ଗେଣ୍ଡୁ ଫୁଲ ଚାଷ ଦେଇଛି ସ୍ବତନ୍ତ୍ର ପରିଚୟ

ଅମରପାଲି,୩୦।୪: (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଯୁବ ଚାଷୀ ଗେଣ୍ଡୁ ଫୁଲ ଚାଷ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହିତ ଗ୍ରାମର କେତେଜଣ ବେକାର ଯୁବକଙ୍କୁ କାମ ଯୋଗାଇ ଦେଇ ପାରିଛନ୍ତି। କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଉଚ୍ଚ ଶିକ୍ଷିତ ଯୁବ ଚାଷୀ ହେଲେ ଗଦାଧର ପଧାନ ଓ ପରକ୍ଷିତ କର୍ଣ୍ଣ। ଉଭୟେ ସ୍ନାତକ ପାସ୍‌ କରି ସାରିଲା ପରେ ଚାକିରି ପାଇଁ ଚେଷ୍ଟା କରିଥିଲେ। ମାତ୍ର ସରକାରୀ ଚାକିରି ମିଳି ପାରି ନ ଥିଲା। ୟୁଟ୍ୟୁବ ଦେଖୁ ଦେଖୁ ଏମାନେ ଗେଣ୍ଡୁଫୁଲ ଚାଷ ପ୍ରତି ଆକର୍ଷିତ ହୋଇଥିଲେ। ନିଜ ଖର୍ଚ୍ଚରୁ ଗେଣ୍ଡୁଫୁଲ ଚାରା ଆଣି ନିଜ ଜମିର ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ। ଉକ୍ତ ଫୁଲ ଚାଷରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ ନ କରି ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ପଦ୍ଧତିରେ ଚାଷ କରିଥିଲେ। ଫୁଲ ଚାଷରେ ପାଣି ଦେବା, ଘାସ ଲଟା ବାଛିବା ଓ ଫୁଲ ତୋଳିବା ପଇଁ ଗ୍ରାମର କେତେଜଣ ଯୁବକଙ୍କୁ କାମରେ ନିୟୋଜନ କରିଛନ୍ତି। ଏକର ପ୍ରତି ୫୦-୬୦ ହଜାର ଟଙ୍କାର ଫୁଲ ବିକ୍ରି ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ଫୁଲ ଅମଳ କରି ବୀରମହାରାଜପୁର ଅଞ୍ଚଳରୁ ବସ ଯୋଗେ କଟକ, ଭୁବନେଶ୍ବର ଆଦି ଅଞ୍ଚଳକୁ ପଠାଉଛନ୍ତି। କମ ଖର୍ଚ୍ଚ ଓ ପରିଶ୍ରମରେ ଏହା ହେଉଥିବାରୁ ଭଲ ଦି ପଇସା ରୋଜଗାର ହେଉଥିବା ଉଭୟ ଚାଷୀ ପ୍ରକାଶ କରିଛନ୍ତି। ଚାଷ ପାଇଁ ସରକାର ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ଏମାନେ କୌଣସି ସରକାରୀ ସହାୟତା ପାଇ ନ ଥିବା ପ୍ରକାଶ କରିଛନ୍ତି। ଫୁଲ ଚାରା ଲଗାଇବାର ଦେଢ ମାସ ସମୟରୁ ଫୁଲ ଅମଳ ହୋଇ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଫୁଲ ଅମଳ ହେଉଛି। ଫୁଲ କିଲୋ ପ୍ରତି ୪୦-୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏକର ପ୍ରତି ପ୍ରାୟ ୬୦ ହଜାର ଟଙ୍କାର ଫୁଲ ବିକ୍ରି କରୁଛନ୍ତି। କମ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କାର ଆୟ ହେଉଥିବାରୁ ଗେଣ୍ଡୁଫୁଲ ଚାଷ କରି ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ କାହା ପାଇଁ ମନୋରଞ୍ଜନର ମାଧ୍ୟମ ହୋଇଥିବା ବେଳେ ଉକ୍ତ ଦୁଇ ଯୁବ ଚାଷୀ ଏଥିରୁ ଗେଣ୍ଡୁଫୁଲ ଚାଷ ପ୍ରଣାଳୀ ଦେଖି ଚାଷ କରି ରୋଜଗାରକ୍ଷମ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଓଡିଶା ଗେଣ୍ଡୁଫୁଲ ପାଇଁ କଲିକତା ଓ ବାଙ୍ଗାଲୋର ଉପରେ ନିର୍ଭର କରୁଥିବା ରୁ ଏଠାରେ ଚାଷ କଲେ ଭଲ ଦି ପଇସା ମିଳିବ ଭାବି ଏହି ଚାଷ କରିଥିବା ପରକ୍ଷିତ ପ୍ରକାଶ କରିଛନ୍ତି। ସରକାରୀ ସହାୟତା ମିଳିଲେ ଏଥିପ୍ରତି ଆହୁରି ଅନେକ ଶିକ୍ଷିତ ଯୁବକ ଆକୃଷ୍ଟ ହେବେ ବୋଲି ଯୁବ ଚାଷୀ ଗଦାଧର କହିଛନ୍ତି।

ରିପୋର୍ଟ: ପୀତାମ୍ବର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri