ କରିଥିବା ପ୍ରତିକ୍ରିୟାରୁ ଜଣାପଡୁଛି ଯେ, ବିଶ୍ୱରେ ସବୁଜ ଗୃହ ବାଷ୍ପ ନିର୍ଗମନ ଶୂନସ୍ତରକୁ ଆଣିବାକୁ ଏଆଇ ବ୍ୟବହାରରେ ବଡ଼ ସମସ୍ୟା ରହିଛି । ଏଆଇ ସିଷ୍ଟମ ପ୍ରାୟତଃ କମ୍ପାନୀଗୁଡ଼ିକର ମାଲିକାନାରେ ରହିଛି ଓ ସେମାନେ ଏଗୁଡ଼ିର ରକ୍ଷକ। ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ସଂସାଧନର ଉତ୍ତମ ଉପଯୋଗ କରିବାକୁ ପଡ଼ିବ। ନୂଆ ପିଢିର ଏଆାଇଗୁଡ଼ିକୁ ପ୍ରଶିକ୍ଷଣ ଦେବା ସହ ସଂଗୃହୀତ ତଥ୍ୟସମୂହକୁ ସାର୍ବଜନୀନ କରିବା ଦରକାର। ଏହାକୁ ମଧ୍ୟ ମାନକୀକୃତ ଓ ସହଭାଗୀ କରାଯିବାର ଆବଶ୍ୟକତା ରହିଛି। ଏବେ ଯାହାହେଉ ଏହା ଉପରେ କାର୍ଯ୍ୟ ଚାଲିଛି। ‘ ସି-୪୦ ନଲେଜ ହବ’୍‌ ବୈଶ୍ୱିକ ନିର୍ଗମନ ଟ୍ରାକ୍‌ କରିବାକୁ ଏକ ଡାଟା ପରିଚଳନା ବ୍ୟବସ୍ଥା କରିଛି। ‘କାର୍ବନ ଟ୍ରାକ୍‌ର’ ଏନ୍‌ଜିଓ କୋଇଲାରୁ ଜିଏଚ୍‌ଜି ନିର୍ଗମନ ଜାଣିବା ଲାଗି ସାଟେଲାଇଟ ଡାଟା ବ୍ୟବହାର କରୁଛି। ‘ଆଇସବ୍ରେକର ଓ୍ବାନ୍‌ ପ୍ରେଜେକ୍ଟ’ ବି କମ୍ପାନୀର ପରିବେଶ ଉପରେ କାର୍ବନ ପ୍ରଭାବକୁ ଟ୍ରାକ୍‌ କରିବା ପାଇଁ ନିବେଶକମାନଙ୍କୁ ସାହାଯ୍ୟ କରୁଛି। କିନ୍ତୁ ଏହି ପଦକ୍ଷେପଗୁଡ଼ିକ ଏବେ ପର୍ଯ୍ୟାପ୍ତ ହେଉନାହିଁ। ଏସବୁ ଅବ୍ୟବସ୍ଥିତ ରହିଛି ଓ ଉପଲବ୍ଧ ଡାଟା ସୀମିତ ରହିଛି। ଏହି ସୀମା ହଟାଇ ଅଧିକ ଡାଟା ସଂଗ୍ରହ କରିବାକୁ ହେଲେ ରାଜନୈତିକ ଇଚ୍ଛାଶକ୍ତି ଦରକାର। ଏହାହେଲେ ସ୍ଥାନୀୟ କିମ୍ବା ଆଞ୍ଚଳିକ ତଥ୍ୟ ସମୂହକୁ ନେଇ ସବୁ ଦେଶରେ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାରେ ଏଆଇଗୁଡ଼ିକୁ ମାନ୍ୟତା ଦେଇ କାର୍ଯ୍ୟରେ ଲଗାଯାଇପାରିବ। ୨୦୧୯ରେ ୟୁନିଭର୍ସିଟି ଅଫ୍‌ ପେନ୍‌ସିଲ୍‌ଭାନିଆର ଗବେଷକ ଡାଭିଡ୍‌ ରୋଲନିକ୍‌ ଏବଂ ୨୧ ଜଣ ମେଶିନ ଅନୁଧ୍ୟାନକାରୀ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରାଯିବାରେ କୌଣସି ସିଦ୍ଧାନ୍ତର ଅଭାବ ନାହିଁ। କିନ୍ତୁ ଏହା ଆଉ ଏକ ବଡ଼ ଆହ୍ନାନ ଆମ ସାମ୍ନାକୁ ଆଣୁଛି। କିଏ ଏହିସବୁ ତଥ୍ୟ ଏବଂ ପଦ୍ଧତିର ମାଲିକ ହେବ କିମ୍ବା କିଏ ଏହାକୁ ପରିଚାଳନା କରିବ? ଏବେସୁଦ୍ଧା ଏହାର ଉଚିତ ଉତ୍ତର କାହା ପାଖରେ ନାହିଁ। ଆଗାମୀ ଦଶନ୍ଧିରେ ଆମେ ବିଭିନ୍ନ ପ୍ରସଙ୍ଗରେ ଡାଟା ଚୟନ ଓ ସଂଗ୍ରହ କରି ଶେୟାର କରିବା ଲାଗି ନୂଆ ତଥା ଭରସାଯୋଗ୍ୟ ଏଆଇ ପରିଚାଳନା ବ୍ୟବସ୍ଥା ଆବିଷ୍କାର କରିବାକୁ ହେବ। ଘରୋଇ ଓ ସରକାରୀ ସହଭାଗିତାରେ ଚାଲୁଥିବା ପରିବହନ ଏବଂ ଶକ୍ତି ସେକ୍ଟରରେ ଗବେଷଣା କ୍ଷେତ୍ର ସରକାରୀ ସଂସ୍ଥା ଅଧୀନରେ ରହିବା ଉଚିତ୍‌। ଏଭଳି ସଂସ୍ଥାଗୁଡ଼ିକର ଅଭାବ ଯୋଗୁ ଅନେକ ସ୍ମାର୍ଟ ସିଟି ଯୋଜନା ବିଫଳ ହେଉଛି। ଏଥିପାଇଁ ଟରଣ୍ଟୋରେ ଗୁଗଲର ସାଇଡ୍‌ଓ୍ବାକ୍‌ ଲାବ୍‌ଗୁଡ଼ିକ ହେଉ କିମ୍ବା ପୋର୍ଟଲାଣ୍ଡରେ ରିପ୍ଲିକା ହେଉ, ସେଗୁଡ଼ିକ ଭରସାଯୋଗ୍ୟ ବୋଲି ଲୋକମାନଙ୍କୁ ସେମାନେ ବୁଝାଇପାରୁନାହାନ୍ତି। ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବାକୁ ହେଲେ ପ୍ରଯୁକ୍ତି କ୍ଷେତ୍ରକୁ ଠିକ୍‌ କରିବାକୁ ହେବ। କିଛି ଢାଞ୍ଚାଗତ ପରିବର୍ତ୍ତନ ଆଣିବାକୁ ପଡ଼ିବ ।
ଏଆଇ ଶକ୍ତିକୁ ଠିକ୍‌ ଭାବେ କାମରେ ଲଗାଇବାରେ ବିଫଳତା ଡାଟା ପ୍ରସ୍ତୁତ କରୁଥିବା ବିଜ୍‌ନେସ ମଡେଲଗୁଡ଼ିକର ପ୍ରଭାବକୁ ପ୍ରତିପାଦିତ କରୁଛି। ଏହା ମଧ୍ୟ ଆମ ସରକାରୀ ସଂସ୍ଥାଗତ ଢାଞ୍ଚାରେ ଗଭୀର ଅସନ୍ତୁଳନକୁ ପ୍ରକାଶ କରୁଛି। ୟୁରୋପିଆନ ୟୁନିୟନର ପ୍ରମୁଖ ଆର୍ଥିକ ସଂସ୍ଥା ୟୁରୋପିଆନ ଇନ୍‌ଭେଷ୍ଟ୍‌ମେଣ୍ଟ ବ୍ୟାଙ୍କ୍‌ ଭଳି ଅନେକ ଆର୍ଥିକ ସଂସ୍ଥା ରହିଥିତ୍ଲେ ବି କେହି ଡାଟା ସଂଗ୍ରହ କରି ଯୋଗାଇବା କାର୍ଯ୍ୟ ପାଇଁ ଯୋଗ୍ୟ ନୁହନ୍ତି। ଆମ ପାଖରେ ଇଣ୍ଟର୍‌ନ୍ୟାଶନାଲ ମନିଟାରି ଫଣ୍ଡ୍‌ ଏବଂ ଓ୍ବାଲର୍‌ଡ ବ୍ୟାଙ୍କ୍‌ ରହିଛି, କିନ୍ତୁ ସେଭଳି ଓ୍ବାଲର୍‌ଡ ଡାଟା ଫଣ୍ଡ୍‌ ନାହିଁ। ଏହି ସମସ୍ୟାର ସମାଧାନ ଯେ ହୋଇପାରିବ ନାହିଁ ତାହା ନୁହେଁ। ଏହାକୁ ସ୍ବୀକାର କରି ଗମ୍ଭୀରତାର ସହ ବିଚାରକୁ ନେବା ଆବଶ୍ୟକ। ଏହା ହେଲେ ଏଆଇ କ୍ଷେତ୍ରରେ ସବୁଜ ବା ପରିବେଶ ଅନୁକୂଳ ନିବେଶରେ ଅର୍ଥ ରାଶି ବଢ଼ିବ। ଏହାଦ୍ୱାରା ମୌଳିକ ଡାଟା ସଂଗ୍ରହ ଓ ଉପଯୋଗ ତଥା ବିତରଣ ପାଇଁ ପାଣ୍ଠି ବି ମିଳିବ, ଯାହା ଅତ୍ୟନ୍ତ ଜରୁରୀ ।
ପ୍ରଫେସର କଲେକ୍‌ଟିଭ ଇଣ୍ଟେଲିଜେନ୍ସ, ପବ୍ଲିକ ପଲିସି ଆଣ୍ଡ୍‌ ସୋସିଆଲ ଇନୋଭେସନ,
ୟୁନିଭର୍ସିଟି କଲେଜ,ଲଣ୍ଡନ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri