୧୨ ବର୍ଷ ପରେ ଫେରୁଛି ଏହି ଶୋ’, ସଲମାନଙ୍କୁ ଦେବ ଟକ୍କର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଶୋ’ ବିଗ ବସ୍‌ ସିଜନ-୧୭କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରମାନ ମଲିକଙ୍କ ନାମ ଏହି ଶୋ’ରେ ଫାଇନାଲ ପ୍ରତିଯୋଗୀ ଭାବରେ ନାମ ପ୍ରାୟ ଚୂଡ଼ାନ୍ତ ବୋଲି କୁହାଯାଉଛି। ବର୍ତ୍ତମାନ ସୋନି ଟିଭି ଏହାର ପ୍ରସିଦ୍ଧ ଡ୍ୟାନ୍ସ ଶୋ’ର ନାମ ଘୋଷଣା କରିଛି। ଯାହା ସଲମାନଙ୍କ ଶୋ’ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସଲମାନଙ୍କ ବିବାଦୀୟ ରିଆଲିଟି ଶୋ’ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୋନି ଟିଭି ନିଜର ଏକ ଡ୍ୟାନ୍ସ ରିୟାଲିଟି ଶୋ’ ସହିତ ଆସୁଛି, ଯାହାର ଝଲକ ଆପଣ କଲର୍ସରେ ଦେଖିଥିବେ।

ସଲମାନଙ୍କ ବିଗ୍‌ବସ୍‌-୧୭ର ନିର୍ମାତା ନିକଟରେ ଘୋଷଣା କରିଥିଲେ। ଏହି ଶୋ’ର ପ୍ରୋମୋ କିଛି ଦିନ ପୂର୍ବରୁ ରିଲିଜ ହୋଇଛି। ଯେଉଁଥିରେ ସଲମାନ ତାଙ୍କ ହୃଦୟ, ମନ ଏବଂ ଶକ୍ତି ବିଷୟରେ କଥା ହେଉଥିବା ଦେଖାଯାଏ।

ପ୍ରୋମୋ ରିଲିଜ ହେବାର କିଛି ଦିନ ପରେ ସୋନି ଟିଭି ଏହାର ଡ୍ୟାନ୍ସ ରିୟାଲିଟି ଶୋ’ର ନାମ ଘୋଷଣା କରିଛି। ବୁଧବାର ଏହାର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ଝଲକ ଦିଖଲା ଯା’ର ଏକ ଝଲକ ବି ଶେୟାର କରିଛି।

ଏଥିରେ କ୍ୟାପଶନ ଲେଖାଯାଇଛି, ଡ୍ୟାନ୍ସର ପ୍ରକୃତ ଧମାଲ ହେବ, ୧୨ବର୍ଷ ପରେ ‘ଝଲକ ଦିଖ୍‌ଲା ଯା’ର ଯାଦୁ ସୋନି ମଞ୍ଚରେ କେବଳ ସୋନି ଏଣ୍ଟରଟେନମେଣ୍ଟ୍‌ ଟେଲିଭିଜନରେ ଦେଖାଯିବ। ‘ଝଲକ ଦିଖ୍‌ଲା ଯା’ ଭାରତରେ ନିଜ ଘରକୁ ଫେରୁଛି ବୋଲି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri