ଭାଇ ମୁହଁରେ ମୁଖାଗ୍ନି ଦେଲେ ଭଉଣୀ

କଟକ ଅଫିସ,୧୯ା୮:ପୋଲିସ ଓ ଡାକ୍ତରଙ୍କ ମଣିଷପଣିଆ ପାଇଁ କର୍କଟ ରୋଗରେ ମୃତ୍ୟୁ ଘଟିଥିବା ଭାଇ ମୁହଁରେ ମୁଖାଗ୍ନି ଦେଇଛନ୍ତି ଭଉଣୀ। ଗୁରୁବାର କଟକ ଖାନ୍‌ନଗର ସ୍ବର୍ଗଧାମଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡା ଜିଲା ବେଲପାହାଡ ଅଞ୍ଚଳର ଫଗୁଲାଲ ମାଝି(୨୫) କର୍କଟ ରୋଗରେ ଆକ୍ରାନ୍ତ ହୋଇ କିଛିଦିନ ତଳେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଭର୍ତ୍ତି ହୋଇଥିଲେ। ତାଙ୍କ ସହ ଭଉଣୀ ଭୀମସୀତା ମାଝି ମେଡିକାଲକୁ ଆସିଥିଲେ। ଫଗୁଲାଲଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କ ଆରୋଗ୍ୟ ହେବା ଉପରେ ଭୀମସୀତା ଭରସା କରିପାରି ନ ଥିଲେ। ସେ ଭାଇ ଦୁଃଖକୁ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ତେଣୁ ସେ ଭାଇଙ୍କୁ ମେଡିକାଲରେ ଛାଡି ଘରକୁ ପଳାଇଥିଲେ। କିଛିଦିନ ଚିକିତ୍ସିତ ହେବା ପରେ ଗତ ୧୫ ତାରିଖରେ ଫଗୁଲାଲଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଫାଣ୍ଡି ଇନ୍‌ଚାର୍ଜ ମାନେଶ୍ୱର ପ୍ରଧାନଙ୍କୁ ଜଣାଇଥିଲେ। ପ୍ରଧାନ ଏ ନେଇ ଭୀମସୀତାଙ୍କୁ ଅବଗତ କରାଇଥିଲେ। ଫଳରେ ଭୀମସୀତା ଗୁରୁବାର କଟକରେ ପହଞ୍ଚତ୍ବା ପରେ ତାଙ୍କୁ ଫଗୁଲାଲଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଭୀମସୀତା ଅତ୍ୟନ୍ତ ଗରିବ ହୋଇଥିବାରୁ ଭାଇଙ୍କ ମୃତଦେହକୁ ନିଜ ଗାଁକୁ ନେଇ ସତ୍କାର କରିବାରେ ଅସମର୍ଥ ଥିଲେ। ତାଙ୍କର ଏଭଳି ଅସହାୟ ଅବସ୍ଥାରେ ଡା. ଆଶୁତୋଷ ସାହୁ ଓ ଫାଣ୍ଡି ଇନ୍‌ଚାର୍ଜ ପ୍ରଧାନ ମାନବିକତା ଦେଖାଇବାକୁ ଆଗେଇ ଆସିଥିଲେ। ଅସହାୟଙ୍କ ନିମନ୍ତେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ଅଭିମନ୍ୟୁ ଦାସ, ଶିଶିର ସାହୁଙ୍କୁ ଏ ସମ୍ପର୍କରେ ପ୍ରଧାନ ଅବଗତ କରାଇଥିଲେ। ଏଥିସହ ଡା. ସାହୁ ମୃତଦେହ ସତ୍କାର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମୃତଦେହ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ଫଳରେ ସମସ୍ତଙ୍କ ସହଯୋଗରେ ଫଗୁଲାଲଙ୍କ ମୃତଦେହକୁ ଖାନ୍‌ନଗର ସ୍ବର୍ଗଧାମ ନିଆଯାଇ ସତ୍କାର କରାଯାଇଥିଲା। ସେଠାରେ ଭୀମସୀତା ତାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ। ପରେ ତାଙ୍କୁ ବସ୍‌ରେ ଘରକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri