ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ସିନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୩ା୮(ଅସମାପିକା ସାହୁ): ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ମେଗା କୁଇଜ ଇଭେଣ୍ଟ ‘ମେଟଲ୍‌ ମିଟ-୨୦୨୪’ ଶନିବାର ହୋଟେଲ କ୍ରିଷ୍ଟାଲ କ୍ରାଉନରେ ଆୟୋଜିତ ହୋଇଛି।

ଏହି ପ୍ରତିଯୋଗିତାର ସିନିୟର ବିଭାଗର ପ୍ରିଲିମ୍ସ ରାଉଣ୍ଡ ଇତିମଧ୍ୟରେ ଶେଷ ହୋଇଛି। ସିନିୟର ବର୍ଗରେ ମୋଟ୍‌ ୪୨ ଟିମ୍‌ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୮ଟି ଟିମ୍‌ ଗ୍ରାଣ୍ଡ ଫିନାଲେକୁ ଯାଇଛନ୍ତି। ଏହି ବିଭାଗରେ ଶ୍ରେଷ୍ଠ ୮ ଟିମ୍‌ ଫିନାଲେ ଟିକେଟ ପାଇଛନ୍ତି। ପ୍ରିଲିମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶ କରିଛନ୍ତି ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ କଟକ, ଏନ୍‌ଏଲ୍‌ୟୁ କଟକ, କିଟ୍‌ ଭୁବନେଶ୍ୱର, ଏମ୍ସ ଭୁବନେଶ୍ୱର, ଭିମ୍‌ସାର ବୁର୍ଲା, ନାଇଜର ଖୋର୍ଦ୍ଧା।

ଏଥର ବି ‘ମେଟଲ୍‌ ମିଟ୍‌’ରେ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ଛାତ୍ରୀଛାତ୍ରଙ୍କୁ କୁଇଜ୍‌ର ପ୍ରଶ୍ନ ପଚାରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀ ଜଣେ ଜଣେ ବିଜୟୀ ବୋଲି କହିଥିଲେ। ସେହିପରି ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି, ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ, ଏମ୍‌ସିଏଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ବେଦାନ୍ତ, ରୁଚି, ବାଜିରାଓ ଆଇଏସ୍‌ ଏକାଡେମୀ, ଇମ୍ଫା, ଶ୍ରୀ ଜଗନ୍ନାଥ ପ୍ରମୋଟର୍ସ ଆଣ୍ଡ୍‌ ବିଲ୍‌ଡର୍ସ, ଫାଲ୍‌କନ ଇୟଲ ଇଷ୍ଟେଟ୍‌, ଫାଭୋ, କାର୍ସିନୋଭା କ୍ୟାନସର ହସ୍ପିଟାଲ, କାନାଡା ବ୍ୟାଙ୍କ୍‌, ଓଡ଼ିଶା ପର୍ଯ୍ୟଟନ, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ ରହିଥିବା ବେଳେ ପାର୍ଟନରଶିପ୍‌ ଭାବେ ଅଜନ୍ତା ଆଡଭୋଟାଇଜର୍ସ, ସମାଜବାଦୀ ସୋସାଇଟି, ଧରିତ୍ରୀ, ପଣ୍ଡା ଟ୍ରାଭେଲ୍‌ ମାର୍ଟ, ଓମ୍‌ଫେଡ୍‌ ଏବଂ ଡବ୍ଲ୍ୟୁଇଏଫ୍‌ଇ ଇଣ୍ଟରନେଟ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri