ଏନ୍‌ଏଚ୍‌ କଡ଼ରେ ଚୋରା ଲୁହାପଥର ବ୍ୟବସାୟ

ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ ବନ୍ଦରରେ ପହଞ୍ଚତ୍ବାର ନିୟମ ରହିଛି। ହେଲେ ଅନେକ ଟ୍ରକ୍‌ ବନ୍ଦରରେ ନ ପହଞ୍ଚତ୍ ମଧ୍ୟ କାଗଜପତ୍ରରେ ପହଞ୍ଚତ୍ଥିବାର ଦେଖାଯାଉଛି। ସମସ୍ତ ଖଣିଜ ପଦାର୍ଥ ପରିବହନକାରୀ ଗାଡ଼ିଗୁଡ଼ିକ ଯାଜପୁର ଜିଲାର ଚଣ୍ଡିଖୋଲ ଛକ ଦେଇ ଅତିକ୍ରମ କରିଥାଏ। ଏପରି କି ଗୋପାଳପୁର ବନ୍ଦରକୁ ଗଲେ ମଧ୍ୟ ତାହା ଚଣ୍ଡିଖୋଲ ଦେଇ ଯିବାକୁ ପଡ଼ିଥାଏ।
ଜାତୀୟ ରାଜପଥ (ଏନ୍‌ଏଚ୍‌) କଡ଼ରେ ଏହି ଚୋରା ଲୁହାପଥର ବ୍ୟବସାୟ ବ୍ୟାପକ ଭାବେ ଚାଲୁଛି। ଗତ ୩ ଦିନ ତଳେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋ ଛକ ନିକଟରୁ ବ୍ୟାପକ ଲୁହାପଥର ଗୁଣ୍ଡ ଜବତ ହୋଇଥିଲା। ଏହି କାରବାରରେ ସମ୍ପୃକ୍ତ ଏକ ଟ୍ରକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ତେବେ ଏହି ଘଟଣାରେ ପୋଲିସ କେବଳ ଟ୍ରକ୍‌ ଚାଳକଙ୍କୁ ଗିରଫ କରିଥିବା ବେଳେ ଅଦ୍ୟାବଧି ଏହି ଚୋରା ଚାଲାଣକାରୀ ମାଷ୍ଟର ମାଇଣ୍ଡକୁ ଧରିବାକୁ ସକ୍ଷମ ହୋଇନାହିଁ। ସେହିଭଳି ଗତ ୬ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ନୂଆସାହିଠାରୁ ବ୍ୟାପକ ଲୁହାପଥର ଯାଜପୁର ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଧରିଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତି ଓ ସେଠାରେ ନିୟୋଜିତ ମେଶିନ୍‌କୁ ଜବତ କରାଯାଇଛି। ଏହାର ମାଷ୍ଟରମାଇଣ୍ଡ ବଡ଼ଚଣା ଥାନା ଧାନମଣ୍ଡଳ ଅଞ୍ଚଳର ସେକ୍‌ ମନାନ୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଏହି ର଼୍ୟାକେଟ୍‌ କେନ୍ଦ୍ରାପଡ଼ା ଜିଲାର ବଳଭଦ୍ରପୁରଠାରେ ଚୋରା ଲୁହାପଥର ବ୍ୟବସାୟ କରୁଥିବା ବେଳେ ଖଣି ବିଭାଗ ତରଫରୁ ଚଢ଼ାଉ ହେବା ଜାଣିପାରି ତୁରନ୍ତ ସେଠାରୁ ଲୁହାପଥର ସ୍ଥାନାନ୍ତର କରିଦେଇଥିଲା। ଫଳରେ ବିଭାଗୀୟ ଅଧିକାରୀଙ୍କୁ ଖାଲିହାତରେ ଫେରିବାକୁ ପଡ଼ିଥିଲା। ସେହିଭଳି ୫୩ ନମ୍ବର ଜାତୀୟ ରାଜପଥର କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କଉଡ଼କୋଲ ନିକଟରେ ଏହି ବ୍ୟବସାୟ ଚାଲୁଥିଲା ବେଳେ ଖଣି ବିଭାଗର ଚଢ଼ାଉ ପୂର୍ବରୁ ଲୁହାପଥରକୁ ସ୍ଥାନାନ୍ତର କରାଯାଇଥିଲା। ୧୬ ଓ ୫୩ ନମ୍ବର ଜାତୀୟ ରାଜପଥର ଡୁବୁରିଠାରୁ ପାରାଦୀପ ମଧ୍ୟରେ ଏହି ଲୁହାପଥର ଚୋରା ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଥିବା ବେଳେ ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠିଛି। ଏହି କାରବାରକୁ ଚଣ୍ଡିଖୋଲଠାରେ ରହୁଥିବା ଏକ ର଼୍ୟାକେଟ୍‌ ଚଳାଉଥିବା ଜଣାପଡ଼ିଛି। ଏପରି କି ସେମାନେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ପାରାଦୀପ ବନ୍ଦରକୁ ପଠାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ହେଲେ ପୋଲିସ ଏହାର କୌଣସି ଟେର୍‌ ପାଇପାରୁନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ଯାଜପୁର ରୋଡ୍‌ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଘଟଣା ସମ୍ପର୍କରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଚୋରା ବ୍ୟବସାୟ ସମ୍ପର୍କରେ ଖବର ମିଳିଲେ ଚଢ଼ାଉ କରାଯାଉଛି। ତେବେ ଆଗକୁ ଏ ଦିଗରେ ପୋଲିସ ଅଧିକ ସଜାଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri