ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦

ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା କରି ରଖୁଥିବାରୁ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। ସହରର ରାସ୍ତା ମଧ୍ୟ ଅପରିଷ୍କାର ହେଉଛି। ଏ ନେଇ ପୌରପାଳିକା ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତେବେ କାଞ୍ଜିଆହୁଦା ନିର୍ମାଣ ପାଇଁ ଜିଲା ପ୍ରଶାସନ ପାଣ୍ଠି ଯୋଗାଇ ଦେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ପୌର କର୍ତ୍ତୃପକ୍ଷ କହିଛନ୍ତି।
ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ଜାତୀୟ ରାଜପଥ ଯାଏ ସବୁଆଡ଼େ ପଲ ପଲ ଗୋରୁ ବୁଲୁଛନ୍ତି। ଗାନ୍ଧୀମାର୍ଗ, ସର୍କିଟ ହାଉସ ରାସ୍ତା, ଅମଲାପଡ଼ା, ଶିମିଳିପଡ଼ା, ତାମ୍ରିତ କଲୋନୀ, ମିଶ୍ରପଡ଼ା, ଇଣ୍ଡ୍ରଷ୍ଟିଆଲ ଇଷ୍ଟେଟ୍‌, ହେମସୁରପଡ଼ା ଆଦି ରାସ୍ତାରେ ଏମାନଙ୍କ ସଂଖ୍ୟା ଅଧିକ। ସେହିପରି ୫୫ନଂ. ଜାତୀୟ ରାଜପଥ ଉପରେ ରାତିରେ ଗୋରୁପଲ ଶୋଇ ରହୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ଲୋକଙ୍କ ସହ ଗୋରୁମାନେ ମଧ୍ୟ କ୍ଷତାକ୍ତ ହେଉଛନ୍ତି। ଖୋଦ୍‌ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ପ୍ରାୟତଃ ଦୁର୍ଘଟଣାରେ ଗୋରୁମାନେ ଆହତ ହୋଇ ରାସ୍ତା ଉପରେ ପଡ଼ି ରହୁଥିବା ଦେଖାଯାଉଛି। ସରକାରୀ କଲୋନୀ ସମ୍ମୁଖ ରାସ୍ତାରେ ଏପରି ଦୃଶ୍ୟ ନିତିଦିନିଆ ହୋଇଗଲାଣି। ସହରରେ ବୁଲୁଥିବା ଏହି ଗୋରୁପଲଙ୍କ ମଧ୍ୟରୁ ଅନେକଙ୍କର ମାଲିକ ଅଛନ୍ତି। କିନ୍ତୁ ଗୁହାଳ ନ କରି ସେମାନେ ଗୋରୁ ପାଳୁଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସମୟରେ ସାମାଜିକ କର୍ମୀ ଓ ସହରବାସୀ ପୌରପାଳିକା ନିକଟରେ ଅଭିଯୋଗ କରୁଛନ୍ତି। କିନ୍ତୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହି ପୌର ପ୍ରଶାସନ ସମୟ ଗଡ଼ାଇ ଚାଲିଛି। ବାସ୍ତବରେ ଭିତ୍ତିଭୂମି ଓ କର୍ମଚାରୀଙ୍କ ଅଭାବ କାରଣରୁ ଏପରି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ କାଞ୍ଜିଆହୁଦା ମଧ୍ୟ ନିର୍ମାଣ କରାଯାଇପାରୁ ନାହିଁ। ଜିଲା ପ୍ରଶାସନ ଏ ନେଇ ପାଣ୍ଠି ଯୋଗାଇ ଦେଲେ କାଞ୍ଜିଆହୁଦା କରାଯାଇପାରିବ ବୋଲି ପୌର କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ ପୌରପରିଷଦର ଏପରି ଅବହେଳାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ବୋଲି କୁହାଯାଉଥିବାବେଳେ କାଞ୍ଜିଆହୁଦାଟିଏ ନିର୍ମାଣ କରାଯାଇ ନ ପାରିବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ତୁରନ୍ତ ପୌରପାଳିକା ଏ ଦିଗରେ ଦୃଷ୍ଟି ଦେଇ ଗୋରୁ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁ ବୋଲି ସହରବାସୀ ମତ ଦେଇଛନ୍ତି।

କଡ଼ା ଆଭିମୁଖ୍ୟ ଆବଶ୍ୟକ
ବୁଲା ଗୋରୁଙ୍କ ପାଇଁ ସହରରେ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। କିନ୍ତୁ ଏ ନେଇ ପ୍ରଶାସନର ନିଘା ନାହିଁ। କାଞ୍ଜିଆହୁଦା ନିର୍ମାଣ ସହ ବୁଲା ଗୋରୁଙ୍କ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇ ପାରିଲେ ସେମାନଙ୍କ ଚେତା ଉଦୟ ହୁଅନ୍ତା।
-ରୁକେଶ ରୋସନ ଦାସ, ଅନୁଗୋଳବାସୀ
ମାଲିକମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଉ
ସହରରେ ଦେଖାଦେଇଥିବା ଏହି ସମସ୍ୟା ପାଇଁ ଗୋରୁ ମାଲିକମାନେ ଦାୟୀ। ସେମାନଙ୍କୁ ପ୍ରଥମେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏ ଦିଗରେ ପ୍ରଶାସନ କଠୋର ହେଲେ ଯାଇ ମାଲିକମାନେ ସେମାନଙ୍କ ଗୋରୁଙ୍କୁ ରାସ୍ତା ଉପରକୁ ଛାଡ଼ିବେ ନାହିଁ।
-ବିଶ୍ୱଜିତ୍‌ ବିଶ୍ୱାଳ, ଅନୁଗୋଳ ବାସିନ୍ଦା
ଗୋରୁଙ୍କୁ ଧରି ରେଡିୟମ ଟ୍ୟାଗ୍‌ ଲଗାଯାଉ
ସହର ଉପକଣ୍ଠରେ ଏକମାତ୍ର ଘରୋଇ ଗୋଶାଳା ରହିଛି। ସେଠାରେ ଯେତିକି ଗୋରୁ ରହିଛନ୍ତି ସେମାନଙ୍କ ପାଇଁ ଜାଗା ନିଅଣ୍ଟ ପଡ଼ୁଛି। ତେଣୁ ପୌର ପରିଷଦ କାଞ୍ଜିଆହୁଦା ନିର୍ମାଣ ସହ ବୁଲା ଗୋରୁଙ୍କୁ ଧରି ରେଡିୟମ ଟ୍ୟାଗ୍‌ ଲଗାଇଲେ ମାଲିକମାନଙ୍କ ଠାରୁ ଜରିମାନା ଆଦାୟ ସହଜ ହୋଇପାରିବ।
-ପ୍ରତାପ ମହାପାତ୍ର, ଅନୁଗୋଳବାସୀ
ଗୋଶାଳା ପଠାଇବା ବ୍ୟବସ୍ଥା ହେଉଛି
ବୁଲା ଗୋରୁଙ୍କୁ ସହର ଉପକଣ୍ଠ ଗୋ ଶାଳାକୁ ପଠାଯିବାର ବ୍ୟବସ୍ଥା ହେଉଛି। ତେବେ ଅର୍ଥାଭାବରୁ କାଞ୍ଜିଆହୁଦା ନିର୍ମାଣ କରାଯାଇ ପାରୁନାହିଁ। ଏ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯାଉଛି। ଅର୍ଥ ମଞ୍ଜୁର ହେଲେ କୌଣସି ଏକ ସ୍ଥାନରେ କାଞ୍ଜିଆହୁଦା ନିର୍ମାଣ କରାଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌରନିର୍ବାହୀ ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri