କେନ୍ଦୁଗୁଡ଼ା ଗ୍ରାମରେ ଅଚଳ ହୋଇପଡ଼ିଛି ସୋଲାର ପ୍ରକଳ୍ପ

ବାଲିମେଳା, ୩୦।୪ (ଡି.ଏନ୍‌.ଏ.): ଏବେ ଚାଲିଛି ଗ୍ରୀଷ୍ମଋତୁ। ମାଲକାନଗିରି ଜିଲାରେ ଆରମ୍ଭ ହୋଇଛି ଜଳସଙ୍କଟ। ଜିଲାର କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଜଳସଙ୍କଟ ତୀବ୍ର ହୋଇଛି। ପ୍ରାୟ ୪ମାସରୁ ଊର୍ଦ୍ଧ୍ୱ ହେବ ଏହି ଗ୍ରାମରେ ଅଚଳ ହୋଇପଡ଼ିଛି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ l ଫଳରେ ପାନୀୟଜଳ ମୁନ୍ଦେ ପାଇଁ ଗ୍ରାମବାସୀ ହଇରାଣ ହେଉଛନ୍ତି l କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟଠାରୁ ୪/୫ କି.ମି. ଦୂରରେ କେନ୍ଦୁଗୁଡ଼ା ଗ୍ରାମ ରହିଥିବା ବେଳେ ଏହା ଉପରେ ନଜର ପଡୁନି ବ୍ଲକ ପ୍ରଶାସନର। ଏ ସମ୍ପର୍କରେ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭକରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ସୁଦ୍ଧା କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି l
କେନ୍ଦୁଗୁଡ଼ା ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଗ୍ରାମରେ କୁମ୍ଭାର, ହରିଜନ, ରଣା ଏବଂ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘ ବର୍ଷ ଧରି ବସବାସ କରିଆସୁଛନ୍ତି l ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇଦେବାକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ୫ବର୍ଷ ତଳେ ଗ୍ରାମରେ ଏକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା l ଏଥିପାଇଁ ବିଭାଗ ପକ୍ଷରୁ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମବାସୀଙ୍କୁ ପାନୀୟ ଜଳ ସୁବିଧାରେ ଯୋଗାଇଦେବାକୁ ଗ୍ରାମର ବିଭିନ୍ନ ସାହିରେ ୮ଟିରୁ ଅଧିକ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା l ପାଇପ ମଧ୍ୟ ବିଛାଯାଇଥିଲା l ଉକ୍ତ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ କିଛି ବର୍ଷ ଠିକ୍‌ ଚାଲିଥିଲା l ମାତ୍ର ଆଜିକୁ ୪ମାସ ତଳେ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି। ଗ୍ରାମରେ ୫ଟି ନଳକୂପ ଏବଂ ଗୋଟିଏ କୂଅ ରହିଛି l ଅଥଚ ଦୀର୍ଘ ବର୍ଷ ହେଲା କୂଅଟି ଅଚଳ, ଭଗ୍ନ ପରିତ୍ୟକ୍ତ ଅବସ୍ଥାରେ ପଡିଛି। ୫ଟି ନଳକୂପରୁ ଦୁଇଟି ନଳକୂପର ହ୍ୟାଣ୍ଡେଲ ବିଭାଗ ପକ୍ଷରୁ ଲଗାଯାଇ ନ ଥିବା ବେଳେ ଅନ୍ୟ ଦୁଇଟି ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଗ୍ରାମ ମଝିରେ ଥିବା ନଳକୂପ ଏବଂ ସ୍କୁଲ ପରିସରରେ ଥିବା ନଳକୂପରୁ ଲୌହ ମିଶ୍ରିତ ଜଳ ବାହାରୁଥିବାରୁ ଏହା ପାନୀୟ ଉପଯୋଗୀ ହୋଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସୌର ପ୍ରକଳ୍ପ ନିକଟରେ ଥିବା ଏକମାତ୍ର ନଳକୂପରୁ ବାହାରୁ ଥିବା ଜଳ ଉପରେ ବର୍ତ୍ତମାନ ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭର କରୁଛନ୍ତି। ନଳକୂପ ନିକଟରେ ଧାଡ଼ିବାନ୍ଧି ମହିଳାମାନେ ଜଣକ ପରେ ଜଣେ ହାଣ୍ଡିଏ/ଦୁଇ ହାଣ୍ଡି ଲେଖାଏ ପାଣି ଆଣି ଚଳୁଛନ୍ତି l ସେଠାରୁ ପାଣି ଆଣିବା ବିଳମ୍ବ ହେଲେ ଆମକୁ ସେଦିନ କୁଲି କାର୍ଯ୍ୟ ମିଳେନାହିଁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଗ୍ରାମ ନିକଟରେ ଥିବା ନାଳନର୍ଦ୍ଦମାଗୁଡ଼ିକ ଶୁଖିଲା ପଡ଼ିଛି । ଗ୍ରାମବସୀ ଶୌଚ ହେବା ଏବଂ ଗ୍ରାମର ଗୃହପାଳିତ ପ୍ରାଣୀ ପିଇବା ପାଣି ମୁନ୍ଦେ ପାଇବା ସମସ୍ୟା ପାଲଟିଛି । ପାନୀୟଜଳ ସଙ୍କଟ ନେଇ ଗ୍ରାମର ମହିଳା ପୁରୁଷମାନେ ୨ ମାସ ତଳେ କୋରୁକୋଣ୍ଡା ବ୍ଲକ କର୍ତ୍ତୃପକ୍ଷ ଏବଂ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଜଣାଇଥିଲେ। ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା କହନ୍ତି ଗ୍ରାମ ମୁଖିଆ ଗୋବର୍ଦ୍ଧନ ଜାଲା, ଅଙ୍ଗନଓ୍ବାଡି କର୍ମୀ କୌଶଲ୍ୟା ବାଙ୍କିଆ,ଜାନକୀ ଜାଲା, ଦୈମତି ଖରା, ତୁଲୁସା ଜାଲା, ବିମଳା ଜାଲା, ଦହନା ଜାଲା, ବବି ଗୋଲରୀ, ରଇଲା ଖରା, ରାମା କାନ୍ତରି, ରୁକୁଣା ଖରା, ସଇତା ଖିଲ। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଶଗଡ଼ା ହେମ୍ବ୍ରମଙ୍କୁ ପଚାରିବାରୁ ସେ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇ ପଡ଼ିଥିବା ପ୍ରକାଶକରି ଏହାକୁ ମରାମତି ନିମନ୍ତେ ଆବଶ୍ୟକ ଅନୁଦାନ ଅର୍ଥ ପଞ୍ଚାୟତରେ ନ ଥିବା କହିଥିଲେ। ତେବେ ନୂତନ ଭାବେ ଖୋଳାଯାଇଥିବା ଦୁଇଟି ନଳକୂପର ହ୍ୟାଣ୍ଡେଲ ଲଗାଯିବ। ୨/୩ ଦିନ ମଧ୍ୟରେ ଅଚଳ ହୋଇ ପଡ଼ି ରହିଥିବା ପ୍ରକଳ୍ପକୁ ମରାମତି କରାଯାଇ ଗ୍ରାମବାସୀଙ୍କୁ ପାନୀୟ ଯୋଗାଣ ହେବ ବୋଲି ହେମ୍ବ୍ରମ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri