ଗୁରୁତର କୁକୁର ସୁସ୍ଥ ପରେ ଫେରିଲା

ଜଗତ୍‌ସିଂହପୁର ଅଫିସ, ୨୧ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ମେଡିକାଲ ରାସ୍ତାରେ ୨୪ା୫ା୨୨ରେ ଏକ ବୁଲା କୁକୁର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା। ପିପୁଲ ଫର୍‌ ଆନିମଲ ମୁଖ୍ୟ ମାନେକା ଗାନ୍ଧୀ ଓ ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗାଁର ସାଇକ୍ରିଷ୍ଣା ଦାସ ନାମ୍ନୀ ଯୁବତୀଙ୍କ ଯୋଗୁ ଏହା ସମ୍ଭବ ହୋଇଥିଲା। ସେବେଠାରୁ କୁକୁରଟିକୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ସହ ଯତ୍ନ ନିଆଯାଉଥିଲା। କୁକୁରଟି ଏବେ ସୁସ୍ଥ ହୋଇଛି। ଏ ନେଇ ବୁଧବାର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଘରବାହୁଡ଼ା ଉତ୍ସବର ଆୟୋଜନ ହୋଇଥିଲା। ଏହି ସମୟର ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ଥିଲା। ବଡ଼କଥା ହେଲା କୁକୁରଟିକୁ ନିୟନ୍ତ୍ରଣ ପାଇଁ କୌଣସି ରଶି ବନ୍ଧାଯିବା ତ ଦୂରର କଥା ତାଙ୍କୁ ସେବା ଦେଇ ଆସିଥିବା ବରିଷ୍ଠ ଡା. ବିଦ୍ୟାଧର ଶତପଥୀ ଓ କୁଞ୍ଜବିହାରୀ ସ୍ବାଇଁଙ୍କ ସମେତ ଅନ୍ୟମାନଙ୍କୁ ଛାଡ଼ିବାକୁ ଚାହୁଁ ନ ଥିଲା। ପ୍ରଥମେ କୁକୁରକୁ ବିସ୍କୁଟ୍‌ ଦିଆଯାଇଥିଲେ ସୁଦ୍ଧା ସେ ଖାଇ ନ ଥିଲା। ତା’ ମୁଣ୍ଡ ଥାପୁଡାଇ ବୁଝାବୁଝି କରି ଗାଡ଼ିରେ ବସାଇଲା ବେଳେ ତା’ ମୁହଁରୁ ଅନେକ କିଛି ଆଭାସ ବାରିହୋଇ ପଡୁଥିଲା। ଏହି ଦୃଶ୍ୟ ଉପସ୍ଥିତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ବୀରକିଶୋର ପରିଡ଼ା, ବରିଷ୍ଠ ଡା. ସ୍ବାଇଁ, ଶତପଥୀ, ପ୍ରାଣୀ ମଙ୍ଗଳ ଅଧିକାରୀ ତଥା ଏଡିଭିଓ ଯଦୁନାଥ ପରିଡ଼ା, ଅନ୍ୟ ଡାକ୍ତର, ଆନିମଲ ହେଲ୍ପଲାଇନ୍‌, ପିପୁଲ ଫର୍‌ ଆନିମଲ ସଦସ୍ୟ ଓ ସାଇକ୍ରିଷ୍ଣାଙ୍କ ମା’ କଳ୍ପନା କାନୁନ୍‌ଗୋଙ୍କ ମନରେ ଗଭୀର ରେଖାପାତ କରିଥିଲା। ସମ୍ପ୍ରତି ମଣିଷମାନଙ୍କ ଭିତରେ ନୀତି, ନୈତିକତାର ଘୋର ଅଭାବ ଦେଖାଦେଉଥିବା ବେଳେ କୁକୁରମାନେ କିନ୍ତୁ ସେମାନଙ୍କ ମୌଳିକତା ବଞ୍ଚାଇ ରଖିପାରିଥିବାରୁ ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି।

କୁକୁରଟି ଛୋଟ ଥିବାବେଳେ କେହି ତା’ ବେକରେ ବେଲ୍ଟ (ରଶି) ବାନ୍ଧି ଛାଡ଼ି ଦେଇଥିଲେ। କୁକୁରଟି ବଡ଼ ହେବାରୁ ବେକ ମୋଟା ହୋଇଥିଲା, ଯାହାଦ୍ୱାରା ରଶି ଚାପିହୋଇ ବେକରେ କ୍ଷତ ସୃଷ୍ଟି କରିଥିଲା। ଏହା ବେକର ଚାରିପଟେ ୪ ଇଞ୍ଚର ଗଭୀର କ୍ଷତ ସହ ଘା ସୃଷ୍ଟି କରିଥିଲା। ପୋକ ସାଲୁବାଲୁ ହେଉଥିଲେ। ବିକଳରେ କୁକୁରଟି ଚିତ୍କାର କରିବା ସହ ବିଚଳିତ ଅବସ୍ଥାରେ ଏଣେତେଣେ ଧାଉଁଥିଲା। ଏଭଳି ଦୃଶ୍ୟ ବାଲିକୁଦା ମେଡିକାଲ ରାସ୍ତାରେ ଅନେକ ଲୋକ ଦେଖୁଥିଲେ ସୁଦ୍ଧା କେହି ତାକୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିଲେ। କିନ୍ତୁ ଏହି ବ୍ଲକ ଅନ୍ତର୍ଗତ ନରିଲୋ ଗ୍ରାମର ଯୁବତୀ ସାଇକ୍ରିଷ୍ଣା ୟୁଜିସି ନେଟ୍‌ ଫର୍ମ ପୂରଣ ପାଇଁ ସେଠାକୁ ଯାଇଥିବାବେଳେ ଏହା ଦେଖି ସେ ବିଚଳିତ ହୋଇପଡ଼ିଥିଲେ। ଉଦ୍ଧାର ପାଇଁ ଷ୍ଟ୍ରିଟ୍‌ ଆନିମଲ ଲଭର୍‌ ନାମକ ଫେସବୁକ୍‌ ଗ୍ରୁପ୍‌ରେ ପୋଷ୍ଟ କରି ସହଯୋଗ ନ ପାଇବାରୁ ଏହି ଗ୍ରୁପ୍‌ରେ ଥିବା ବାନ୍ଧବୀ ରଶ୍ମିରେଖାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ସବୁକଥା କହିଥିଲେ। ରଶ୍ମିରେଖା ପ୍ରଥମେ ଭୁବନେଶ୍ୱରସ୍ଥିତ ପିପୁଲ ଫର୍‌ ଆନିମଲ କର୍ମକର୍ତ୍ତା ଓ ପରେ ମାନେକା ଗାନ୍ଧୀଙ୍କୁ ମେଲ୍‌ରେ ମେସେଜ୍‌ କରିବାରୁ ଆଶ୍ୱାସନା ମିଳିଥିଲା। ମାନେକା ତୁରନ୍ତ ଜଗତ୍‌ସିଂହପୁର ସିଡିଭିଓଙ୍କୁ ଫୋନ୍‌ କରି କୁକୁରଟିକୁ ଉଦ୍ଧାର ସହ ଚିକିତ୍ସା କରିବାକୁ କହିଥିଲେ। ତା’ ପରେ ସିଡିଭିଓଙ୍କ ନିର୍ଦ୍ଦେଶରେ କୁକୁରଟିକୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri