ଅଭିଯୁକ୍ତଙ୍କୁ କରୋନା ଶୁଣି ସ୍ପେଶାଲ ସ୍କ୍ବାଡ୍‌ରେ ଛନକା

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ଲୁଟ୍‌ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଖାରବେଳନଗର ଥାନା ଅଞ୍ଚଳରେ ଗତ ୨୬ ତାରିଖରେ ଘଟିଥିବା ଏହି ହାଇପ୍ରୋଫାଇଲ୍‌ ଲୁଟ୍‌ ପରେ କମିଶନରେଟ ପୋଲିସର ନିଦ ହଜିଥିଲା। ଗୁରୁବାର ରାତିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଧରି ତନାଘନା ଚଳାଇଥିଲା ସ୍ପେଶାଲ ସ୍କ୍ବାଡ୍‌। ସେମାନଙ୍କଠାରୁ ଲୁଟ୍‌ ୩ଟି ସୁନା ଚେନ୍‌ ସହ ଲୁଟ୍‌ରେ ବ୍ୟବହୃତ ବନ୍ଧୁକ, ୩ଟି ଗୁଳି, କଟୁରି ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରି ଆଶ୍ୱସ୍ତ ହୋଇଥିଲା ପୋଲିସ। ହେଲେ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ କରୋନା ହୋଇଥିବା ଶୁଣିବା ପରେ ପୁଣି ନିଦ ହଜିଛି। ତଦନ୍ତରେ ସମ୍ପୃକ୍ତ ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ମଧ୍ୟରେ ଛନକା ପଶିଛି। କାରଣ ଅଭିଯୁକ୍ତଙ୍କୁ ଧରି ସ୍ପେଶାଲ ସ୍କ୍ବାଡ୍‌ ସମ୍ପୃକ୍ତ ୩ଦିନ ହେବ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାକୁ ଚେଷ୍ଟା ଚଳାଇଥିଲା। ତେବେ ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଉକ୍ତ ଅଭିଯୁକ୍ତଙ୍କ ରିପୋର୍ଟ ଯେପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ସେନେଇ କିଛି ବି କହି ହେବ ନାହିଁ । ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିବା ପରେ ପଦକ୍ଷେପ ନିଆଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି। ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ଅଭିଯୁକ୍ତମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତେବେ ଉପରୁ ନିର୍ଦ୍ଦେଶ ଆସିବା ପରେ ତଦନ୍ତରେ ସାମିଲ୍‌ ଥିବା ଟିମ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।
ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ବ୍ରହ୍ମପୁର ଗାନ୍ଧୀ ନଗର ଲେନ୍‌-୧ର ଅଶୋକ ବେହେରା (୩୨), ପୁରୀ ପିପିଲିର ଦେବରାଜ ଜେନା (୩୨) ଓ ବିଜୟ କୁମାର ସାମନ୍ତରାୟ (୩୨)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନାମରେ ଆଇପିସି ଦଫା ୩୯୪, ୩୪ ଓ ଆମର୍‌ସ ଆକ୍ଟ ଲଗାଯାଇଛି। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ସେମାନଙ୍କୁ ଜେଲ୍‌ର ସ୍ବତନ୍ତ୍ର କୋଠରିରେ ରଖାଯାଇଛି। ଯାହାର ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗ୍‌ ଜୁଲାଇ ୧୩ରେ ଖଣ୍ଡଗିରି ଥାନାଞ୍ଚଳରେ ଘଟିଥିବା ଏକ ଲୁଟ୍‌ ଘଟଣା ସହ ପୁରୀ, ଭୁବନେଶ୍ୱର ଓ ଉପକଣ୍ଠରେ ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡିଛି। ଦୀର୍ଘଦିନ ହେବ ଅପରାଧ ଘଟାଇ ଚ୍ୟାଲେଞ୍ଜ କରୁଥିଲେ ମଧ୍ୟ ଭିଜିଲାନ୍ସ ଡିଏସ୍‌ପି ଲୁଟ୍‌ର ଶିକାର ହେବା ପରେ କମିଶନରେଟ ପୋଲିସର ଚେତା ପଶିଥିଲା। ଦକ୍ଷ ଅଫିସରଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପୁରୁଣା ରେକର୍ଡଥିବା ଲୁଟେରାଙ୍କର ତାଲିକା ପ୍ରସ୍ତୁତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ସମୟରେ ଅଶୋକଙ୍କ ନାଁ ପଦାକୁ ଆସିଥିଲା ଓ ତାଙ୍କ ଫୋନ୍‌ ଲୋକେଶନରୁ ସେ ହିଁ ଉକ୍ତ ଲୁଟ୍‌ରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ତାଙ୍କୁ ପିପିଲିରୁ ଗିରଫ କରିବା ପରେ ଅନ୍ୟ ଦୁଇ ଲୁଟେରାଙ୍କୁ ଧରିଥିଲା। ଏହି ଗ୍ୟାଙ୍ଗ୍‌ ଭୋର୍‌ ସମୟରେ ପିପିଲିରୁ ଭୁବନେଶ୍ୱର ଆସି ମହିଳାଙ୍କୁ ଟାର୍ଗେଟ କରି ଲୁଟ୍‌ପାଟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri