Posted inଫୁରସତ

ପ୍ରେରଣାର ଉତ୍ସ ୟୁଟ୍ୟୁବର୍‌ ଶାନ୍ତା ପିଲାଇ

ନୂଆଦିଲ୍ଲୀ: ଆଗ୍ରହ ଥିଲେ ବୟସ କେବେ କୌଣସି କାମ ପାଇଁ ବାଧକ ସାଜେନି। ଏହାର ଏକ ଉଦାହରଣ ହେଉଛନ୍ତି ୟୁଟ୍ୟୁବର ଶାନ୍ତା ପିଲାଇ। ୮୫ ବର୍ଷ ବୟସରେ ୟୁଟ୍ୟୁବର ହୋଇ ଏବେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଶାନ୍ତା ପିଲାଇ ଆଜି ଜଣେ ପ୍ରତିଷ୍ଠିତ ୟୁଟ୍ୟୁବର। ‘ଟେକିଫାଇ ଆଟ୍‌ ୮୫’ ନାମରେ ତାଙ୍କର ଏକ ୟୁଟ୍ୟୁବ ରହିଛି। ଏହି ଚ୍ୟାନେଲ ମାଧ୍ୟମରେ ଶାନ୍ତା ଏବେ ଲୋକମାନଙ୍କୁ ବେଶ୍‌ ସୁନ୍ଦରଭାବେ ନୂଆ ନୂଆ ଟେକ୍ନୋଲୋଜି ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ବଡ଼ କଥା ହେଉଛି ଶାନ୍ତାଙ୍କୁ ଏବେ ବୟସ ହେଉଛି ୮୫ ବର୍ଷ ଆଉ ସେ ଏହି ବର୍ଷ ହିଁ ତାଙ୍କ ଚ୍ୟାନେଲ ଆରମ୍ଭ କରିଛନ୍ତି। ଚ୍ୟାନେଲ ଆରମ୍ଭ କରିବାର ମାତ୍ର କେଇ ମାସ ମଧ୍ୟରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ଏବେ ତାଙ୍କୁ ମିଳିଛି ସ୍ବତନ୍ତ୍ର ପରିଚୟ। ନୂଆ ଟେକ୍ନୋଲୋଜିକୁ ଶାନ୍ତା ଏତେ ସୁନ୍ଦର ଆଉ ସରଳଭାବେ ବୁଝାଇ ତାଙ୍କ ଚ୍ୟାନେଲରେ ଅପ୍‌ଲୋଡ୍‌ କରୁଛନ୍ତି ଯେ ଦର୍ଶକମାନେ ବେଶ୍‌ ପ୍ରଭାବିତ ହୋଇପାରୁଛନ୍ତି। ସେଥିପାଇଁ ତାଙ୍କ ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ଖୁବ୍‌ ଶୀଘ୍ର ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କ ଶିଖାଇବାର ଦକ୍ଷତାକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଶାନ୍ତା ଏହି ବର୍ଷ ଅଗଷ୍ଟ ମାସରେ ହିଁ ତାଙ୍କ ଚ୍ୟାନେଲ ଆରମ୍ଭ କରିଥିଲେ, ଆଉ ପ୍ରଥମ ଭିଡିଓରୁ ହିଁ ତାଙ୍କର ଫଲୋଅରଙ୍କ ସଂଖ୍ୟା ବହୁତ ବଢ଼ିବାରେ ଲାଗିଥିଲା। ଆଉ ତା’ପରେ ଶାନ୍ତା ଯାହା ବି ଭିଡିଓ ଅପଲୋଡ୍‌ କରୁଥିଲେ ତାଙ୍କ ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ବହୁତ ବଢ଼ିଥିଲା ଏବଂ ତାଙ୍କୁ ବହୁ ପ୍ରଶଂସା ବି ମିଳିପାରିଥିଲା। ବାର୍ଦ୍ଧକ୍ୟ ବୟସରେ ବି ଶାନ୍ତା ଯୁବପିଢ଼ିଙ୍କ ସହ ତାଳ ଦେଇ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri