ବଦଳୁଛି ୩ ଦଶନ୍ଧିର ସ୍ଥିତି

ଯାଜପୁର ଅଫିସ,୫ା୨: ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିର ରାଜନୈତିକ ରୂପରେଖ କ୍ରମଶଃ ବଦଳୁ ଥିବା ସ୍ପଷ୍ଟ ହୋଇଛି। ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ ମତଦାନ ହାରକୁ ଅବଲୋକନ କଲେ ସେଠାରେ ଭାଜପା ନିଜର ବଳ କଷିବା ଆରମ୍ଭ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଭାଜପା ସେତେଟା ସଫଳତା ପାଇ ନ ଥିଲେ ହେଁ ଦାନଗଦି ବ୍ଲକରେ ନିଜର ସମର୍ଥିତ ଦଳ ଦ୍ୱାରା ପଞ୍ଚାୟତ ସମିତି ଗଠନ କରିବା ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ଏହାପରେ ୨୦୧୯ରେ ଭାଜପାର ମତଦାନ ହାର ହଠାତ୍‌ ୩୭.୭୯% ବୃଦ୍ଧି ବିଜେଡି ଶିବିରକୁ ଚିନ୍ତାରେ ପକାଇଥିଲା। ଅନ୍ୟପକ୍ଷେ କେତେଜଣ ବରିଷ୍ଠ କଂଗ୍ରେସ ନେତା ଓ ଯୁବକର୍ମୀଙ୍କୁ ବିଜେଡି ନିଜ ଶିବିରକୁ ନେଇ ଚଳିତ ନିର୍ବାଚନୀ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି ପାରିଥିବା ଚର୍ଚ୍ଚା ହେଉଛି।
ବିଗତ ୩୦ ବର୍ଷ ହେଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ଜନତା ଦଳ ଓ ପରେ ବିଜେଡି କବ୍‌ଜାରେ ରହି ଆସିଛି ା ୧୯୯୦ ରୁ ୨୦୧୪ ମଧ୍ୟରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇ ମନ୍ତ୍ରୀପଦ ପାଇଥିଲେ ା ଏହାପରେ ୨୦୧୪ରେ ପ୍ରୀତିରଞ୍ଜନ ଘଡ଼େଇ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେହିବର୍ଷ ପ୍ରୀତିରଞ୍ଜନ ୪,୭୦୪ ଭୋଟ ବ୍ୟବଧାନରେ ଶରତ ରାଉତଙ୍କୁ ପରାସ୍ତ କରିଥିଲେ। ହେଲେ ଗ୍ରାମାଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟା ସମାଧାନରେ ବିଜେଡି ବିଫଳ ହେବା, ନଗଡ଼ାରେ ଶିଶୁ ମୃତ୍ୟୁହାର, ସୁଦୃଢ଼ ଗମନାଗମନ ବ୍ୟବସ୍ଥାର ଅଭାବ, ସ୍ବଚ୍ଛ ପାନୀୟ ଜଳ ଆଦି ପ୍ରସଙ୍ଗ ଭାଜପା ଉତ୍ଥାନର ପ୍ରମୁଖ କାରଣ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ କେତେକ ଆଖିଦୃଶିଆ ପ୍ରସଙ୍ଗ ଭୋଟରଙ୍କୁ ବହୁଳ ମାତ୍ରାରେ ପ୍ରଭାବିତ କରିଥିବା ମନେହେଉଛି। ସେଥିରୁ ନଗଡ଼ାକୁ ରାସ୍ତା ସଂଯୋଗ ପାଇଁ ୧୩ କୋଟି ଟଙ୍କା ବିନିଯୋଗରେ ବ୍ୟାପକ ଅନିୟମିତତା ଓ ଲୋକାୟୁକ୍ତରେ ମାମଲା, ଏହାର ମରାମତି ପାଇଁ ମିଥ୍ୟା ବିଲ ଭାଉଚର କରି ୪୪ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭାଗବଣ୍ଟା ନ ଛିଣ୍ଡିବାରୁ ଥାନାରେ ମାମଲା, ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ଅଭିଯୋଗ, ଖଣି ଓ ଶିଳ୍ପ କାରଖାନାରେ ସ୍ଥାନୀୟ ନିଯୁକ୍ତି ଓ ଶ୍ରମିକ ଛଟେଇ ଇତ୍ୟାଦି ପ୍ରସଙ୍ଗ ଭୋଟରଙ୍କୁ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଛି। ଏହାବାଦ୍‌ ସୁକିନ୍ଦା ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ପ୍ରାର୍ଥୀଙ୍କୁ କାଳ ହେବ ବୋଲି କୁହାଯାଉଛି। ଏହି କାରଣରୁ କଂଗ୍ରେସର ଭିତ୍ତିଭୂମିକୁ ଭାଜପା ଗତ ନିର୍ବାଚନରେ ଦଖଲ କରିବା ପରେ ଏଥର ବିଜେଡିକୁ ଅନେକ ମାତ୍ରାରେ ସଂଘର୍ଷ କରିବାକୁ ପଡୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକରେ ୬ ଜିଲା ପରିଷଦ ଆସନ ରହିଛି। ଏଥିରେ ମୋଟ ୨୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ୩ ପ୍ରମୁଖ ଦଳ ବାଦ ସ୍ବାଧୀନ ସମେତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାର୍ଥୀମାନେ ମଧ୍ୟ ଏଥର ସକ୍ରିୟ ଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ଆମ୍ବେଡକର ନ୍ୟାଶନାଲ କଂଗ୍ରେସ, ବହୁଜନ ମୁକ୍ତିପାର୍ଟି, କଳିଙ୍ଗସେନା ଓ ସ୍ବାଧୀନ ପ୍ରାର୍ଥୀ ମିଶି ପ୍ରାୟ ୩ ହଜାର ଭୋଟ ହାତେଇଥିଲେ। କଂଗ୍ରେସ ହାତକୁ ମାତ୍ର ୧୮,୬୧୯ ଭୋଟ ଯାଇଥିବାବେଳେ ବିଜେଡିକୁ ୭୭,୫୧୦ ଓ ଭାଜପାକୁ ୬୦,୭୮୦ ଭୋଟ ମିଳିଥିଲା। ଭାଜପା ପାଖାପାଖି ୧୭ ହଜାର ଭୋଟରେ ପରାଜିତ ହୋଇଥିଲା। ସେତେବେଳେ ଅଧିକ ଆମତ୍ବିଶ୍ୱାସ ଭାଜପାକୁ ହାନି କରିଥିଲା ବୋଲି ମତପ୍ରକାଶ ପାଇଥିଲା। ତେବେ ଏଥର ପରିସ୍ଥିତି ବହୁଳ ଭାବେ ପରିବର୍ତ୍ତନ ହୋଇଛି ବୋଲି କୁହାଯାଉଛି। ସୁକିନ୍ଦା ନିର୍ବାଚନମଣ୍ଡଳୀର ୬ ଜିଲା ପରିଷଦ ଆସନରେ ବିଭିନ୍ନ ଦଳରୁ ବହୁ ତୁଙ୍ଗ ନେତା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ସୁକିନ୍ଦାରେ ବିଜେଡି ଓ ଦାନଗଦି ବ୍ଲକ ଅଧ୍ୟକ୍ଷା ଭାଜପା ଦଖଲରେ ରହିଥିଲା। ଏବେ ବି ଦାନଗଦି ବ୍ଲକ ପ୍ରଶାସନରେ ବିଜେଡି ନିଜର କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଭାଜପା ୨୦୧୪ରେ ୩%, ୨୦୧୭ରେ ୧୦% ଓ ୨୦୧୯ରେ ୩୮% ଭୋଟ ପାଇ ଅଗ୍ରସର ହେଉଛି। ଭାଜପା ଏହି ସଫଳତାକୁ ଆଧାର କରି ନିର୍ବାଚନ ଲଢୁଥିବାବେଳେ ବିଜେଡି ଏହାର ମୁକାବିଲା କରିବାକୁ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଛି। ଅର୍ଥ ଓ ଲୋକବଳ ବିଜେଡିର ପ୍ରମୁଖ ଅସ୍ତ୍ର ହୋଇଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri