ଅଳସୀର ହସ

ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଶୋଭା ପାଉଥିବା କୋରାପୁଟ ଜିଲା ନିଜର ଅସରନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍ବତନ୍ତ୍ର ଆଦିବାସୀ ପରମ୍ପରାକୁ ନେଇ ବେଶ୍‌ ପରିଚିତ। ଏହାର କୋଣ ଅନୁକୋଣରେ ଦେଖାଯାଉଥିବା ସୁନ୍ଦର ସବୁଜିମାଭରା ପରିବେଶ ଯେକୌଣସି ଆଗନ୍ତୁକକୁ ନିଜ ବକ୍ଷରେ ଚିରଦିନ ଯାଏ ବାନ୍ଧିରଖେ। କିଛିଦିନ ପୂର୍ବେ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ କଫିର ମନଭରି ପ୍ରଶଂସା କରିଥିଲେ। ସତକଥା କହିଲେ କୋରାପୁଟର ଗର୍ଭରେ ଏମିତି ଅନେକ ପ୍ରାକୃତିକ ସମ୍ପଦ ଲୁଚି ରହିଛି ଯାହାର ପରିଚୟ ବିଶ୍ୱରେ ଅନନ୍ୟ। ଠିକ୍‌ ସେହିପରି ଏକ ସମ୍ପଦ ହେଉଛି ‘ଅଳସୀ ଫୁଲ’। ମୃଦୁ ମଳୟର ଆଭାକୁ ଭୂପୃଷ୍ଠରେ ବିଞ୍ଚତ୍ଦେଇ ଆଶ୍ୱିନ ମାସ ବିଦାୟ ନେବା ପରେ ଶୀତଳ ଚାଦରକୁ ସାଙ୍ଗରେ ନେଇ ଓହ୍ଲାଇ ଆସେ ପୁଣ୍ୟର ମାସ କାର୍ତ୍ତିକ ଯାହାର ସଞ୍ଜୀବନୀ ସ୍ପର୍ଶ ଦ୍ୱାରା କୋରାପୁଟ ମାଟିରେ ଜନ୍ମନିଏ ଅଳସୀ। ରାସ୍ତାରେ ଚାଲିଗଲା ବେଳେ କ୍ଷେତରେ ସଜେଇ ହୋଇଥିବା ହଳଦୀ ଗୁରୁଗୁରୁ ଅଳସୀ ଫୁଲର ହସ ଦେଖି ଯେକୌଣସି ବାଟୋଇ କିଛି ସମୟ ପାଇଁ ଅଟକିଯାଏ। ଅଳସୀର ଆକର୍ଷଣୀୟ ରୂପକୁ ଫଟୋ, ସେଲ୍‌ଫି ଏବଂ ଭିଡିଓ ମାଧ୍ୟମରେ ବନ୍ଦୀ କରିବା ପାଇଁ ଅପରାହ୍ନରେ ଅଳସୀ କ୍ଷେତ ପାଖେ ଯୁବତୀ ଯୁବକଙ୍କ ଭିଡ଼ ଜମେ। ସେଥିପାଇଁ କୋରାପୁଟ ଡାଏରୀରେ ଅଳସୀର ସ୍ଥାନ ସବୁବେଳେ ନିଆରା। ଏହାକୁ ପ୍ରମୁଖ ତୈଳବୀଜ ଫସଲ ଭାବେ ଚାଷ କରାଯାଏ। ଏକ ସୂଚନା ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲାରେ ବସବାସ କରୁଥିବା ପରଜା, କନ୍ଧ, ଗାଦବା, ଭୂମିଆ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ପାଖାପାଖି ୬୦୦୦ରୁ ଊଦ୍ଧର୍‌ବ ଆଦିବାସୀ ପ୍ରତିବର୍ଷ ୮୦୦୦ରୁ ଅଧିକ ହେକ୍ଟର ଜମିରେ ଅଳସୀ ଚାଷକରି ସ୍ବାବଲମ୍ବୀ ହେଉଛନ୍ତି। ତେଣୁ କୋରାପୁଟ ଜିଲାକୁ ଅଳସୀର ହବ୍‌ ବା ପ୍ରମୁଖ କେନ୍ଦ୍ର କହିଲେ କିଛି ଭୁଲ୍‌ ହେବନାହିଁ।
ଅଳସୀର ରୂପ ଦେଖିବାକୁ ଯେତିକି ଆକର୍ଷଣୀୟ ତା’ର ଗୁଣ ମଧ୍ୟ ସେତିକି ଉଚ୍ଚ। ବୈଜ୍ଞାନିକ ଗବେଷଣା ଅନୁସାରେ ଅବିଭକ୍ତ କୋରାପୁଟ ଜିଲାରେ ଚାଷ କରାଯାଉଥିବା ସ୍ଥାନୀୟ ପ୍ରଜାତିର ଅଳସୀ ମଞ୍ଜିରେ ଅନେକ ପ୍ରକାରର ପୋଷକତତ୍ତ୍ୱ ଭରି ରହିଛି ଯଥା ଓମେଗା ଫ୍ୟାଟି ଏସିଡ୍‌-୩, ଶର୍କରା, ତନ୍ତୁ, ଭିଟାମିନ-C, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଜିଙ୍କ୍‌ ଯାହା ପାଖରେ ହୃଦ୍‌ରୋଗ, ମଧୁମେହ ଏବଂ କ୍ୟାନ୍‌ସର ପରି ରୋଗକୁ ଭଲ କରିବାର କ୍ଷମତା ରହିଛି। ଏହାକୁ ଛାଡ଼ିଦେଲେ କେତେକ ବିଶେଷ ଆଞ୍ଚଳିକ ପ୍ରଜାତିର ଅଳସୀ ଯଥା ମାଙ୍ଗରଦୋରା, ଗଞ୍ଜେଇ ପଦର୍‌ ଏବଂ କୋଲାବନଗରରେ ଫ୍ଲାଭୋନଏଡ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ-ସି ବହୁଳ ପରିମାଣରେ ରହିଛି ଯାହା ପୋଷକତତ୍ତ୍ୱ ଦୃଷ୍ଟିକୋଣରୁ ଉନ୍ନତ ପ୍ରଜାତି ବୋଲି ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି। ୨୦୨୦ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲାରେ ପାଖାପାଖି ୩୦ ପ୍ରକାର ସ୍ଥାନୀୟ ପ୍ରଜାତିର ଅଳସୀ ଚାଷ କରାଯାଉଛି, ତନ୍ମଧ୍ୟରୁ ବନ୍ଧଗୁଡ଼ା, ଢେପଗୁଡ଼ା, ସର୍ଗୀଗୁଡ଼ା, କୁମ୍ଭିଗୁଡ଼ା, ସରାବତି, ଦେଓମାଳି ଓ ପରଜା ଦେଓମାଳି ଅନ୍ୟତମ।
ସରକାରଙ୍କ ଜୈବ ବିବିଧତା ଏବଂ ପ୍ରାକୃତିକ ବିଜ୍ଞାନ ବିଭାଗ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ମିଶି ଅନେକ ଆଞ୍ଚଳିକ ପ୍ରଜାତିର ଅଳସୀକୁ ଚିହ୍ନଟ କରି ତା’ର ସଂରକ୍ଷଣ ପାଇଁ ମଧ୍ୟ ଉଦ୍ୟମ କରିଛି। ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଅଳସୀକୁ ବୁଣାଯାଏ ଏବଂ ନଭେମ୍ବର – ଡିସେମ୍ବରରେ ଅମଳ କରାଯାଏ। ଏହା ପରେ ଅଳସୀକୁ କ୍ଷେତରୁ ନେଇ ଖଳାରେ ଶୁଖାଯାଏ ଏବଂ ବଳଦ କିମ୍ବା ମଇଁଷି ସାହାଯ୍ୟରେ ବେଙ୍ଗଳା ପକାଇ ମଞ୍ଜିଗୁଡ଼ିକୁ ଅଲଗା କରିଦିଆଯାଏ। ପରବର୍ତ୍ତୀ ସମୟରେ ସେହି ମଞ୍ଜିକୁ ଭଲଭାବେ ସଫାକରି କିଲୋ ପିଛା ୬୦ରୁ ୭୦ ଟଙ୍କା ଯାଏ ବିକ୍ରି କରାଯାଏ। ଅଳସୀ ଚାଷ ପାଇଁ ଉଦ୍ଦିଷ୍ଟ ଥିବା ତାପମାତ୍ରା ହେଉଛି ୧୦ରୁ ୩୦ ଡିଗ୍ରୀ ସେଲ୍‌ସିୟସ ଏବଂ ଏହା ଠିକ୍‌ ଭାବେ ବୃଦ୍ଧି ପାଇବା ପାଇଁ ୭୦୦ରୁ ୭୫୦ ମିଲିମିଟର ପର୍ଯ୍ୟନ୍ତ ବୃଷ୍ଟିପାତ ଆବଶ୍ୟକ କରେ। ସେହିପରି ଅଳସୀ ମଞ୍ଜିରୁ ବାହାରୁଥିବା ତେଲକୁ ଲିଟର ପିଛା ୩୦୦ରୁ ୪୦୦ ଟଙ୍କା ଏବଂ ଏହାର ଖାଦ (ପିଡ଼ିଆ)କୁ କିଲୋଗ୍ରାମ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଉଛି।
ଓଡ଼ିଶା ମିଲେଟ୍‌ ମିଶନ ଅଧୀନରେ କୋରାପୁଟ ଅଳସୀକୁ ଅନ୍ତର୍ଭୁକ୍ତ କରି ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ହେଉଛି କିନ୍ତୁ ଉପଯୁକ୍ତ ବଜାରର ଅଭାବରେ ଏହାର ଚାହିଦା ସେତେ ଆଖିଦୃଶିଆ ହୋଇପାରୁନି। ଓରମାସ ସହଯୋଗରେ ଜୟପୁର ସହରଠାରେ ଗଢ଼ି ଉଠିଥିବା ଜଗନ୍ନାଥ ମିଲେଟ୍‌ ହବ୍‌ ବର୍ତ୍ତମାନ ଅଳସୀ ମଞ୍ଜିରୁ ପ୍ରସ୍ତୁତ ଲଡ଼ୁ, ବିସ୍କୁଟ ଏବଂ ତେଲ ଆଦି ପ୍ରସ୍ତୁତ କରି ବିକ୍ରି କରୁଛି। ଆଗାମୀ ଦିନରେ ଯଦି କୋରାପୁଟ ଅଳସୀକୁ ଭୌଗୋଳିକ ସୂଚକାଙ୍କ (ଜିଆଇ ଟ୍ୟାଗ୍‌)ଦେବା ପାଇଁ ଉଦ୍ୟମ କରାଯାଆନ୍ତା ଏବଂ ସ୍ଥାନୀୟ ପ୍ରଜାତିଗୁଡ଼ିକୁ ଉପଯୁକ୍ତ ସଂରକ୍ଷଣ କରାଯାଇ ଏହାର ଚାଷକୁ ବିସ୍ତାର କରିବା ଏବଂ ବଜାରକୁ ଉନ୍ନତ କରିବା ପାଇଁ ପଦକ୍ଷେପ ନିଆ ଯାଆନ୍ତା ତେବେ ବଶ୍ୱ ମାନଚିତ୍ରରେ ଓଡ଼ିଶାର ପରିଚୟ ନିଶ୍ଚୟ ଆଉ ପାଦେ ଆଗକୁ ବଢ଼ନ୍ତା। ଏବେ ବି ଶୀତଦିନ ଆସିଲେ କୋରାପୁଟ କୋଳରେ ଅଳସୀ ହସେ ଏବଂ ନିଜର ଅସ୍ତିତ୍ୱକୁ ମନଖୋଲି ଉପସ୍ଥାପନ କରେ।

ରାଜେଶ ରାୟ
ଅଧ୍ୟାପକ, ବିଦ୍ୱାନ୍‌ ମହାବିଦ୍ୟାଳୟ,
ଜୟପୁର, କୋରାପୁଟ
ମୋ: ୬୩୭୧୫୫୫୯୪୦

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?