ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ ସୂର୍ଯ୍ୟକୁ ନେଇ ଆମର ସୌରଜଗତ ତିଆରି ହୋଇଛି। ସମସ୍ତେ ସୂର୍ଯ୍ୟ ଚାରିପଟେ ବୁଲନ୍ତି। ସମସ୍ତଙ୍କ ଭିତରେ ଆମ ପୃଥିବୀ କଥା ନିଆରା। କାରଣ ଏତେ ଗ୍ରହ-ଉପଗ୍ରହ ରହିଥିଲେ ବି କେବଳ ପୃଥିବୀ ଗ୍ରହରେ ଜୀବଜନ୍ତୁ ଅଛନ୍ତି। ତେଣୁ ପୃଥିବୀକୁ ଆମ ସୌରଜଗତର ‘ଜୀବଗ୍ରହ’ ବୋଲି କୁହାଯାଉଛି। ଆମ ସୂର୍ଯ୍ୟ ଗୋଟିଏ ନକ୍ଷତ୍ର, ଯାହାର ସୌରଜଗତ ଅଛି। ଆମେ ରାତିରେ ହଜାର ହଜାର ତାରା ଦେଖୁ। କେଇଟା ତାରାକୁ ଛାଡ଼ିଦେଲେ ବାକି ତାରା ବି ନକ୍ଷତ୍ର। ସେମାନେ ଆମ ସୌରଜଗତ ବାହାରେ ଅଛନ୍ତି। ଆମ ସୂର୍ଯ୍ୟ ପରି ଅନେକ ନକ୍ଷତ୍ରର ସୌରଜଗତ ଅଛି ଓ ଗ୍ରହ-ଉପଗ୍ରହ ଅଛନ୍ତି। ସେମାନେ ନିଜର ନକ୍ଷତ୍ର ଚାରିପଟେ ବୁଲୁଛନ୍ତି। ସେଗୁଡ଼ିକୁ ‘ବାହ୍ୟଗ୍ରହ’ କହୁ। ଅନେକ ବାହ୍ୟଗ୍ରହକୁ ଚିହ୍ନଟ କରାଯାଇଛି, କିନ୍ତୁ ସେଠାରେ ଜୀବଜନ୍ତୁ ଥିବାର ପ୍ରମାଣ ମିଳିନାହିଁ।
ପୃଥିବୀରେ ଜୀବନ୍ତ ପ୍ରାଣୀ ରହିପାରିବାର ଅନେକ କାରଣ ଆମକୁ ଜଣା। ବଡ଼ କାରଣ ହେଉଛି ଜଳର ଉପସ୍ଥିତି। ପୃଥିବୀ ବାହାରେ କୌଣସି ‘ବାହ୍ୟଗ୍ରହ’ରେ ମଧ୍ୟ ପାଣି ଥିଲେ ସେଠାରେ ଜୀବଜନ୍ତୁ ଥିବାର ସମ୍ଭାବନାକୁ ଏଡ଼େଇ ପାରିବା ନାହିଁ। ଆଜିକୁ ୪୫୦ କୋଟି ବର୍ଷ ତଳେ ପୃଥିବୀ ସୃଷ୍ଟି ହେଲା। ସେତେବେଳେ ପୃଥିବୀ ପୃଷ୍ଠରେ କୌଣସି ଜୀବ ନଥିଲେ। ପୃଥିବୀରେ ସମୁଦ୍ର ସୃଷ୍ଟି ହେଲା। ପ୍ରାୟ ୧୦୦ କୋଟି ବର୍ଷ ବିତିଲା ପରେ ସମୁଦ୍ର ଭିତରେ ହିଁ ପ୍ରଥମ ଜୀବ ସୃଷ୍ଟି ହୋଇଥିଲା। ତେଣୁ ଜୀବନ ସହିତ ଜଳର ନିବିଡ଼ ସମ୍ପର୍କ ରହିଛି।
ପାଣିକୁ ତିନିଟା ରୂପରେ ଦେଖୁ। ଆମେ ପିଉଥିବା ପାଣି ତରଳ ଅବସ୍ଥାରେ ଥାଏ। ତରଳ ପାଣିକୁ ଫ୍ରିଜ୍‌ ଭିତରେ ରଖିଲେ ତାହା ବରଫରେ ପରିଣତ ହୁଏ, ଯାହାକି ପାଣିର କଠିନ ଅବସ୍ଥା। ପାଣିକୁ ଗରମ କଲେ ବାଷ୍ପ ବାହାରେ, ଯାହାକି ପାଣିର ଗ୍ୟାସୀୟ ଅବସ୍ଥା। ତେଣୁ ପାଣି ତିନିଟା ରୂପରେ ରହିପାରେ। ଯେଉଁ ଗ୍ରହରେ ପାଣି ତିନିଟା ଅବସ୍ଥାରେ ରହିପାରିବ, ସେଠାରେ ଜୀବନ ସମ୍ଭବ। ପୃଥିବୀ ଏହାର ଉଦାହରଣ। ଆହୁରି ୭ଟି ଗ୍ରହ ଓ ଅନେକ ଛୋଟବଡ଼ ପିଣ୍ଡ ସୂର୍ଯ୍ୟ ଚାରିପଟେ ବିଭିନ୍ନ ଦୂରତାରେ ବୁଲୁଛନ୍ତି। ଯେଉଁ ପିଣ୍ଡଗୁଡ଼ିକ ସୂର୍ଯ୍ୟର ଅତି ନିକଟରେ ରହି ବୁଲୁଛନ୍ତି, ସେଗୁଡ଼ିକ ଅତି ଉତ୍ତପ୍ତ ଅବସ୍ଥାରେ ଅଛନ୍ତି। ସେଠାରେ ନିଆଁ ବର୍ଷିଲା ପରି ଖରା ହୁଏ। ବୁଧ ଓ ଶୁକ୍ର ସେମିତିକା ଦୁଇଟା ଗ୍ରହ। ସେଠାରେ ଜୀବଜନ୍ତୁ ବଞ୍ଚତ୍ପାରିବେ ନାହିଁ। ପିଣ୍ଡଗୁଡ଼ିକ ସୂର୍ଯ୍ୟଠାରୁ ଅତି ଦୂରରେ ରହିଲେ ସେଠାରେ ଜୀବଜନ୍ତୁ ତିଷ୍ଠିପାରିବେ ନାହିଁ। ଆମ ବଞ୍ଚତ୍ବା ପାଇଁ ପୃଥିବୀ ଠିକ୍‌ ଜାଗାରେ ରହିଛି। ସୂର୍ଯ୍ୟଠାରୁ ଯେଉଁ ଦୂରତାରେ ପୃଥିବୀ ରହିଛି, ସେହି ଅଞ୍ଚଳକୁ ଗୋଲଡିଲକ୍‌ସ ଅଞ୍ଚଳ ବୋଲି କୁହାଯାଏ। ଏହି ଦୂରତାରେ ବେଶି ଗରମ ନାହିଁ କିମ୍ବା ବେଶି ଥଣ୍ଡା ନାହିଁ। ଏହି ଅଞ୍ଚଳରେ ପାଣି କଠିନ-ତରଳ-ଗ୍ୟାସୀୟ ତିନିଟା ଅବସ୍ଥାରେ ରହିପାରିବ। ତେଣୁ ଜୀବଜନ୍ତୁ ବଞ୍ଚତ୍ପାରିବେ।
ଯଦି ଆମ ସୌରଜଗତ ବାହାରେ କୌଣସି ଜୀବନ୍ତ ଗ୍ରହ ଥିବେ, ସେଗୁଡ଼ିକ ନିଜର ନକ୍ଷତ୍ରଠାରୁ ଗୋଲଡିଲକ୍‌ସ ଦୂରତାରେ ରହିଥିବେ। ତେଣୁ ବାହ୍ୟଗ୍ରହ ଖୋଜିବା ସମୟରେ ନିଜର ନକ୍ଷତ୍ରଠାରୁ ସେହି ଗ୍ରହଟି କେତେ ଦୂରରେ ଅଛି, ସେକଥା ପ୍ରଥମେ ଚିନ୍ତା କରୁ। କାରଣ ଗୋଲଡିଲକ୍‌ସ ଅଞ୍ଚଳରେ ରହିଲେ ସେଠାରେ ଜୀବନର ସମ୍ଭାବନା ରହିବ। ବ୍ରହ୍ମାଣ୍ଡରେ ଅନେକ ଛାୟାପଥ ଅଛନ୍ତି। କେବଳ ଆମ ଛାୟାପଥ ଆକାଶଗଙ୍ଗାରେ ପ୍ରାୟ ୧୬,୦୦୦ କୋଟି ବାହ୍ୟଗ୍ରହ ଥିବାର ଅନୁମାନ କରାଯାଉଛି। ୨୦୨୦ ଗବେଷଣା ଅନୁସାରେ ସେଥିମଧ୍ୟରୁ ୬,୦୦୦ କୋଟି ବାହ୍ୟଗ୍ରହ ଅଛନ୍ତି, ଯାହାର ଆକାର ପୃଥିବୀ ଭଳି। କିନ୍ତୁ ଦୁଃଖର କଥା, ନକ୍ଷତ୍ରର ଗୋଲଡିଲକ୍‌ସ ଅଞ୍ଚଳରେ ଅନେକ ଗ୍ରହ ମିଳିଥିଲେ ବି କୌଣସି ଗ୍ରହରେ ଜୀବଜଗତ ଥିବାର ଠୋସ୍‌ ପ୍ରମାଣ ଆମକୁ ମିଳିନାହିଁ। କିନ୍ତୁ ସେହି ଗ୍ରହଗୁଡ଼ିକରେ ଜୀବଜଗତ ନାହିଁ ବୋଲି ଆମେ ଦୃଢ଼ ଭାବରେ କହିପାରିବା ନାହିଁ।
ଗୋଲଡିଲକ୍‌ସ ଅଞ୍ଚଳରେ ଗ୍ରହଟିଏ ରହିଲେ ହଠାତ୍‌ ଜୀବନ ଆରମ୍ଭ ହୁଏ ନାହିଁ। ସେଥିପାଇଁ ସମୟ ଦରକାର। ଯେମିତି ଗୋଲଡିଲକ୍‌ସ ଅଞ୍ଚଳରେ ଅବସ୍ଥାନ କରୁଥିବା ପୃଥିବୀ ସୃଷ୍ଟି ହେବା ସମୟରେ ଜୀବଜନ୍ତୁ ନଥିଲେ କି ମଣିଷ ନ ଥିଲା। ସେତେବେଳେ ତାହା ଉତ୍ତପ୍ତ ବାଷ୍ପର ବିରାଟ ପିଣ୍ଡଟିଏ ଥିଲା। ଧୀରେ ଧୀରେ ଥଣ୍ଡା ହେଲା। ଏହାର ପୃଷ୍ଠତଳ ଟାଣ ହେଲା। ପୃଥିବୀପୃଷ୍ଠରେ ସମୁଦ୍ର ସୃଷ୍ଟି ହେଲା। ବିନା ଜୀବରେ ବିତିଗଲା ୧୦୦ କୋଟି ବର୍ଷ। ତା’ପରେ ଜଳ ଭିତରେ ଏକକୋଷୀ ଜୀବନର ଆରମ୍ଭ ହେଲା। ଏକକୋଷୀରୁ ବହୁକୋଷୀ ଜୀବନ ସମ୍ଭବ ହେଲା। ନାନା ଜାତିର ପ୍ରାଣୀ ସୃଷ୍ଟି ହେଲେ। ଯାହା ପ୍ରମାଣ ମିଳିଛି, ପୃଥିବୀ ପୃଷ୍ଠରେ ମଣିଷର ଆବିର୍ଭାବ ହେଲା ଏଇ ମାତ୍ର ୫୫ ଲକ୍ଷ ବର୍ଷ ତଳେ। ଅର୍ଥାତ୍‌ ପୃଥିବୀର ବୟସ ୧ ଦିନ ହେଲେ ମଣିଷର ଜନ୍ମ ମାତ୍ର ୨ ମିନିଟ ତଳେ ହୋଇଛି। ତେଣୁ ଆମେ ସେମିତିକା ବାହ୍ୟଗ୍ରହକୁ ଖୋଜିଚାଲିଛୁ, ଯିଏକି ଗୋଲଡିଲକ୍‌ସ ଅଞ୍ଚଳରେ ଅତି କମ୍‌ରେ ୧୦୦ କୋଟି ବର୍ଷ ରହିଥିବ। କେବେ ସେମିତିକା ଗ୍ରହର ସନ୍ଧାନ ମିଳିବ, ସେହି ଖବର ଶୁଣିବା ପାଇଁ ଆମେ ଅପେକ୍ଷା କରି ରହିବୁ। ସେଠାରେ ଥିବା ଜୀବମାନଙ୍କୁ ଦେଖିବା ପାଇଁ ଅନେଇ ବସିଛୁ।

 

ଡ. କମଳାକାନ୍ତ ଜେନା
ପ୍ରାଧ୍ୟାପକ (ଫିଜିକ୍ସ),
ଭଦ୍ରକ ଅଟୋନମସ୍‌ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

ରାସ୍ତା ଉପରେ ସ୍କର୍ପିଓ ରଖି କରୁଥିଲେ ଲୁଟ୍‌: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଟୋଲଗେଟ୍‌ ଛକ ନିକଟ ରାସ୍ତାରେ ୪ ଜଣ ସୋମବାର ରାତିରେ ଲୋକଙ୍କଠାରୁ ଲୁଟ୍‌ କରୁଥିଲେ। ପଲମ…

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଘୁମୁରା ଗାୟକ ଗୋଲକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ ): ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ଗାୟକ ଗୋପାଳ ନାଏକଙ୍କୁ ତାଙ୍କର ଶ୍ରେଷ୍ଠ ଲୋକ ଗୀତ…

ମୁକ୍ତ ହେବ ବାଲ୍ୟ ବିବାହ: ବାହାରିଲା ସାଇକେଲ ଶୋଭାଯାତ୍ରା

ବଡବିଲ,୨୭।୧(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡବିଲର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନ ବିଭାଗର ବଡବିଲ ତାଲୁକ ଆଇନ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri