ମାଟି ଉଠାଠାରୁ ପିଚୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ

କେନ୍ଦ୍ରାପଡ଼ା ଅଫିସ, ୨୬ା୧୨:କେନ୍ଦ୍ରାପଡ଼ା ସହରର ଟିକିଲି ମଠଠାରୁ ବଳଭଦ୍ରପୁର ଭାୟା ଶ୍ୟାମସୁନ୍ଦରପୁର ରାସ୍ତା ନିର୍ମାଣ ଅବଧି ଡିସେମ୍ବର ୧୦କୁ ଥିଲା। ଏହି ଅବଧି ପ୍ରାୟ ୧୫ ଦିନ ପୂର୍ବେ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧା ହୋଇନାହିଁ। ଯେତିକି ନିର୍ମାଣ ହୋଇଛି, ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଥିବା ଅଭିଯୋଗ ହେଉଛି। ମାଟିଠାରୁ ପିଚୁ କାମରେ ବହୁ ଅନିୟମିତତା ହୋଇଛି। ସ୍ଥାନୀୟ ଲୋକେ ଏ ନେଇ ଭିଜିଲାନ୍ସ ଦାବି ଉପସ୍ଥାପନ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପୂର୍ବତନ ସରପଞ୍ଚ ବସନ୍ତ କୁମାର ରାଉତ, ଶାରଦା ପ୍ରସାଦ ରାଉତ, ସାମାଜିକ କର୍ମୀ ପ୍ରଦୀପ ମହାନ୍ତି, ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ ଅଧୀନରେ ଥିବା ଏହି ପ୍ରକଳ୍ପ ଦୁର୍ନୀତିର ଗନ୍ତାଘର ପାଲଟିଛି। ୬.୪୫୦ କିଲୋମିଟର ଲମ୍ବର ଏହି ରାସ୍ତା ନିର୍ମାଣ ଆରମ୍ଭ ପାଇଁ ଗତ ଜାନୁୟାରୀ ୧୧ରୁ ଠିକାଦାର ବିଭୁରଞ୍ଜନ ପରିଡାଙ୍କ ସହ ଚୁକ୍ତି ହୋଇଛି। ଏଥିପାଇଁ ୩,୭୯,୦୫,୯୮୩ ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। ଚୁକ୍ତିନାମା ଅନୁଯାୟୀ, ଏହି ରାସ୍ତା ପାଇଁ ମାଟି କାମ ୨୧,୯୭୯ ଘନମିଟର ହେବ। ଅର୍ଥାତ୍‌ ୩୬୩ ଟ୍ରକ ମାଟି ଲାଗିବ। ମାତ୍ର ଠିକା ସଂସ୍ଥା ଏହି ପ୍ରକଳ୍ପରେ ନିକଟସ୍ଥ ରାସ୍ତା ପାର୍ଶ୍ୱ ଓ ବିଲରୁ ଅଳ୍ପ ପରିମାଣର ମାଟି ଉଠାଇ ଏହାର ବିଲ୍‌ ପାଇଁ ମସୁଧା କରିଛନ୍ତି। ଏଠାରେ ଏକ ମିଟର ମାଟି ପକାଇବା ବଦଳରେ ମାତ୍ର କେତେ ଇଞ୍ଚ ମାଟି ପକାଇଛନ୍ତି। ସେହିପରି ପୁରୁଣା ରାସ୍ତାକୁ ଖୋଳି ୩ ଓ ୬ ଇଞ୍ଚ ବହଳର ମେଟାଲିଂ ହେବା କଥା। ଏହାପରେ ପିଚୁ ବ୍ୟବସ୍ଥା କରାଯିବାକୁ ଚୁକ୍ତିନାମାରେ ନିର୍ଦ୍ଧାରିତ କରାଯାଇଛି। ମାତ୍ର ମେଟାଲିଂ ଓ ପିଚୁରେ ବହୁ ଅନିୟମିତତା ଅଛି। ନିର୍ମାଣାଧୀନ ରାସ୍ତା ମାତ୍ର ୧୫ ଦିନ ମଧ୍ୟରେ ଖାଲଖମାରେ ଭରି ଗଲାଣି। ସେହିପରି କଲଭର୍ଟ ନିର୍ମାଣରେ ଉପଯୁକ୍ତ ବିନିଯୋଗ ହେଉନାହିଁ। ଏହି ରାସ୍ତା ଏବେ ପ୍ରାୟ ୩୦ ପଞ୍ଚାୟତବାସୀଙ୍କ ଯାତାୟାତ ପଥ ହୋଇଥିବା ବେଳେ ଆରମ୍ଭରୁ ଅନିୟମିତତା ଘଟଣା ବାହାରକୁ ଆସିଛି। ରାସ୍ତାର ସ୍ଥାୟିତ୍ୱ ନେଇ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନକୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଭିଜିଲାନ୍ସ ତଦନ୍ତ ହେଲେ ଏହାର ପ୍ରକୃତ ତଥ୍ୟ ବାହାରକୁ ଆସିବ ବୋଲି ସେମାନେ ନିଜର ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ପ୍ରଧାନଙ୍କୁ ପଚାରିବାରେ ରାସ୍ତା ନିର୍ମାଣ ତ୍ରୁଟିକୁ ନେଇ ପ୍ରଶାସନିକ ତଦନ୍ତ ହେବ। ତଦନ୍ତ ପରେ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri