ପ୍ରହସନ ହୋଇଛି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଯାଜପୁର ଅଫିସ,୧୧।୬: ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ରାଜନୈତିକ ସଭାସମିତିରେ ଆହ୍ବାନ କରାଯାଉଛି। ଏଥିପାଇଁ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସମୟରେ ଶିକ୍ଷିତ ବେକାର ଯୁବତୀଯୁବକଙ୍କୁ ନେଇ ଦକ୍ଷତାବୃଦ୍ଧି ତାଲିମ ଶିବିର ଆୟୋଜନ କରାଯାଉଛି। ବର୍ଷକୁ ପ୍ରାୟ ୩ ହଜାର ଯୁବତୀଯୁବକଙ୍କୁ ଦକ୍ଷତାବୃଦ୍ଧି ତାଲିମ ଦିଆଯାଇ ସଚେତନ କରାଯାଉଥିବା ବିଭାଗ ପକ୍ଷରୁ ଦାବି ହେଉଛି। ବାସ୍ତବ ପକ୍ଷେ ରାଜ୍ୟର ଉତ୍କଟ ବେକାରି ସମସ୍ୟା ପରିପ୍ରେକ୍ଷୀରେ ନିଯୁକ୍ତି ଓ ଆତ୍ମନିର୍ଭରଶୀଳତାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହୁଛି। କେତେକାଂଶରେ ବ୍ୟାଙ୍କଗୁଡ଼ିକର ଅସହଯୋଗ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରତିହତ କରୁଛି। ନାମକୁ ମାତ୍ର ତାଲିମ ଓ ପଞ୍ଜୀକରଣରେ ବିଭାଗୀୟ କାର୍ଯ୍ୟକ୍ରମ ସୀମିତ ରହିଥିବା ଅଭିଯୋଗ ହେଉଛି।
ସାମଗ୍ରିକ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଯୋଜନାଟି ତେଲିଆ ମୁଣ୍ଡରେ ତେଲ ହେଉଥିବା ସହ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଆୟର ପନ୍ଥା ପାଲଟିଛି। ଫଳରେ ଆଶାୟୀ ଯୁବତୀଯୁବକମାନେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଦ୍ୱାରା ଅନେକ ସମୟରେ ହଟହଟା ହେଉଥିବା ଅଭିଯୋଗ ହୋଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଶିଳ୍ପ କମ୍ପାନୀରେ ନିଯୁକ୍ତି ପାଇଁ ନିକଟରେ ପଶ୍ଚିମବଙ୍ଗ ଖଡ଼ଗପୁରରେ ଆୟୋଜିତ ଇଣ୍ଟରଭ୍ୟୁ ପ୍ରକ୍ରିୟାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଓଡ଼ିଆ ଶିକ୍ଷିତ ଯୁବତୀଯୁବକ ହୀନସ୍ତା ହେବା ସହ ନିର୍ଯାତିତ ହୋଇ ନିରାଶ ହୋଇ ଫେରିଥିଲେ। ଏହାବାଦ ଅଧିକାଂଶ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ଏଠାରେ ଉଚ୍ଚଶିକ୍ଷିତ ବେକାର ଯୁବତୀଯୁବକ ଉପଯୁକ୍ତ ପଦପଦବୀରେ ନିଯୁକ୍ତି ନ ପାଇ ଶ୍ରମିକ ଭଳି ଖଟୁଥିବା କେତେକ ଶିଳ୍ପ କମ୍ପାନୀରେ ଦେଖିବାକୁ ମିଳୁଛି। ଏହିସବୁ ଘଟଣାକୁ ପ୍ରଶାସନ ଜାଣିଶୁଣି ନୀରବ ରହି ପରୋକ୍ଷରେ ଶିଳ୍ପପତିମାନଙ୍କୁ ସହଯୋଗ କରୁଥିବା ମତପ୍ରକାଶ ପାଇଛି। ଜିଲାର ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଶିଳ୍ପକେନ୍ଦ୍ର, ବ୍ୟାଙ୍କ/ଆର୍‌ଆର୍‌ବି, କେଭିଆଇସି ଓ କେଭିଆଇବି ଆବଶ୍ୟକତା ଅନୁଯାୟୀ ସକ୍ରିୟ ହେଉ ନଥିବା ଯୋଗୁ ଜିଲାରେ ଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ଉଦ୍ୟୋଗୀମାନଙ୍କ ଦ୍ୱାରା ଲଘୁ ଉଦ୍ୟୋଗ ସ୍ଥାପନ ପାଇଁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ବେକାର ଯୁବତୀଯୁବକମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୋଜନାରେ ଋଣ ପରିମାଣ ଓ ରିହାତିକୁ ବୃଦ୍ଧି କରାଯାଇଛି ସତ, ହେଲେ ଏଥିରେ ପ୍ରକୃତ ହିତାଧିକାରୀ ଉପକୃତ ହୋଇ ପାରୁନାହାନ୍ତି। ଏହାର ରାଜନୈତିକ ପ୍ରଭାବ ରହିଛି ଏବଂ ଯେଉଁମାନେ ଋଣ ଶୁଝିବାର ଆର୍ଥିକ କ୍ଷମତା ରଖୁଛନ୍ତି ସେମାନଙ୍କୁ ଅଧିକ ଅଗ୍ରାଧିକାର ମିଳୁଥିବା ଅଭିଯୋଗ ହେଉଛି। ଫଳରେ ଏହି ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ତାହା ସଙ୍କୁଚିତ ହେଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଓ ଯୋଜନା ଅନ୍ତର୍ଗତ ନୀତି ନିୟମ ଭିତରେ ଉତ୍ତୀର୍ଣ୍ଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଉପରୋକ୍ତ ହିତାଧିକାରୀ ଚୟନ କରିବାକୁ ଜିଲା ଟାସ୍କଫୋର୍ସ କମିଟି ରହିଛି, ଯେଉଁଥିରେ ଜିଲାପାଳ ଅଧ୍ୟକ୍ଷ ଭାବେ ରହିଛନ୍ତି। ଗ୍ରାମାଞ୍ଚଳରେ ଶିଳ୍ପ ବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଇପିଓମାନେ ଉପଯୁକ୍ତ ଦାୟିତ୍ୱ ନିର୍ବାହ କରୁନାହାନ୍ତି। ଯୋଜନାରେ ସାମିଲ ହେବା ପାଇଁ ଶତାଧିକ ବେକାର ଯୁବତୀଯୁବକ ଦୈନିକ ବ୍ଳକ, ତହସିଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି। ଏତଦ୍‌ଭିନ୍ନ କେତେଜଣ ପ୍ରାର୍ଥୀଙ୍କୁ ଋଣ କରାଇ ଦେବାର ଲୋଭ ଦେଖାଇ ମୋଟା ଅଙ୍କର ଲାଞ୍ଚ ନିଆଯାଉଥିବା ଅଭିଯୋଗ ହେଉଛି। ସେହିପରି ଆଶାୟୀ ଥିବା ହିତାଧିକାରୀ ପ୍ରକଳ୍ପ ରିପୋର୍ଟ ଓ ବୈଷୟିକ ସହାୟତା ଚାହଁୁଥିବା ଲୋକେ ବ୍ୟାପକ ହଇରାଣ ହେଉଛନ୍ତି। ଶିଳ୍ପକେନ୍ଦ୍ର ଦ୍ୱାରା ଜିଲାରେ କେତେକ ହାତଗଣତିି ପ୍ଲାଷ୍ଟିକ ଉପତ୍ାଦନ କାରଖାନା ଥିବା ଜଣାପଡ଼ିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏମାନେ ଚାହିଦା ମୁତାବକ ସାମଗ୍ରୀ ଯୋଗାଇ ପାରୁ ନ ଥିବାରୁ ବାହାରୁ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ରପ୍ତାନି ହେଉଥିବା ଜଣାପଡିଛି। ଶତାଧିକ ଯୁବତୀଯୁବକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆବେଦନ କରିଛନ୍ତି। ହେଲେ ଉପଯୁକ୍ତ ସହଯୋଗ ଅଭାବରୁ ଆବେଦନ ପତ୍ରଗୁଡିକ ଫାଇଲ ଭିତରେ ଚପି ରହିଯାଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜିଲା ଶିଳ୍ପକେନ୍ଦ୍ରର ଆଞ୍ଚଳିକ ମ୍ୟାନେଜର ଅଭୟ କୁମାର ନାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?