ପୁତ୍ରର ଋଣ ଶୁଝା

ମାତୃ ଋଣ କଦାପି ଶୁଝି ହୁଏ ନାହିଁ। କାରଣ ମା’ ଏକ ଅନନ୍ୟ ମରିଷ। ନୂଆ ଜୀନନଟିଏ ସୃଷ୍ଟି କରିବାରେ ମା’ର ଭୂମିକା ଅତୁଳନୀୟ। ସମାୟନ ପରଠାରୁ ଶିଶୁଟିକୁ ଜନ୍ମଦେବା ପର୍ଯ୍ୟନ୍ତ ଅନ୍ୟ ସମସ୍ତ ପ୍ରକ୍ରିୟା ମାତୃଗର୍ଭରେ ସାଧିତ ହୋଇଥାଏ। ତେବେ ଅନ୍ୟ ସବୁ ପ୍ରଜାତିର ସ୍ତନ୍ୟପାୟୀଙ୍କ ତୁଳନାରେ ମଣିଷର ଭ୍ରୂଣ ମା’ଠାରୁ ଦାବି କରିଥାଏ ଜୀବନଧାରଣ ଏବଂ ମଣିଷ ବିକାଶ ଲାଗି ଆବଶ୍ୟକ ଅଧିକ ମାତ୍ରାର ଉପାଦାନ।
ଭୂମିଷ୍ଠ ହେଲା ପରେ ମା’ ଶିଶୁଟିକୁ ସ୍ତନ୍ୟପାନ କରାଇବା ତଥା ଅନ୍ୟ ସମସ୍ତ ମାତୃସୁଲଭ ଯତ୍ନ ନେବା ଏବଂ ଏପରି କି ପ୍ରାପ୍ତବୟସ୍କ ହେଲା ପରେ ମଧ୍ୟ ତା’ ପ୍ରତି ସର୍ବୋତୋଭାବେ ସମର୍ପିତ ହୋଇ ରହିବାର ଦେଖାଯାଏ। ମା’ର ଏହି ସମର୍ପଣ ଭାବର କାରଣ ଖୋଜି ବାହାର କରିବା ସମ୍ଭବ ହୋଇ ନ ଥିଲେ ମଧ୍ୟ ତା’ ମୂଳରେ କିଛି ଜୈବିକ ରହସ୍ୟ ବିଦ୍ୟମାନ ଥିବାର ଅନୁମାନ କରାଯାଏ। ଅନେକେ ଏହାକୁ ବ୍ୟାଖ୍ୟା କରୁଥିଲେ ସମ୍ପନ୍ନ ପାଇଁ ମା’ ଏବଂ ବାପାଙ୍କର ଭିନ୍ନ ଭିନ୍ନ ଜିନୀୟ ଅବଦାନ ମାଧ୍ୟମରେ। ସେମାନଙ୍କ ମତରେ ସେ ଉଭୟେ ଶିଶୁକୁ ପ୍ରଦାନ କରିଥାଆନ୍ତି ସମସଂଖ୍ୟକ ନାଭିକୀୟ କ୍ରୋମୋଜୋମ୍‌। କିନ୍ତୁ ଏହା ବ୍ୟତୀତ ମା’ର ଡିମ୍ବାଣୁରେ ଥିବା ‘ମିଟୋକୋଣ୍ଡ୍ର୍ରିଆ’ରେ ସେ ସମ୍ପୂର୍ଣ୍ଣ ଅଧିକାରୀ ହୋଇଥାଏ। ସମ୍ଭବତଃ ଏଥିରେ ଥିବା ଜିନ୍‌ଗୁଡିକର ତହିଁରେ କୌଣସି ଭୂମିକା ରହିଛି। ତେବେ ବର୍ତ୍ତମାନ ବିଶେଷକରି ପୁଅ ସହିତ ମା’ର ଅସାମାନ୍ୟ ସଂପୃକ୍ତିକୁ ନେଇ ଭିନ୍ନ ଏକ ନୂତନ ତଥ୍ୟ ଉପସ୍ଥାପିତ କରାଗଲାଣି।
ସନ୍ତାନ ଜନ୍ମ ଦେବା ନାରୀଠାରେ ଆଣିଥାଏ ଅନେକ ପରିବର୍ତ୍ତନ-ଶରୀରର ଗାଠନିକ ତଥା କ୍ରିୟାଜନିତ ଏବଂ ମନସ୍ତାତ୍ତ୍ୱିକ। କିନ୍ତୁ ସମୟକ୍ରମେ ପ୍ରଥମ ଦୁଇଟି ଅନେକାଂଶରେ ସାଧାରଣ ହୋଇଯାଏ। କେବଳ ତୃତୀୟଟି ପରିବର୍ତ୍ତନ ରହିଯାଏ ସ୍ଥାୟୀ ରୂପେ। ବିଶେଷକରି ପୁତ୍ର ସନ୍ତାନଟିଏ ଜନ୍ମ ଦେବା ପରେ ଏସବୁ ଅଧିକ ମାତ୍ରାରେ ଘଟିବାର ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଏକ ସୂଚନା ପ୍ରଦାନ କରାଯାଇଛି ‘ଜର୍ନାଲ ଅଫ ମଲିକୁଲାର ହ୍ୟୁମାନ ରିପ୍ରଡକ୍ସନ’ର ଜାନୁୟାରୀ, ୨୦୨୦ ସଂଖ୍ୟାରେ, ଯେଉଁଥିରେ ଜିନୀୟ ସଂପୃକ୍ତିକୁ ନେଇ ଏକ ବ୍ୟାଖ୍ୟାନ ରହିଛି। ତଦନୁଯାୟୀ ନିବନ୍ଧଟି ରଚନା କରିଥିବା ଗବେଷକମାନେ ତାଙ୍କ ପରୀକ୍ଷାରେ ପୁରୁଷ ଭ୍ରୂଣ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ନତୁବା ପୁଅଟିଏ ଜନ୍ମ ଦେବାର ଠିକ୍‌ ପରେ ପରେ ମହିଳାମାନଙ୍କଠାରେ ଓ୍ବାଇ-କ୍ରୋମୋଜୋମ୍‌ ସନ୍ଧାନ ପାଇଥିଲେ। ତେଣୁ ସେମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଏହି କ୍ରୋମୋଜୋମ୍‌ ଭ୍ରୂଣଠାରୁ ମା’ ଦେହକୁ ଆସିଛି ବୋଲି। ଏ କ୍ଷେତ୍ରରେ ଅନ୍ୟ ଏକ ଯୁଗାନ୍ତକାରୀ ଆବିଷ୍କାର ହୋଇଥିଲା ୨୦୧୨ ମସିହାରେ। ସେତେବେଳେ ୬୩ ଶତାଂଶ ମା’ଙ୍କ ମସ୍ତିଷ୍କରେ ପୁତ୍ର ସନ୍ତାନ ଜନ୍ମ ଦେବାର ଅନେକ ବର୍ଷ ପରେ ମଧ୍ୟ ଓ୍ବାଇ-କ୍ରୋମୋଜୋମ୍‌ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ୯୪ବର୍ଷୀୟା ମହିଳାଙ୍କଠାରେ ଏହା ଥିବାର ଏକମାତ୍ର କାରଣ ହେଲା ଯେ, ସେମାନେ ପ୍ରତ୍ୟେକ ଅନ୍ତତଃ ଗୋଟିଏ ଲେଖାଏଁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଅତଏବ ତାହା ତାଙ୍କରିଠାରୁ ସେମାନଙ୍କ ଦେହକୁ ଆସିଥିଲା।
ବୈଜ୍ଞାନିକମାନଙ୍କ ମତରେ ଏହା ମା’ମାନଙ୍କଠାରେ ହରମୋନୀୟ ସ୍ଥିତି ବଦଳାଇ ଦେଇ ତାଙ୍କୁ କର୍କଟ ରୋଗ ତଥା ସଂକ୍ରମଣ ଓ ମସ୍ତିଷ୍କ ରୋଗରୁ ଦୀର୍ଘକାଳୀନ ଭିତ୍ତିରେ ସୁରକ୍ଷା ପ୍ରଦାନ କରେ। ଫଳରେ ତାଙ୍କର ବଞ୍ଚତ୍ ରହିବାର ସମ୍ଭାବନା ବୃଦ୍ଧିପାଏ, ଯାହା କି ଶିଶୁମାନଙ୍କ ପାଇଁ ଲାଭଦାୟକ। ସମ୍ଭବତଃ ଏହା ମା’ମାନଙ୍କୁ ବାପମାନଙ୍କ ତୁଳନାରେ ପୁତ୍ର ସନ୍ତାନ ପ୍ରତି ଅଧିକ ସମର୍ପିତ ହେବାକୁ ପ୍ରରୋଚିତ କରେ। ଅନ୍ୟପକ୍ଷରେ, ମା’ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘଜୀବନ ପାଇଁ ଏହା ସନ୍ତାନର ପ୍ରାକୃତିକ ଅବଦାନ ବୋଲି ବିଚାର କରାଯାଇପାରେ। କିଞ୍ଚତ୍ତ ମାତ୍ରାରେ ହେଲେ ବି ମାତୃ ଋଣ ଶୁଝିବା ପାଇଁ ପ୍ରକୃତି କ’ଣ ଏ ବ୍ୟବସ୍ଥା କରିଛି !

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ,୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri