ବେଡ୍‌ରୁମ୍‌ରୁ ଶୁଭୁଥିଲା ନାଗ ସାପର ସୁ-ସୁ ଗର୍ଜନ, ଡରିଗଲେ ମହିଳା; ପାଖକୁ ଯାଇ ଦେଖିବାରୁ…

ସିଙ୍ଗାପୁର: ସାପ ନାଁ ଶୁଣିଲେ ଭୟରେ ଦେହ ଥରି ଉଠେ। ଆଉ ଯଦି ନାଗ ସାପର ନାଁ କାନରେ ପଡ଼ିଯାଏ ତେବେ ଦେହରୁ ଗମ୍‌ଗମ୍‌ ଝାଳ ବୋହିଯାଏ। ତୁରନ୍ତ ସୁରକ୍ଷିତ ସ୍ଥାନକୁ ଲୋକେ ଦୌଡ଼ନ୍ତି। ଏମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ। ଯେଉଁଠି ସାପ ଉଦ୍ଧାରକାରୀ ଦଳ ଜଣେ ମହିଳାଙ୍କ ଘରେ ନାଗ ସାପ ଥିବା ଖବର ପାଇ ପହଞ୍ଚିଥିଲେ। ମାତ୍ର ସତକଥା ଜାଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସିଙ୍ଗାପୁରର ଜଣେ ମହିଳା ନିଜ ବେଡ୍‌ରୁମ୍‌ରୁ ନାଗସାପ ଗର୍ଜନ ପରି ଶବ୍ଦ ଶୁଣି ଡରି ଯାଇଥିଲେ। ପରେ ସେ ଏହି ଶବ୍ଦର ରେକର୍ଡିଂ କରି ସ୍ନେକ୍‌ ହେଲ୍‌ପ ଲାଇନ୍‌ରଙ୍କୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ରେକର୍ଡିଂଟି ଶୁଣିବା ପରେ ଏହା ନାଗ ସାପର ଗର୍ଜନ ବୋଲି କହିଥିଲେ। କିଛି ସମୟରେ ସ୍ନେକ ହେଲ୍‌ପ ଲାଇନର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୩/୪ ଘଣ୍ଟା ଧରି ଘର ଭିତରେ ଖୋଜାଖୋଜି କରିଥିଲେ। ମାତ୍ର କେଉଁଠି ହେଲେ ସାପକୁ ପାଇ ନ ଥିଲେ। ପରେ ଜଣାପଡ଼ିଥିଲା ଘରେ ଥିବା ଏକ ଇଲେକ୍ଟ୍ରିକ୍‌ ଟୁଥ୍‌ ବ୍ରଶ୍‌ରୁ ଏହି ସୁ ସୁ ଶବ୍ଦ ଆସୁଛି। ଯାହାକୁ ମହିଳା ଜଣକ ସାପର ଗର୍ଜନ ଶବ୍ଦ ଶୁଣି ସ୍ନେକ ହେଲ୍‌ପ ଲାଇନକୁ ଫୋନ୍‌ କରିଥିଲେ। ଏହି ଟୁଥ୍‌ବ୍ରଶର ବ୍ୟାଟେରୀ ଡବାରେ ପାଣି ପଶି ଯାଇଥିଲା। ଫଳରେ ଏପରି ଶବ୍ଦ ହେଉଥିଲା।

ଅନ୍ୟପକ୍ଷରେ ମହିଳା ଜଣକ କହିଛନ୍ତି, ଏମିତି ଭୟଙ୍କର ଗର୍ଜନ ଶୁଣି ସେ ଡରି ଯାଇ ସ୍ନେକ୍‌ ହେଲପ ଲାଇନର ସହାୟତା ଲୋଡ଼ିଥିଲେ। ଉଦ୍ଧାରକାରୀ ଦଳ କର୍ମଚାରୀ ବହୁତ ସାହାଯ୍ୟକାରୀ। ସେମାନଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆର୍‌ଆଇଏସ୍‌ ଶୁଭାରମ୍ଭ କଲେ ମୋଦି

ଗ୍ଲାସ୍‌ଗୋ, ୩ା୧୧: ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଛୋଟ ଦ୍ୱୀପପୁଞ୍ଜଗୁଡ଼ିକରେ ଭିତ୍ତିଭୂମି ବିକାଶ ନିମନ୍ତେ ମଙ୍ଗଳବାର ଏକ ଉଚ୍ଚାଭିଳାଷୀ...

ତାଲିବାନର ନୂଆ ମନ୍ତ୍ର: ଶିକ୍ଷାମନ୍ତ୍ରୀ କହିଲେ, ପିଏଚ୍‌ଡି, ମାଷ୍ଟରଡିଗ୍ରୀ ସବୁ ବେକାର

କାବୁଲ,୮।୯: ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛି। ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଶେଖ କୌଲଭି ନୁରଲା ମୁନିରଙ୍କୁ...

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଟପିଲା ୫୯ ହଜାର; ୧୦ ଲକ୍ଷ ୯୮ ହଜାର ସଂକ୍ରମିତ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୯ ହଜାର ୧୪୧ ଲୋକଙ୍କ...

ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍‌: ହୋଟେଲରେ ଫସିଲେ ଶତାଧିକ ଲୋକ

ମାଦ୍ରିଦ୍‌,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍‌ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍‌ ସଂକ୍ରମଣ ଏବେ...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୩ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଦୁଇ ନେତା ୟୁକ୍ରେନ୍...

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା...

‘କ୍ୱିଭ ସ୍ଥିତି ଗମ୍ଭୀର, କିନ୍ତୁ ନିୟନ୍ତ୍ରଣରେ ଅଛି’

ନୂଆଦିଲ୍ଲୀ,୩।୩: ୟୁକ୍ରେନର ରାଜଧାନୀ କ୍ୱିଭର ସ୍ଥିତି ଗମ୍ଭୀର ଅଛି, କିନ୍ତୁ ନିୟନ୍ତ୍ରଣରେ ଅଛି। ରାତିଅଧିଆ ଆକ୍ରମଣରେ କୌଣସି ମୃତାହତ ହୋଇନାହିଁ। ରାତିରେ ଘଟିଥିବା ବିସ୍ଫୋରଣ ରୁଷିଆ...

ଜର୍ମାନୀ ଚାନ୍‌ସେଲରଙ୍କୁ ଭେଟିଲେ ମୋଦି

ବର୍ଲିନ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ୟୁରୋପ ଗସ୍ତରେ ଅଛନ୍ତି। ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସୋମବାର ଜର୍ମାନୀର ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।...

Advertisement
Archives

Model This Week