ପାକିସ୍ତାନୀ କ୍ରିକେଟର ହେଲେ ରାମଭକ୍ତ…

ଇସଲାମାବାଦ୍‌, ୧୧।୮: ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତ ସରକାରଙ୍କ ଅନୁମତି ଲୋଡ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି ଯଦି ସୁଯୋଗ ମିଳେ ତେବେ ଅଯୋଧ୍ୟା ଆସି ରାମଲଲାଙ୍କୁ ଦର୍ଶନ କରିବେ। ଅଯୋଧ୍ୟା ଏକ ଧାର୍ମିକ ସ୍ଥଳ ଏବେ ସେ ଏଠାକୁ ଆସିବାକୁ ଚାହୁଁଥିବା ଟୁଇଟ୍‌ କରି କହିଛନ୍ତି। ସେ ଜଣେ ହିନ୍ଦୁ ଭାବେ ପ୍ରଭୁ ରାମଙ୍କ ପଥକୁ ଅନୁସରଣ କରୁଥିବା କହିଛନ୍ତି। ୩୯ ବର୍ଷ ବୟସ୍କ ଦାନିଶ୍‌ କିଛି ଦିନ ତଳେ ବେଶ୍‌ ଚର୍ଚ୍ଚାରେ ଥିଲେ। ପାକିସ୍ତାନ କ୍ରିକେଟ ଟିମ୍‌ରେ ଭେଦଭାବ କରାଯାଉଥିବା ଅଭିଯୋଗ ହୋଇଥିଲା। ପୂର୍ବତନ କ୍ରିକେଟର ଶୋଏବ୍‌ ଅଖତର୍‌ ଟିମ୍‌ରେ ଦାନିଶ୍‌ଙ୍କ ପ୍ରତି ଅବିଚାର କରାଯାଉଥିବା କହିଥିଲେ। ଦାନିଶ୍‌ ପାକିସ୍ତାନ ପକ୍ଷରୁ ଖେଳୁଥିା ଦ୍ୱିତୀୟ ହିନ୍ଦୁ କ୍ରିକେଟର। ସେ ୭୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଛନ୍ତି। ସେଥି ମଧ୍ୟରେ ୬୧ ଟେଷ୍ଟ୍‌ ଏବଂ ୧୮ଟି ଏକଦିବସୀୟ ମ୍ୟାଚ୍‌ ରହିଛି। ସେ ଟେଷ୍ଟ୍‌ରେ ୨୬୧ ଓ୍ବିକେଟ ନେଇଥିବାବେଳେ ଏକଦିବସୀୟରେ ୧୫ ଓ୍ବିକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri