ସୁଖୀ ଜୀବନର ରହସ୍ୟ

ଦେବାଶିଷ ରଥ

ବ୍ୟାସଦେବ ବିରଚିତ ମହାଭାରତର ଆଦିପର୍ବରୁ ସଂଗୃହୀତ ହୋଇଛି ପଞ୍ଚପାଣ୍ଡବଙ୍କ ଅଜ୍ଞାତ ବନବାସର କାହାଣୀ। ଥରେ ଅଜ୍ଞାତ ବନବାସରେ ଥିବା ପାଞ୍ଚ ଭାଇ ବଣରେ ବୁଲି ବୁଲି ଥକିପଡ଼ିଲେ ଏବଂ ଗୋଟିଏ ଗଛତଳେ ବିଶ୍ରାମ ନେଲେ। ଶୋଷରେ ସେମାନଙ୍କ ତଣ୍ଟି ଶୁଖି ଯାଉଥାଏ। ତେଣୁ ଯୁଧିଷ୍ଠିରଙ୍କ ଆଦେଶକ୍ରମେ ଦ୍ୱିତୀୟ ପାଣ୍ଡବ ଭୀମସେନ ଜଳ ଅନୁସନ୍ଧାନରେ ବାହାରିପଡ଼ିଲେ। ବିଶ୍ରାମ ସ୍ଥଳରୁ କିଛି ଦୂର ଯାଆନ୍ତେ ସେ ବାଟରେ ଏକ ପୋଖରୀ ଦେଖିଲେ। ତଳ ପାହାଚରେ ପାଦ ଦେଇ ଆଣିଥିବା ପାତ୍ରରେ ପାଣି ଭର୍ତ୍ତି କରିବାକୁ ଉଦ୍ୟତ ହେବା ବେଳେ ପୋଖରୀ ନିକଟସ୍ଥ କୌଣସି ଏକ ବୃକ୍ଷରେ ବସିଥିବା ବକରୂପୀ ଯକ୍ଷ ଭୀମସେନଙ୍କୁ ପାଣି ନେବାକୁ ବାରଣ କଲା ଏବଂ କହିଲା, ”ମୋ ପାଞ୍ଚଟି ପ୍ରଶ୍ନର ସଠିକ୍‌ ଉତ୍ତର ନ ଦେବାଯାଏଁ ଏ ପୋଖରୀରୁ ପାଣି ନେଇପାରିବ ନାହିଁ। ମୋ ପ୍ରଶ୍ନଗୁଡ଼ିକର ଉତ୍ତର ନ ଦେଇ ପାଣିକୁ ଛୁଇଁବାମାତ୍ରେ ନିଜ ଜୀବନ ହରାଇବ। ବକରୂପୀ ଯକ୍ଷଙ୍କର ଏଭଳି ସର୍ତ୍ତରେ ଗୁରୁତ୍ୱ ନ ଦେଇ ଭୀମସେନ ପାଣିକୁ ଛୁଇଁବାମାତ୍ରେ ସେ ସେହିଠାରେ ଟଳିପଡ଼ିଲେ। ଭୀମଙ୍କର ପାଣି ଆଣିବାରେ ବିଳମ୍ବ ହେବାରୁ ଯୁଧିଷ୍ଠିର ଅର୍ଜୁନ ଏବଂ ତା’ ପରେ ପରେ ନକୁଳ ଓ ସହଦେବଙ୍କୁ ପାଣି ଆଣିବାକୁ ପଠାଇଲେ। କିନ୍ତୁ କେହି ହେଲେ ପାଣି ନେଇ ଫେରି ପାରିଲେ ନାହିଁ। ଭୀମଙ୍କ ଭଳି ଅନ୍ୟ ତିନି ଭାଇ ମଧ୍ୟ ସେହି ଦଶା ଭୋଗିଲେ। କିଛି ଉପାୟ ନ ପାଇ ଯୁଧିଷ୍ଠିର ପାଣି ଆଣିବାକୁ ଯାଇ ବକରୂପୀ ଯକ୍ଷଙ୍କ ପାଞ୍ଚଟିଯାକ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରିଥିଲେ ଏବଂ ଭାଇମାନଙ୍କ ଜୀବନ ବଞ୍ଚାଇ ପାରିଥିଲେ। କଥା ପ୍ରସଙ୍ଗରେ ଏସବୁ କହିବାର ଅର୍ଥ ହେଉଛି ଯକ୍ଷଙ୍କର ପ୍ରଥମ ପ୍ରଶ୍ନଟି ସଂସାରରେ ସୁଖୀ ବ୍ୟକ୍ତିଙ୍କ ସମ୍ପର୍କରେ ହିଁ ଉଦ୍ଦିଷ୍ଟ ଥିଲା। ପ୍ରଶ୍ନଟିର ଯଥାର୍ଥ ଉତ୍ତର ଧର୍ମରାଜ ଯକ୍ଷଙ୍କୁ ଶାସ୍ତ୍ରାଭିମତ ଶୈଳୀରେ ଯୁଧିଷ୍ଠିର ଉପସ୍ଥାପନା କରିଥିଲେ। ସେ କହିଥିଲେ, ଧନର ଅଭାବ ଥାଇ ମଧ୍ୟ ଅନୃଣୀ ଅର୍ଥାତ୍‌ କାହାଠାରୁ କେବେବି ଋଣ କରି ନ ଥିବା ଏବଂ ଶାଗ ପଖାଳ ଖାଇ ସୁସ୍ଥ ଏବଂ ନୀରୋଗ ଜୀବନ ବିତାଉଥିବା ବ୍ୟକ୍ତି ହିଁ ପ୍ରକୃତରେ ସୁଖୀ। କେବଳ ଗୋଟିଏ ପ୍ରଶ୍ନର ଉତ୍ତର ନୁହେଁ, ବରଂ ବକରୂପୀ ଯକ୍ଷଙ୍କର ଆଉ ଚାରିଟିଯାକ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଧର୍ମରାଜ ଚାରି ଭାଇଙ୍କ ଜୀବନ ରକ୍ଷା କରିପାରିଥିଲେ।
ଏ ସଂସାରରେ ଜୀବନ ସୃଷ୍ଟିକର୍ତ୍ତାଙ୍କର ଏକ ଅମୂଲ୍ୟ ଦାନ, ଯାହାର ପରିସମାପ୍ତିର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନ ଥାଏ। ଜୀବନର ଭିତ୍ତିଭୂମି ହେଉଛି ପ୍ରାଣ। ଶରୀର ଭିତରେ ପ୍ରାଣର ସଂଚାଳନ ଜୀବନର ସ୍ଥିତି ନିର୍ଦ୍ଧାରଣ କରିଥାଏ। ସୁସ୍ଥ ମନ ଓ ସୁସ୍ଥ ପ୍ରାଣ ସୁସ୍ଥ ଶରୀରର ପରିଚାୟକ। ଯେଉଁଠି ଶରୀର ସୁସ୍ଥ, ସେଇଠି ମନକୁ ସୁଖ ପ୍ରାପ୍ତି ହୁଏ। ଯେ କୌଣସି କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହୋଇଥାଏ। ବେଳେବେଳେ ବିଭିନ୍ନ ପରିସ୍ଥିତିର ପ୍ରତିକୂଳ ପ୍ରଭାବ ମନକୁ ଅସ୍ଥିର ଓ ଅଶାନ୍ତ କରିଦିଏ ଏବଂ ବ୍ୟକ୍ତିର ମାନସିକ ସ୍ଥିତିକୁ ଦୁର୍ବଳ କରିପକାଏ। ଏହାହିଁ ମାନସିକ ଅସୁସ୍ଥତା ସୃଷ୍ଟି କରିଥାଏ। ଫଳ ସ୍ବରୂପ ସୁସ୍ଥ ଓ ନୀରୋଗ ଶରୀରକୁ ଏହା ଅସୁସ୍ଥ ତଥା ରୋଗଗ୍ରସ୍ତ କରିଦିଏ, ଯାହାର କି ଉପଚାର କେବଳ ମନ ଦ୍ୱାରା ହିଁ ସମ୍ଭବ ହୋଇପାରେ। ତେଣୁ କୁହାଯାଇପାରେ, ମନ ହିଁ ଶରୀରରେ ସୁସ୍ଥ ଓ ରୋଗମୁକ୍ତ ଅବସ୍ଥା ସୃଷ୍ଟି କରି ଜୀବନରେ ସୁଖ ଭରିଦିଏ। ଏତିକି କହିଲେ ଯଥେଷ୍ଟ ହେବ- ଜୀବନରେ ସୁଖୀ ସେଇମାନେ, ଯେଉଁମାନେ ସେମାନଙ୍କ ଜୀବନ କାଳ ମଧ୍ୟରେ ରୋଗ କ’ଣ ବୋଲି ଜାଣନ୍ତି ନାହିଁ କିମ୍ବା ଏହାର ପ୍ରଭାବ କେବେବି ଅନୁଭବ କରିନାହାନ୍ତି ଏବଂ ଜୀବନକାଳ ମଧ୍ୟରେ ବିଭିନ୍ନ ଅଭାବନୀୟ ପରିସ୍ଥିତିରେ ପଡ଼ି କେବେବି କାହାଠାରୁ ଟଙ୍କା କରଜ କିମ୍ବା ଋଣ କରି ନ ଥିବେ। ଋଣ ରୂପକ ଯନ୍ତାରେ ପଡ଼ି ମୁକୁଳିବାର ବାଟ ପାଉ ନ ଥିବା ବ୍ୟକ୍ତି ଅନେକ ସମୟରେ ବିଭିନ୍ନ ବିକଳ୍ପ ପନ୍ଥାର ସାହାରା ନେଇଥାଏ। ଯଦି ଏହାଦ୍ୱାରା ସେ ସଫଳ ହୋଇପାରେ ତ ଭଲ, ନଚେତ୍‌ ଅଯଥା ଚିନ୍ତା ଓ ଭାବନା ତାକୁ ଭାରାକ୍ରାନ୍ତ କରିପକାଏ।
ବେଳେବେଳେ ଆୟଠାରୁ ବ୍ୟୟ ଏତେ ପରିମାଣରେ ବଢ଼ି ବଢ଼ି ଚାଲେ ଯେ, ବ୍ୟୟର ଭରଣା ପାଇଁ ବ୍ୟକ୍ତିକୁ ଋଣସୂତ୍ରରେ ଧାର କିମ୍ବା କରଜ କରିବାକୁ ପଡ଼ିଥାଏ। ଋଣ ପରିମାଣକୁ ପରିଶୋଧ ନ କରିପାରିଲେ ଋଣଗ୍ରହୀତାଙ୍କୁ ଅପମାନିତ ଓ ଲଜ୍ଜିତ ହେବାକୁ ପଡ଼ିପାରେ। ତେଣୁ ଅଯଥା ଋଣୀ ହୋଇ ଜଟିଳ ଓ ଚାପଗ୍ରସ୍ତ ଜୀବନ ଅତିବାହିତ କରିବା ଅପେକ୍ଷା ଆଦୌ ଋଣ ନ କରି ସରଳ ଓ ଚାପମୁକ୍ତ ଜୀବନ ସୂତ୍ରରେ ଯୋଡ଼ି ହୋଇ ରହିବା ପ୍ରକୃତପକ୍ଷେ ଶ୍ରେୟସ୍କର। ଏତିକି କହିବା ଯଥେଷ୍ଟ ହେବ ଯେ, ଶରୀର ଓ ମନର ଚିର ସୁସ୍ଥତା ଏବଂ ଋଣମୁକ୍ତ ଚଳଣିର କ୍ରମିକଧାରା ଏକ ସଙ୍ଗେ ସମନ୍ବିତ ହୋଇପାରିଲେ ଆମେ ଜୀବନରେ ସୁଖ ଉପଲବ୍ଧି କରିପାରିବା, ଯାହାକି ସୂକ୍ଷ୍ମ ସଂଯମତାର ଏକ ଅନୁକୂଳ ନିଦର୍ଶନ ହୋଇପାରିବ।
ମୋ: ୯୯୩୮୭୪୭୮୨୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri