କେନ୍ଦୁଗୁଡ଼ା ଗ୍ରାମରେ ଅଚଳ ହୋଇପଡ଼ିଛି ସୋଲାର ପ୍ରକଳ୍ପ

ବାଲିମେଳା, ୩୦।୪ (ଡି.ଏନ୍‌.ଏ.): ଏବେ ଚାଲିଛି ଗ୍ରୀଷ୍ମଋତୁ। ମାଲକାନଗିରି ଜିଲାରେ ଆରମ୍ଭ ହୋଇଛି ଜଳସଙ୍କଟ। ଜିଲାର କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଜଳସଙ୍କଟ ତୀବ୍ର ହୋଇଛି। ପ୍ରାୟ ୪ମାସରୁ ଊର୍ଦ୍ଧ୍ୱ ହେବ ଏହି ଗ୍ରାମରେ ଅଚଳ ହୋଇପଡ଼ିଛି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ l ଫଳରେ ପାନୀୟଜଳ ମୁନ୍ଦେ ପାଇଁ ଗ୍ରାମବାସୀ ହଇରାଣ ହେଉଛନ୍ତି l କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟଠାରୁ ୪/୫ କି.ମି. ଦୂରରେ କେନ୍ଦୁଗୁଡ଼ା ଗ୍ରାମ ରହିଥିବା ବେଳେ ଏହା ଉପରେ ନଜର ପଡୁନି ବ୍ଲକ ପ୍ରଶାସନର। ଏ ସମ୍ପର୍କରେ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭକରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ସୁଦ୍ଧା କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି l
କେନ୍ଦୁଗୁଡ଼ା ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଗ୍ରାମରେ କୁମ୍ଭାର, ହରିଜନ, ରଣା ଏବଂ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘ ବର୍ଷ ଧରି ବସବାସ କରିଆସୁଛନ୍ତି l ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇଦେବାକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ୫ବର୍ଷ ତଳେ ଗ୍ରାମରେ ଏକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା l ଏଥିପାଇଁ ବିଭାଗ ପକ୍ଷରୁ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମବାସୀଙ୍କୁ ପାନୀୟ ଜଳ ସୁବିଧାରେ ଯୋଗାଇଦେବାକୁ ଗ୍ରାମର ବିଭିନ୍ନ ସାହିରେ ୮ଟିରୁ ଅଧିକ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା l ପାଇପ ମଧ୍ୟ ବିଛାଯାଇଥିଲା l ଉକ୍ତ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ କିଛି ବର୍ଷ ଠିକ୍‌ ଚାଲିଥିଲା l ମାତ୍ର ଆଜିକୁ ୪ମାସ ତଳେ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି। ଗ୍ରାମରେ ୫ଟି ନଳକୂପ ଏବଂ ଗୋଟିଏ କୂଅ ରହିଛି l ଅଥଚ ଦୀର୍ଘ ବର୍ଷ ହେଲା କୂଅଟି ଅଚଳ, ଭଗ୍ନ ପରିତ୍ୟକ୍ତ ଅବସ୍ଥାରେ ପଡିଛି। ୫ଟି ନଳକୂପରୁ ଦୁଇଟି ନଳକୂପର ହ୍ୟାଣ୍ଡେଲ ବିଭାଗ ପକ୍ଷରୁ ଲଗାଯାଇ ନ ଥିବା ବେଳେ ଅନ୍ୟ ଦୁଇଟି ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଗ୍ରାମ ମଝିରେ ଥିବା ନଳକୂପ ଏବଂ ସ୍କୁଲ ପରିସରରେ ଥିବା ନଳକୂପରୁ ଲୌହ ମିଶ୍ରିତ ଜଳ ବାହାରୁଥିବାରୁ ଏହା ପାନୀୟ ଉପଯୋଗୀ ହୋଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସୌର ପ୍ରକଳ୍ପ ନିକଟରେ ଥିବା ଏକମାତ୍ର ନଳକୂପରୁ ବାହାରୁ ଥିବା ଜଳ ଉପରେ ବର୍ତ୍ତମାନ ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭର କରୁଛନ୍ତି। ନଳକୂପ ନିକଟରେ ଧାଡ଼ିବାନ୍ଧି ମହିଳାମାନେ ଜଣକ ପରେ ଜଣେ ହାଣ୍ଡିଏ/ଦୁଇ ହାଣ୍ଡି ଲେଖାଏ ପାଣି ଆଣି ଚଳୁଛନ୍ତି l ସେଠାରୁ ପାଣି ଆଣିବା ବିଳମ୍ବ ହେଲେ ଆମକୁ ସେଦିନ କୁଲି କାର୍ଯ୍ୟ ମିଳେନାହିଁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଗ୍ରାମ ନିକଟରେ ଥିବା ନାଳନର୍ଦ୍ଦମାଗୁଡ଼ିକ ଶୁଖିଲା ପଡ଼ିଛି । ଗ୍ରାମବସୀ ଶୌଚ ହେବା ଏବଂ ଗ୍ରାମର ଗୃହପାଳିତ ପ୍ରାଣୀ ପିଇବା ପାଣି ମୁନ୍ଦେ ପାଇବା ସମସ୍ୟା ପାଲଟିଛି । ପାନୀୟଜଳ ସଙ୍କଟ ନେଇ ଗ୍ରାମର ମହିଳା ପୁରୁଷମାନେ ୨ ମାସ ତଳେ କୋରୁକୋଣ୍ଡା ବ୍ଲକ କର୍ତ୍ତୃପକ୍ଷ ଏବଂ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଜଣାଇଥିଲେ। ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା କହନ୍ତି ଗ୍ରାମ ମୁଖିଆ ଗୋବର୍ଦ୍ଧନ ଜାଲା, ଅଙ୍ଗନଓ୍ବାଡି କର୍ମୀ କୌଶଲ୍ୟା ବାଙ୍କିଆ,ଜାନକୀ ଜାଲା, ଦୈମତି ଖରା, ତୁଲୁସା ଜାଲା, ବିମଳା ଜାଲା, ଦହନା ଜାଲା, ବବି ଗୋଲରୀ, ରଇଲା ଖରା, ରାମା କାନ୍ତରି, ରୁକୁଣା ଖରା, ସଇତା ଖିଲ। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଶଗଡ଼ା ହେମ୍ବ୍ରମଙ୍କୁ ପଚାରିବାରୁ ସେ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇ ପଡ଼ିଥିବା ପ୍ରକାଶକରି ଏହାକୁ ମରାମତି ନିମନ୍ତେ ଆବଶ୍ୟକ ଅନୁଦାନ ଅର୍ଥ ପଞ୍ଚାୟତରେ ନ ଥିବା କହିଥିଲେ। ତେବେ ନୂତନ ଭାବେ ଖୋଳାଯାଇଥିବା ଦୁଇଟି ନଳକୂପର ହ୍ୟାଣ୍ଡେଲ ଲଗାଯିବ। ୨/୩ ଦିନ ମଧ୍ୟରେ ଅଚଳ ହୋଇ ପଡ଼ି ରହିଥିବା ପ୍ରକଳ୍ପକୁ ମରାମତି କରାଯାଇ ଗ୍ରାମବାସୀଙ୍କୁ ପାନୀୟ ଯୋଗାଣ ହେବ ବୋଲି ହେମ୍ବ୍ରମ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri