ଏନ୍‌ଏମ୍‌ଏସିସିରେ ‘ଦି ସାଉଣ୍ଡ୍‌ ଅଫ୍‌ ମ୍ୟୁଜିକ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୬(ଅଭୟ ଦାଶ): ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ମୁମ୍ବାଇର ନୀତା ମୁକେଶ ଅମ୍ବାନି କଲଚରାଲ୍‌ ସେଣ୍ଟର (ଏନ୍‌ଏମ୍‌ଏସିସି)ରେ ଏକ ସ୍ବତନ୍ତ୍ର ବ୍ରଡ୍‌ୱେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ରିଲାଏନ୍ସ ଫାଉଣ୍ଡେଶନ ଦ୍ୱାରା ସମର୍ଥିତ ଏନ୍‌ଜିଓଗୁଡ଼ିକର ୩୪୦୦ ଉପେକ୍ଷିତ ପିଲା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏନ୍‌ଏମ୍‌ଏସିସିରେ ସ୍ବତନ୍ତ୍ର ଭାବେ ଆନ୍ତର୍ଜାତିକ ବ୍ରଡ୍‌ୱେର ସଙ୍ଗୀତ କାର୍ଯ୍ୟକ୍ରମ ‘ଦି ସାଉଣ୍ଡ୍‌ ଅଫ୍‌ ମ୍ୟୁଜିକ୍‌’ର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଫାଉଣ୍ଡେଶନ ପକ୍ଷରୁ ମୁମ୍ବାଇର ବିଭିନ୍ନ ଅଞ୍ଚଳର ଦିବ୍ୟାଙ୍ଗ ପିଲାଙ୍କ ସମେତ ୩୪୦୦ ସ୍ବତନ୍ତ୍ର ପିଲା ଓ ବରିଷ୍ଠ ନାଗରିକଙ୍କ ଲାଗି ସପ୍ତାହନ୍ତରେ ୨ଟି ସ୍ବତନ୍ତ୍ର ଶୋ’ ଏନ୍‌ଏମ୍‌ଏସିସିଠାରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଏଜୁକେଶନ ଆଣ୍ଡ୍‌ ସ୍ପୋର୍ଟସ୍‌ ଫର ଅଲ୍‌(ଇଏସ୍‌ଏ) କାର୍ଯ୍ୟକ୍ରମର ସମର୍ଥିତ ୧୮ଟି ଏନ୍‌ଜିଓ ସହିତ ରିଲାଏନ୍ସର କର୍ମଚାରୀ ଏବଂ ସ୍ବେଚ୍ଛାସେବୀମାନେ ସମର୍ଥନ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି, ସାଉଣ୍ଡ୍‌ ଅଫ୍‌ ମ୍ୟୁଜିକ୍‌ ପ୍ରତି ବିପୁଳ ସମର୍ଥନ ମିଳିଛି। ଏପରିକି ଭାରତ ଓ ଦୁନିଆର ଶ୍ରେଷ୍ଠତା ପ୍ରଦର୍ଶିତ କରିବା ପାଇଁ ଏନ୍‌ଏମ୍‌ଏସିସିର ଲକ୍ଷ୍ୟକୁ ଏହା ପ୍ରତିଫଳିତ କରୁଛି, ବିଶେଷ କରି କାର୍ଯ୍ୟକ୍ରମର ଶେଷ ଦୁଇ ଶୋ’କୁ ୩୪୦୦ ଅନଗ୍ରସର ପିଲା ଓ ବରିଷ୍ଠ ନାଗରିକଙ୍କ ପ୍ରତି ଉତ୍ସର୍ଗ କରି ଆମେ କୃତଜ୍ଞ। ସେହିଭଳି ସାରା ଦେଶରୁ ପରିବାରଗୁଡ଼ିକ ଆସି ଏକଜୁଟ ହେବା ଓ ଏହି ଯାଦୁକରୀ ଅନୁଭୂତି ହାସଲ କରିବା ବେଶ ହୃଦୟସ୍ପର୍ଶୀ ଥିଲା। ଏପରିକି ସ୍ବତନ୍ତ୍ର ଦର୍ଶକମାନଙ୍କ ସହ ଏହି ଚମତ୍କାର ସଙ୍ଗୀତ କାର୍ଯ୍ୟକ୍ରମକୁ ସମାପନ କରିବାର ତାହା ଥିଲା ଶ୍ରେଷ୍ଠ ଉପାୟ। ଆମର ଏଜୁକଶେନ ଆଣ୍ଡ୍‌ ସ୍ପୋର୍ଟସ୍‌ ଫର ଅଲ୍‌ କାର୍ଯ୍ୟକ୍ରମକୁ ଜାରି ରଖି ଆମେ ସମସ୍ତଙ୍କ ପାଖରେ କଳାକୁ ପହଞ୍ଚାଇବାକୁ ପ୍ରତିବଦ୍ଧ ରହିଛୁ ବୋଲି ନୀତା ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri