ଏନ୍‌ଏଚ୍‌ କଡ଼ରେ ଚୋରା ଲୁହାପଥର ବ୍ୟବସାୟ

ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ ବନ୍ଦରରେ ପହଞ୍ଚତ୍ବାର ନିୟମ ରହିଛି। ହେଲେ ଅନେକ ଟ୍ରକ୍‌ ବନ୍ଦରରେ ନ ପହଞ୍ଚତ୍ ମଧ୍ୟ କାଗଜପତ୍ରରେ ପହଞ୍ଚତ୍ଥିବାର ଦେଖାଯାଉଛି। ସମସ୍ତ ଖଣିଜ ପଦାର୍ଥ ପରିବହନକାରୀ ଗାଡ଼ିଗୁଡ଼ିକ ଯାଜପୁର ଜିଲାର ଚଣ୍ଡିଖୋଲ ଛକ ଦେଇ ଅତିକ୍ରମ କରିଥାଏ। ଏପରି କି ଗୋପାଳପୁର ବନ୍ଦରକୁ ଗଲେ ମଧ୍ୟ ତାହା ଚଣ୍ଡିଖୋଲ ଦେଇ ଯିବାକୁ ପଡ଼ିଥାଏ।
ଜାତୀୟ ରାଜପଥ (ଏନ୍‌ଏଚ୍‌) କଡ଼ରେ ଏହି ଚୋରା ଲୁହାପଥର ବ୍ୟବସାୟ ବ୍ୟାପକ ଭାବେ ଚାଲୁଛି। ଗତ ୩ ଦିନ ତଳେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋ ଛକ ନିକଟରୁ ବ୍ୟାପକ ଲୁହାପଥର ଗୁଣ୍ଡ ଜବତ ହୋଇଥିଲା। ଏହି କାରବାରରେ ସମ୍ପୃକ୍ତ ଏକ ଟ୍ରକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହି ଘଟଣାରେ ପୋଲିସ କେବଳ ଟ୍ରକ୍‌ ଚାଳକଙ୍କୁ ଗିରଫ କରିଥିବା ବେଳେ ଅଦ୍ୟାବଧି ଏହି ଚୋରା ଚାଲାଣକାରୀ ମାଷ୍ଟର ମାଇଣ୍ଡକୁ ଧରିବାକୁ ସକ୍ଷମ ହୋଇନାହିଁ। ସେହିଭଳି ଗତ ୬ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ନୂଆସାହିଠାରୁ ବ୍ୟାପକ ଲୁହାପଥର ଯାଜପୁର ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଧରିଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତି ଓ ସେଠାରେ ନିୟୋଜିତ ମେଶିନ୍‌କୁ ଜବତ କରାଯାଇଛି। ଏହାର ମାଷ୍ଟରମାଇଣ୍ଡ ବଡ଼ଚଣା ଥାନା ଧାନମଣ୍ଡଳ ଅଞ୍ଚଳର ସେକ୍‌ ମନାନ୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଏହି ର଼୍ୟାକେଟ୍‌ କେନ୍ଦ୍ରାପଡ଼ା ଜିଲାର ବଳଭଦ୍ରପୁରଠାରେ ଚୋରା ଲୁହାପଥର ବ୍ୟବସାୟ କରୁଥିବା ବେଳେ ଖଣି ବିଭାଗ ତରଫରୁ ଚଢ଼ାଉ ହେବା ଜାଣିପାରି ତୁରନ୍ତ ସେଠାରୁ ଲୁହାପଥର ସ୍ଥାନାନ୍ତର କରିଦେଇଥିଲା। ଫଳରେ ବିଭାଗୀୟ ଅଧିକାରୀଙ୍କୁ ଖାଲିହାତରେ ଫେରିବାକୁ ପଡ଼ିଥିଲା। ସେହିଭଳି ୫୩ ନମ୍ବର ଜାତୀୟ ରାଜପଥର କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କଉଡ଼କୋଲ ନିକଟରେ ଏହି ବ୍ୟବସାୟ ଚାଲୁଥିଲା ବେଳେ ଖଣି ବିଭାଗର ଚଢ଼ାଉ ପୂର୍ବରୁ ଲୁହାପଥରକୁ ସ୍ଥାନାନ୍ତର କରାଯାଇଥିଲା। ୧୬ ଓ ୫୩ ନମ୍ବର ଜାତୀୟ ରାଜପଥର ଡୁବୁରିଠାରୁ ପାରାଦୀପ ମଧ୍ୟରେ ଏହି ଲୁହାପଥର ଚୋରା ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଥିବା ବେଳେ ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠିଛି। ଏହି କାରବାରକୁ ଚଣ୍ଡିଖୋଲଠାରେ ରହୁଥିବା ଏକ ର଼୍ୟାକେଟ୍‌ ଚଳାଉଥିବା ଜଣାପଡ଼ିଛି। ଏପରି କି ସେମାନେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ପାରାଦୀପ ବନ୍ଦରକୁ ପଠାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ହେଲେ ପୋଲିସ ଏହାର କୌଣସି ଟେର୍‌ ପାଇପାରୁନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ଯାଜପୁର ରୋଡ୍‌ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଘଟଣା ସମ୍ପର୍କରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଚୋରା ବ୍ୟବସାୟ ସମ୍ପର୍କରେ ଖବର ମିଳିଲେ ଚଢ଼ାଉ କରାଯାଉଛି। ତେବେ ଆଗକୁ ଏ ଦିଗରେ ପୋଲିସ ଅଧିକ ସଜାଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅଗ୍ନିଶମ, ଓଡ୍ରାଫ ଟିମ୍‌: ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଗଛ ଓ ବିଦ୍ୟୁତ୍‌...

ପାର୍ବଣ ଲାଗି ଆସିବ ନୂଆ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭୟ ଓ ଆଶଙ୍କା ଲାଗି ରହିଥିବାବେଳେ ଆଗକୁ ଆସୁଛି ପାର୍ବଣ। ରାଜ୍ୟରେ ପାର୍ବଣ ଭିଡ଼ ଅଧିକ ରହୁଥିବାରୁ...

ଓଡ଼ିଶା ସମେତ ୬ ହାଇକୋର୍ଟର ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ ଅଫିସ,୨୭।୫: ୬ ହାଇକୋର୍ଟର ବିଚାରପତିଙ୍କ ବଦଳି କରାଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଶୁକ୍ରବାର ଏହି ଅଦଳବଦଳ ହୋଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ...

ଦୁର୍ନୀତି ନ କରିବାକୁ ଶପଥ ନେଲେ ଅଧିକାରୀ, କର୍ମଚାରୀ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଚଳିତ ମାସ ୨୮ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ...

ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା...

ଓଏଲ୍‌ଏକ୍ସରେ ମିଳୁଛି ବାରବାଟୀ ଟିକେଟ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରବିବାର ବାଟବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ କିଛି...

ଦାରିଙ୍ଗବାଡ଼ିରେ କୋହଲା ପାଗ :ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ

ଦାରିଙ୍ଗବାଡ଼ି,୧୦।୧୨(ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୨ଦିନ ହେଲା କୋହଲା ପାଗ ସାଙ୍ଗକୁ ଦିନରେ ଶୀତ ବୃଦ୍ଧି ପାଇଛି। ସୋମବାର ସକାଳ ୮ଟା ସୁଦ୍ଧା ତାପମାତ୍ରା ସର୍ବନିମ୍ନ...

ସାବୁଳିଆ ଚିଲିକା କୂଳରେ ମୃତ ଡଲ୍‌ଫିନ୍‌

ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍‌ଫିନ୍‌ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍‌ର ଲମ୍ବ ୫...

Advertisement
Archives

Model This Week