Posted inଖେଳ

ରୌପ୍ୟ ବିଜୟୀ ଭାରତୀୟ ରିଲେ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪।୭(ପି.ଟି.): ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଏବେ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବାହାରିନ ଦଳର ଜଣେ ରନର ଡୋପ ଟେଷ୍ଟରେ ଧରା ପଡ଼ିବାରୁ ପୂରା ଦଳକୁ ଅଯୋଗ୍ୟ କରାଯାଇଛି। ଫଳରେ ଭାରତର ରୌପ୍ୟ ପଦକ ଅପଗ୍ରେଡ୍‌ ହୋଇଛି। ବାହାରିନ୍‌ର କେମି ଆଡେକୋୟା ଡୋପଟେଷ୍ଟରେ ବିଫଳ ହୋଇ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ(ଏଆଇୟୁ) ଦ୍ୱାରା ୪ ବର୍ଷ ବାସନ୍ଦ ହୋଇଥିବାରୁ ପୂରା ଦଳକୁ ନିରାଶ ହେବାକୁ ପଡ଼ିଛି। ମହିଳା ୪୦୦ ମିଟର ହର୍ଡଲ୍ସରେ ଆଡେକୋୟା ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଅଯୋଗ୍ୟ ବିବେଚିତ ହେବାରୁ ଏହି ଇଭେଣ୍ଟରେ ୪ର୍ଥ ସ୍ଥାନ ହାସଲ କରିଥିବା ଭାରତର ଅନୁ ରାଘବନ ବ୍ରୋଞ୍ଜ ପଦକ ପାଇବାକୁ ହକ୍‌ଦାର ହୋଇଛନ୍ତି।
ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳରେ ମହମ୍ମଦ ଆନାସ, ଏମ.ଆର. ପୁଭମ୍ମା, ହିମା ଦାସ ଓ ଆରୋକିଆ ରାଜୀବ ସାମିଲ ଥିଲେ। ଏମାନେ ୩:୧୫:୭୧ ସେକେଣ୍ଡ ସମୟ ନେଇ ବାହାରିନ(୩:୧୧:୮୯) ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଜାକର୍ତ୍ତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ମହିଳା ୪୦୦ ମିଟର ହର୍ଡଲ୍ସରେ ଭାରତର ଅନୁ ୫୬.୯୨ ସେକେଣ୍ଡ ସମୟ ନେଇ ୪ର୍ଥ ହୋଇଥିଲେ। ଓ୍ବାଲର୍‌ଡ ଆଥଲେଟିକ୍ସ ଓ୍ବେସାଇଟ୍‌ରେ ଅପଡେଟ୍‌ ହେବାପରେ ଭାରତର ପଦକ ସଂଖ୍ୟା ୮ ସ୍ବର୍ଣ୍ଣ ଓ ୯ ରୌପ୍ୟ ସହ ଏବେ ୨୦ରେ ପହଞ୍ଚତ୍ଛି ବୋଲି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri