ଯୁବପିଢ଼ିର ଅଧ୍ୟୟନ ବିତୃଷ୍ଣା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ଦିନ ଥିଲା ପ୍ରକାଶକମାନେ ପ୍ରଖ୍ୟାତ ଲେଖକଙ୍କ ନିକଟକୁ ଯାଇ ସେମାନଙ୍କଠାରୁ ପାଣ୍ଡୁଲିପି ସଂଗ୍ରହ କରି ବହି ପ୍ରକାଶ କରୁଥିଲେ ଓ ଲେଖକମାନଙ୍କୁ ରୋଚକ ପ୍ରାପ୍ୟ ଦେଉଥିଲେ। ପ୍ରଭାବଶାଳୀ ବହିର ବାରମ୍ବାର ସଂସ୍କରଣ ପ୍ରକାଶ ପାଉଥିଲା। ଆଜି ଆଉ ସେ ସମୟ ନାହିଁ। ଲେଖକମାନେ ନିଜେ ସମସ୍ତ ବ୍ୟୟ ବହନ କରି ପ୍ରକାଶକମାନଙ୍କ ମାଧ୍ୟମରେ ବହି ପ୍ରକାଶ କରୁଛନ୍ତି। ପ୍ରକାଶକମାନେ କହୁଛନ୍ତି ବହି ବିକ୍ରୟ ହେଉନାହିଁ। ଏଣୁ ସେମାନେ କ୍ଷତି ସହିବା ପାଇଁ ବହି ଛାପିବାରେ ଅର୍ଥ ନିବେଶ କରିବାକୁ ଚାହୁଁନାହାନ୍ତି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପୁସ୍ତକମେଳାର ଦୃଶ୍ୟ ଦେଖିଲେ ପ୍ରକାଶକମାନଙ୍କ ଏହି କଥା ଭୁଲ୍‌ ବୋଲି କହିହେବ ନାହିଁ। ପ୍ରକାଶକମାନେ ନିଜ ନିଜ ଷ୍ଟଲ୍‌ରେ ବହି ମେଲାଇ ବସିଛନ୍ତି, ମାତ୍ର ବହିକ୍ରେତାଙ୍କ ସଂଖ୍ୟା ନଗଣ୍ୟ। ଆଜିର ଯୁବପିଢ଼ି ବହି ପଢ଼ୁନାହାନ୍ତି। ହାତରେ ମୋବାଇଲ ଫୋନ୍‌ଟିଏ ଥିଲେ ସେମାନେ ଭାବୁଛନ୍ତି ଦୁନିଆର ସବୁଜ୍ଞାନ ସେମାନଙ୍କ ହାତରେ। ପୁସ୍ତକ ଅଧ୍ୟୟନ ଦ୍ୱାରା ଚେତନା ବିକଶିତ ହୁଏ। ଆଜି ତଥାକଥିତ ଶିକ୍ଷିତ ଯୁବତୀ ଯୁବକମାନଙ୍କ ଅବିକଶିତ ଚେତନା ହିଁ ଯାବତୀୟ ଅଜ୍ଞାନ ଓ ଅଶାନ୍ତିର କାରଣ।
ସପ୍ତମ ଶତାବ୍ଦୀରେ ଚାଇନା ପରିବ୍ରାଜକ ହୁଏନ୍‌ସାଂ କେତେ ନଦୀ, ପର୍ବତ, ଅରଣ୍ୟ, ବିପଦସଙ୍କୁଳ ପଥ ଅତିକ୍ରମ କରି ଭାରତରେ ପହଞ୍ଚତ୍ଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ଥିଲା ତାଙ୍କର ଲକ୍ଷ୍ୟ। ସେତେବେଳେ ନାଳନ୍ଦାରେ ଏକ ବିରାଟ ପାଠାଗାର ଥିଲା। ହୁଏନ୍‌ସାଂ ସେଠାରେ ଅସଂଖ୍ୟ ବହି ଅଧ୍ୟୟନ କରି ସେଗୁଡ଼ିକୁ ମାଣ୍ଡାରିନ୍‌ ଭାଷାରେ ଅନୁବାଦ କଲେ। ନିଜ ଦେଶକୁ ଫେରିବାବେଳେ ସେ ୬୫୭ଟି ବିରଳ ଗ୍ରନ୍ଥକୁ ଘୋଡ଼ାପିଠିରେ ଲଦିନେଇ ଯାଉଥିଲେ। ଏକ ପାର୍ବତ୍ୟନଦୀରେ ବହିତକ ବୁଡ଼ିଯାଇଥିଲା ଓ ସେ ବହୁକଷ୍ଟରେ ସେଥିରୁ ଅଧାପ୍ରାୟ ବହି ଉଦ୍ଧାର କରି ଚାଇନା ନେଇଗଲେ। ବହି ଥିଲା ତାଙ୍କ ପାଇଁ ବଡ଼ ଆକର୍ଷଣ। ଆବ୍ରାହମ୍‌ ଲିଙ୍କନ୍‌ ଯେତେବେଳେ ଆଇନ ଅଧ୍ୟୟନ କରୁଥିଲେ, ସେ ଶୁଣିଲେ ନଈ ଆରପାଖରେ ଓଗମୋନ୍‌ ନାମକ ସ୍ଥାନରେ ଅବସରପ୍ରାପ୍ତ ଜଣେ ନ୍ୟାୟାଧୀଶଙ୍କ ପାଖରେ ଅଛି ଅସଂଖ୍ୟ ବହି। ଦିନେ ପ୍ରଚଣ୍ଡ ଥଣ୍ଡା ପଡ଼ୁଥିବା ସତ୍ତ୍ୱେ ସେ ଗୋଟିଏ ଛୋଟ ଡଙ୍ଗା ନେଇ ନଈ ପାରିହେବାକୁ ଚେଷ୍ଟା କଲେ ତାଙ୍କ ପାଖରେ ପହଞ୍ଚତ୍ବା ପାଇଁ। ଦୁର୍ଭାଗ୍ୟବଶତଃ ନଈମଝିରେ ତାଙ୍କ ଡଙ୍ଗାଟି ଭାଙ୍ଗିଗଲା। ତା‘ପରେ ସେ ପହଁରି ପହଁରି ଆରକୂଳରେ ପହଞ୍ଚତ୍ଲେ। ନ୍ୟାୟାଧୀଶଙ୍କୁ ସାକ୍ଷାତ୍‌ କଲେ ଓ ତାଙ୍କୁ ବହି ପଢ଼ିବାର ସୁଯୋଗ ଦେବା ପାଇଁ ଅନୁରୋଧ କଲେ।
ବହି ହେଉଛି ଏଭଳି ଏକ ଝରକା, ଯାହା ବିଶାଳ ପୃଥିବୀକୁ ଦେଖିବାର ସୁଯୋଗ ଦିଏ। ବିଖ୍ୟାତ ଲେଖକ ରସ୍‌କିନ୍‌ ବଣ୍ଡ୍‌ ତାଙ୍କ ପିଲାଦିନେ ମସୌରିରେ ଏକ ଅତିଥିଶାଳାରେ ଏକୁଟିଆ ଥିବାବେଳେ ଏକ ପରିତ୍ୟକ୍ତ କୋଠରିରେ ଏକ ବିଶାଳ ପାଠାଗାରର ସନ୍ଧାନ ପାଇଲେ। ସେହି ପାଠାଗାରକୁ ତିଆରି କରିଥିଲେ ଜଣେ ଗୋରା ସାହେବ। ପାଠାଗାରରେ ଥିଲା ଅସଂଖ୍ୟ ବିରଳ ବହି, ମାତ୍ର ଅବ୍ୟବହୃତ ହୋଇ ରହିଥିବାରୁ ଚାରିଆଡ଼େ ଥିଲା ବୁଢ଼ିଆଣୀ ଜାଲ ଓ ଧୂଳି। ସେସବୁକୁ ଝାଡ଼ି ବାଳକ ରସ୍‌କିନ୍‌ ସେହି ବହିସବୁ ପଢ଼ିବା ଆରମ୍ଭ କଲେ। ସେହି ଅଧ୍ୟୟନ ତାଙ୍କ ଜୀବନଧାରାକୁ ବଦଳେଇ ଦେଇଥିଲା। ତାଙ୍କ ଚେତନାର ବିକାଶ ଘଟିଲା ଓ ସେ ଲେଖିଲେ ଅସଂଖ୍ୟ ବହି ଓ ପାଠକମାନଙ୍କ ପାଇଁ ହେଲେ ପ୍ରେରଣାର ଉତ୍ସ। ପ୍ରଖ୍ୟାତ କବି ବୋଦଲୟାର କର୍ମକ୍ଷେତ୍ରରୁ ଘରକୁ ଫେରି ବହିଗୁଡ଼ିକ ମଧ୍ୟରେ ନିଜକୁ ହଜାଇ ଦେଇ କହୁଥିଲେ ‘ମୁଁ ମୋର ଅସଲ ବନ୍ଧୁଙ୍କ ଗହଣକୁ ଫେରିଲି’। ଯୋଗୀ ଶ୍ରୀ ଅରବିନ୍ଦ ଅଧ୍ୟାପକ ଥିବାବେଳେ ରିକ୍‌ସାରେ ବହି ବୋଝେଇ କରି ପଢ଼ିବା ପାଇଁ ଘରକୁ ଆଣୁଥିଲେ। ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ରେଭେନ୍ସା କଲେଜର ଛାତ୍ର ଥିବାବେଳେ ତାଙ୍କ ଘରେ ”ଭାରତୀ ମନ୍ଦିର“ ନାମରେ ଏକ ପାଠାଗାର ଖୋଲିଥିଲେ। ତାଙ୍କ ସହ ଥିଲେ ହରେକୃଷ୍ଣ ମହତାବ, ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ୍‌, ନିକୁଞ୍ଜ କିଶୋର ଦାସ ପ୍ରମୁଖ। ଏହି ପାଠାଗାର ବୃହତ୍‌ ଭାରତୀୟ ଭାବନା ସୃଷ୍ଟି କରିବାରେ ସମର୍ଥ ହୋଇଥିଲା। ନବକୃଷ୍ଣ ଚୌଧୁରୀ ମୃତ୍ୟୁପର୍ଯ୍ୟନ୍ତ ଜଣେ ଛାତ୍ରଙ୍କ ଭଳି ପଢ଼ୁଥିଲେ।
ଯୁଗେ ଯୁଗେ ବହି ସାମାଜିକ ବିପ୍ଳବ ସୃଷ୍ଟି କରିଛି। ୧୯୫୨ରେ ପ୍ରକାଶିତ ହାରିଏଟ୍‌ ବିଚର ଷ୍ଟ୍ରୋଙ୍କ ଉପନ୍ୟାସ ”ଟମ କକାଙ୍କ କୁଟୀର“ ଯୁକ୍ତରାଷ୍ଟ୍ର ଆମେରିକାରେ ଘୃଣ୍ୟ କ୍ରୀତଦାସ ପ୍ରଥା ବିରୋଧରେ ମଞ୍ଜି ବୁଣିଥିଲା। ଆବ୍ରାହମ୍‌ ଲିଙ୍କନ୍‌ ଏହି ପୁସ୍ତକ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଏହି ବହିର ସ୍ରଷ୍ଟାଙ୍କୁ ଭେଟନ୍ତେ କହିଲେ, ”ଓଃ ଆପଣ ହେଉଛନ୍ତି ସେହି ଲେଖିକା, ଯାହାଙ୍କ ବହି ଏହି ମହାନ୍‌ ଯୁଦ୍ଧ ସମ୍ଭବ କରିପାରିଲା।“ ମକ୍ସିମ୍‌ ଗର୍କୀଙ୍କ ଉପନ୍ୟାସ ‘ମଦର’ ରୁଷିଆର ଅତ୍ୟାଚାରୀ ଜାର ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରେରଣା ଦେଇଥିଲା। ମହାମତ୍ା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବାବେଳେ ଈଶ୍ୱର ଓ ଧର୍ମ ସମ୍ପର୍କରେ ଜାଣିବା ପାଇଁ ବନ୍ଧୁ କୋଟସ୍‌ଙ୍କ ସାହାଯ୍ୟରେ ଗୋଟିଏ ପାଠାଗାର କରିଥିଲେ ଓ ଗୋଟିଏ ବର୍ଷରେ ୮୦ ଖଣ୍ଡ ବହି ପଢ଼ିଥିଲେ। ଏହିସବୁ ପୁସ୍ତକ ଅଧ୍ୟୟନ ହିଁ ମହାମତ୍ା ଗାନ୍ଧୀଙ୍କୁ ନିର୍ମାଣ କରିଥିଲା। ଅତୀତର ସେହି ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ବ୍ୟକ୍ତିତ୍ୱ ପୁସ୍ତକ ଅଧ୍ୟୟନରେ ଫଳଶ୍ରୁତି ଜାଣି ସୁଦ୍ଧା ଆଜିର ଯୁବପିଢ଼ି ପୁସ୍ତକ ଅଧ୍ୟୟନରୁ ଦୂରେଇ ଯାଇ ମୋବାଇଲ ଫୋନ୍‌ ନିଶାରେ ଭ୍ରମିତ ହୋଇ ସମୟ ଅପଚୟ କରୁଛନ୍ତି। ଏବେ ବି ସମୟ ଅଛି ସେମାନେ ସୁସାହିତ୍ୟ ପଢ଼ନ୍ତୁ, ନ ହେଲେ ଦିନେ ସେମାନଙ୍କୁ ସେହି ପୁରାତନ କାହାଣୀର ତିନି ଅଶ୍ୱାରୋହୀଙ୍କ ଭଳି ସନ୍ତପ୍ତ ହେବାକୁ ପଡ଼ିବ।
ତାହା ଥିଲା ଏକ ଜ୍ୟୋତ୍ସ୍ନାବିଧୋତ ରଜନୀ। ତିନିଜଣ ଅଶ୍ୱାରୋହୀ ଆଗେଇ ଚାଲିଥିଲେ। ହଠାତ୍‌ ଶୁଣିଲେ ଏକ ସ୍ବର ‘ଗତି ବନ୍ଦ କର’। ସ୍ବରଟି ଏତେ ପ୍ରଭାବଶାଳୀ ଥିଲା ଯେ ସେମାନେ ଅଟକିଗଲେ। ସ୍ବରଟି ଥିଲା ଏକ ଅଶରୀରୀର। ତା’ପରେ ଆଉ ଏକ ସ୍ବର ନିର୍ଦ୍ଦେଶ ଦେଲା, ‘ଅଶ୍ୱ ପୃଷ୍ଠରୁ ଅବତରଣ କର’। ସେମାନେ ଓହ୍ଲାଇଲେ। ପୁଣି ତୃତୀୟ ନିର୍ଦ୍ଦେଶ ଆସିଲା – ‘ତଳେ ପଡ଼ିଥିବା ଗୋଡ଼ିମାଟିରୁ ଯେତେ ଇଚ୍ଛା ସେତେ ଉଠାଇ ନେଇ ତୁମ ଥଳିରେ ପୂରାଅ।’ ସେହି ଅଲୌକିକ ନିର୍ଦ୍ଦେଶକୁ ସେମାନେ ଭୟରେ ପାଳନ କଲେ। ମାତ୍ର ଗୋଡ଼ିମାଟି ଭଳି ମୂଲ୍ୟହୀନ ପଦାର୍ଥକୁ ସେମାନେ ବେଶି ପରିମାଣରେ ସଂଗ୍ରହ ନ କରି ମାତ୍ର ମୁଠାଏ କିମ୍ବା ଦୁଇମୁଠା ଗୋଟାଇଲେ। ଶେଷରେ ନିର୍ଦ୍ଦେଶ ଆସିଲା- ‘ଏଥର ଯାଅ। ଯେତେବେଳେ ସକାଳ ହେବ ତୁମେ ଯେତିକି ପୁଲ୍ଲକିତ ହେବ, ସେତିକି ସନ୍ତପ୍ତ ମଧ୍ୟ ହେବ।’ ତିନି ଅଶ୍ୱାରୋହୀ ପୁଣି ଯାତ୍ରା ଆରମ୍ଭ କଲେ। ସକାଳ ହୁଅନ୍ତେ ସେମାନେ ଦେଖିଲେ ସବୁ ଗୋଡ଼ିମାଟି ହୀରା, ନୀଳା, ମୋତି ମାଣିକ୍ୟରେ ରୂପାନ୍ତରିତ ହୋଇଯାଇଛି। ସେମାନେ ପୁଲ୍ଲକିତ ହେଲେ ସତ, ମାତ୍ର ଥଳି ଭର୍ତ୍ତିକରି ଗୋଡ଼ିମାଟି ଆଣି ନ ଥିବାରୁ ଅଧିକ ସନ୍ତପ୍ତ ହେଲେ। ଠିକ୍‌ ସେପରି ଯୁବପିଢ଼ି ବହି ପଠନକୁ ଅନାବଶ୍ୟକ ଭାବି ବହି ସଂଗ୍ରହ ନ କରି ପରିଣତ ବୟସରେ କୌଣସି ବହି ପଢ଼ୁ ପଢ଼ୁ ମୁଗ୍ଧ ହେଲେ ସେମାନଙ୍କୁ ଅଶ୍ୱାରୋହୀଙ୍କ ଭଳି ଅନୁତପ୍ତ ହୋଇ କହିବାକୁ ନ ପଡ଼ୁ ‘ଯୁବକ ସମୟରେ ବହି ନ ପଢ଼ି ଭୁଲ୍‌ କରିଛି।’
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?