୨ ଜିଲାରେ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର, ୧୨।୫(ବ୍ୟୁରୋ):ରାଜ୍ୟରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ୯,୭୯୩ ଚିହ୍ନଟ ହୋଇଛନ୍ତି। ଗତ ୪ଦିନ ହେବ କ୍ରମାଗତ ଭାବେ ହ୍ରାସ ପାଉଛି ଦୈନିକ ସଂକ୍ରମଣ। ଗତ ୭ତାରିଖରେ ୧୨,୨୩୮ଜଣ ଚିହ୍ନଟ ହୋଇ ସର୍ବକାଳୀନ ରେକର୍ଡ କରିଥିଲା। ଏହାପରେ ୮ତାରିଖରେ ୧୧,୮୦୭, ୯ରେ ୧୦,୬୩୫, ୧୦ରେ ୧୦,୦୩୧ ଏବଂ ୧୧ରେ ୧୦ହଜାର ତଳକୁ ଚିହ୍ନଟ ହୋଇଛନ୍ତି। ଟେଷ୍ଟିଂ କମ୍‌ ହେଉଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମୁଥିବା ଜଣାପଡ଼ୁଛି। ସେପଟେ ଦୈନିକ ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲା ସ୍ଥିତି ଉଦ୍‌ବେଗଜନକ ରହିଛି। ଏହି ଦୁଇଟି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା କମୁନାହିଁ । ଗତ ୨୪ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧,୫୧୧ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧,୦୧୮ଜଣ ରହିଛନ୍ତି। ସେହିପରି କଟକରୁ ୬୪୧, ଅନୁଗୋଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଗଞ୍ଜାମରୁ ୨୭୬, ନୟାଗଡ଼ରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪ଜଣ ଥିବାବେଳେ ବାକି ସବୁ ଜିଲାରେ ୨ଶହ ତଳକୁ ସଂକ୍ରମିତ ସଂଖ୍ୟା ରହିଛି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୫,୫୪,୬୬୬ରେ ପହଞ୍ଚତ୍ଛି।
ଅପରପକ୍ଷେ ରାଜ୍ୟରେ ଆଉ ୧୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଏଥିରୁ ଅନୁଗୋଳରୁ ସର୍ବାଧିକ ୪ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼, ରାୟଗଡ଼ା ଓ କଳାହାଣ୍ଡିରୁ ୨ଜଣ ଲେଖାଏ, ବୌଦ୍ଧ, ଦେବଗଡ଼, ପୁରୀ, ମାଲକାନଗିରି ଓ ଗଜପତିରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨,୨୧୫କୁ ବୃଦ୍ଧି ପାଇଛି।
ସେପଟେ କରୋନାର ଏହି ଦ୍ୱିତୀୟ ଲହର ଟିକା ନୁହେଁ, କେବଳ ମାସ୍କ ଓ ସାମାଜିକ ଦୂରତା ହିଁ ରକ୍ଷା କରିପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା କୋଭାକ୍ସିନ ପରୀକ୍ଷଣର ଓଡ଼ିଶା ମୁଖ୍ୟ ଡା. ଇ. ଭେଙ୍କଟ ରାଓ କହିଛନ୍ତି। ଓଡ଼ିଶାରେ ଯେତେବେଳେ ଟିକାକରଣ ଆରମ୍ଭ ହୋଇଥିଲା, ସେତେବେଳେ ଟିକା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ଥିଲା। କିନ୍ତୁ ଲୋକେ ଭୟରେ ଟିକା ନେବା ପାଇଁ ଆସୁ ନ ଥିଲେ। ଏତେ ଶୀଘ୍ର ଟିକା ବଜାରକୁ ଆସିଥିବାରୁ ସେ ଟେଷ୍ଟିଂ ହୋଇ ନ ଥିବ ବୋଲି ଲୋକେ ଭାବୁଥିଲେ। କିନ୍ତୁ ଏବେ ସଂକ୍ରମଣ ବଢ଼ିଯିବାରୁ ଲୋକଙ୍କ ମନରେ ଭୟ ଆସିଲା। ତେଣୁ ଟିକା ନେବା ପାଇଁ ଏବେ ଲୋକେ ତପତ୍ରତା ଦେଖାଉଛନ୍ତି। କିନ୍ତୁ ଟିକା ନେଇଗଲେ ଦ୍ୱିତୀୟ ଲହରରୁ ମୁକ୍ତି ମିଳିବ ନାହିଁ ବୋଲି ସମସ୍ତେ ଜାଣିରଖିବା ଉଚିତ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଡା. ରାଓ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଟିକାର ପ୍ରଥମ ଡୋଜ୍‌ର ମାସକ ପରେ ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ଦ୍ୱିତୀୟ ଡୋଜ୍‌ ନେବାର ମାସକ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଟିକା ନେଲେ କରୋନାର ତୃତୀୟ ଓ ଚତୁର୍ଥ ଲହରରୁ ବର୍ତ୍ତି ଯାଇପାରନ୍ତି ବୋଲି ସେ କହିଛନ୍ତି। ଯଦି ଭୂତାଣୁର ଆଉ ମ୍ୟୁଟାଣ୍ଟ ନ ହୁଏ, ତେବେ ତୃତୀୟ ଲହରରୁ ଆମକୁ ରକ୍ଷା କରିବ। ତେଣୁ ଟିକା ନୁହେଁ, ମାସ୍କ ଓ ସାମାଜିକ ଦୂରତା ହିଁ ଆମକୁ ବଞ୍ଚାଇବ। ବାହାରକୁ ଆସିଲେ ଆଦୌ ମାସ୍କ ଖୋଲନ୍ତୁ ନାହିଁ ବୋଲି ଡା. ରାଓ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri