ରଥଯାତ୍ରା ପରିଚାଳନା ପାଇଁ ଏସ୍‌ଓପି ପ୍ରସ୍ତୁତ ହେବ

ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ ଗୁରୁବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସେବାୟତମାନେ ସ୍ବାଗତ କରିଥିବା ବେଳେ ଏ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ବିନା ଭକ୍ତରେ ହେବ। ପୁରୀ ଜିଲାରେ ଏବେ ବି ସଂକ୍ରମଣର ମାତ୍ରା ଅଧିକ ରହିଛି। ଏଣୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ରଥଯାତ୍ରା ଆୟୋଜନ ଲାଗି ପଦକ୍ଷେପ ନିଆଯିବ। ଏନେଇ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିବାବେଳେ ଠିକ ସମୟରେ ଶେଷ ହେବ ବୋଲି ଆଶା ରହିଛି। ଆପାତତଃ ସମସ୍ତ ସେବାୟତଙ୍କର ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଛି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ। ଯେଉଁ ସେବାୟତ ଓ କର୍ମଚାରୀମାନେ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କ ପାଇଁ ଆର୍‌ଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ଯେଉଁମାନେ କୋଭିଡ୍‌ ନେଗେଟିଭ୍‌ ହେବେ କେବଳ ସେମାନଙ୍କୁ ହିଁ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ମିଳିବ। ରଥଯାତ୍ରା ପରିଚାଳନା ଲାଗି ଜିଲା ପ୍ରଶାସନ ଏକ ଏସ୍‌ଓପି ପ୍ରସ୍ତୁତ କରିବ। ଏ ନେଇ ସମସ୍ତ ଅଂଶୀଦାରଙ୍କ ପରାମର୍ଶ ନିଆଯିବ। ପୁରୀ ସହରବାସୀ ବଡ଼ଦାଣ୍ଡକୁ ନ ଆସି ଯେଭଳି ଘରେ ରହି ସିଧା ପ୍ରସାରଣ ମାଧ୍ୟମରେ ରଥଯାତ୍ରା ଦେଖିପାରିବେ ତାହା ସୁନିଶ୍ଟିତ କରିବା ଜିଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ। ସେହିପରି ମେକାପ, ଖୁଣ୍ଟିଆ ଓ ପୂଜାପଣ୍ଡା ସେବାୟତଙ୍କ ସହ ସ୍ନାନଯାତ୍ରା ନେଇ ଆଲୋଚନା ହୋଇଛି। ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ଦେବସ୍ନାନ କରିବା ପାଇଁ ସେବାୟତମାନେ ମତ ରଖୁଛନ୍ତି। ଏନେଇ ଆଗାମୀ ଦିନରେ ବୈଠକ ହେବ। କେଉଁ ନିଯୋଗରୁ କେତେଜଣ ସେବାୟତଙ୍କ ଦ୍ୱାରା ସ୍ନାନଯାତ୍ରା କରାଯିବ, ସେ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ଲାଗି ରାଜ୍ୟ ସରକାରଙ୍କ ଘୋଷଣା ସ୍ବାଗତଯୋଗ୍ୟ। ମାତ୍ର ଏସ୍‌ଓପିରେ ଅନେକ ପ୍ରସଙ୍ଗକୁ ନେଇ ସମ୍ବେଦନଶୀଳ ଭାବେ ବିଚାର କରାଯିବା ଆବଶ୍ୟକ। ସ୍ନାନଯାତ୍ରା ଓ ରଥଯାତ୍ରା ବେଳକୁ ଅନେକ ସେବାୟତଙ୍କର ପ୍ରଥମ ଡୋଜ୍‌ ଟିକାକରଣକୁ ୪୨ ଦିନର ଅବଧି ପୂରଣ ହୋଇ ନ ଥିବ। ଏଣୁ ରାଜ୍ୟ ସରକାର ନିୟମ କୋହଳ କଲେ ସମ୍ପୃକ୍ତ ସେବାୟତମାନେ କୋଭିଡ୍‌ ଟିକାର ୨ୟ ଡୋଜ୍‌ ନେଇପାରନ୍ତେ। ସେହିପରି ଶ୍ରୀମନ୍ଦିର ଏବଂ ପୁରୀ ଜିଲା ପ୍ରଶାସନ ମିଳିତ ଭାବେ ବିଭିନ୍ନ ନିଯୋଗର କେତେ ସଂଖ୍ୟକ ସେବକ ସ୍ନାନଯାତ୍ରା ଓ ରଥଯାତ୍ରାରେ ନିୟୋଜିତ ହେବେ, ତାହା ନିର୍ଦ୍ଧାରଣ କରିବା ଉଚିତ। ଦଇତାପତି ସେବାୟତମାନେ ବର୍ଷକରେ ଗୋଟିଏ ମାସ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଆନ୍ତି। ଏହାବ୍ୟତୀତ ଦଇତାପତିଙ୍କ ସେବା ହେଉଛି ଗୋଷ୍ଠୀସେବା। ତେଣୁ ଦଇତାପତିଙ୍କ ସଂଖ୍ୟାରେ କାଟଛାଣ୍ଟକୁ ଗ୍ରହଣ କରାଯିବ ନାହିଁ। ପୂର୍ବରୁ ଯେତିକି ଦଇତାପତି ସେବାରେ ଲାଗୁଥିଲେ ଏବେ ମଧ୍ୟ ସେତିକି ସେବାୟତଙ୍କୁ ଅନୁମତି ମିଳିବା ଦରକାର। ଅନ୍ୟପକ୍ଷରେ ଦଇତାପତି ସେବାୟତମାନେ ମାସେ ରୋଜଗାର ଆଣିଲେ ବର୍ଷେ ଚଳନ୍ତି। ଏବେ କରୋନା ଯୋଗୁ ଦାନ ଦକ୍ଷିଣା ମିଳୁ ନାହିଁ। ଏଣୁ ପ୍ରଶାସନ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଉ ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri