ଥାନାର ଦ୍ବାରସ୍ଥ ଦ୍ବିତୀୟ ସ୍ତ୍ରୀ

କାଳିଆପାଣି,୧୭ା୧୨(ଡି.ଏନ.ଏ.):ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କାଙ୍କଡ଼ପାଳ ଗ୍ରାମର ଜଣେ ଯୁବକ ଦ୍ବିତୀୟ ବିବାହ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ଦ୍ୱିତୀୟ ସ୍ତ୍ରୀଙ୍କୁ ଘରେ ପୂରାଇ ନ ଦେବରୁ ଦ୍ବିତୀୟ ସ୍ତ୍ରୀ ଥାନା ଦ୍ବାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ନାୟକ(୩୦)। ସେ ୫ ବର୍ଷ ପୂର୍ବେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ବିରାଶାଳ ଗ୍ରାମରେ ବିବାହ କରିଥିଲେ। ସେମାନଙ୍କ ଗୋଟିଏ ଝିଅ ମଧ୍ୟ ରହିଛି। ତେବେ ଜଗବନ୍ଧୁ ୩ ବର୍ଷତଳେ ଜଗତ୍‌ସିଂହପୁର ଜିଲାର ରେଣୁକା ବାରିକ(୨୫)ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଫଳରେ ଉଭୟ ୨୧ା୭ା୨୦୨୧ରେ କୁଜଙ୍ଗସ୍ଥିତ ଏକ ମନ୍ଦିରରେ ଓ ପରେ ରେଜିଷ୍ଟ୍ରି ବିବାହ କରିଥିଲେ। ଉଭୟ କିଛି ଦିନ ହେବ ସମ୍ବଲପୁର ଅଞ୍ଚଳରେ ରହିଥିଲେ। ତେବେ ରେଣୁକା ଶୋଇଥିବାବେଳେ ତାଙ୍କୁ ଏକାକୀ ଛାଡ଼ି ଜଗବନ୍ଧୁ ଫେରାର ହୋଇ ଯାଇଥିଲେ। ଶେଷରେ ନିରାଶ ହୋଇ ରେଣୁକୁ ଜଗବନ୍ଧୁଙ୍କ ଘରକୁ ଆସିଥିଲେ। ସେ ବୁଧବାର ସକାଳେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜଗବନ୍ଧୁଙ୍କ ପ୍ରଥମ ସ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ପ୍ରଥମ ସ୍ତ୍ରୀ ସବୁକଥା ଶୁଣିବା ପରେ ରେଣୁକାଙ୍କୁ ଘର ମୁଖ୍ୟ ଗେଟ୍‌ ବାହାରକୁ ବାହାର କରି ଗେଟ୍‌ବନ୍ଦ କରି ଫେରାର ହୋଇଯାଇଥିଲେ। ଫଳରେ ରେଣୁକା ଜଗବନ୍ଧୁଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଗୁରୁବାର ଥାନା ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ; ମରଣାତ୍ମକ ଆକ୍ରମଣରେ ୪ରୁ ଅଧିକ ଗୁରୁତର

ସୁନ୍ଦରଗଡ଼,୪।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ ଗୁରୁବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଡ଼ି ଧାଡ଼ିରେ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

ହାଇୱେରେ ଅପରିଷ୍କାର ଟଏଲେଟ୍‌ ଦେଖିଲେ ଉଠାନ୍ତୁ ଫଟୋ, ମିଳିବ ୧,୦୦୦ ଟଙ୍କାର FASTag ରିଚାର୍ଜ, ଜାଣନ୍ତୁ NHAIର ନିୟମ

ନୂଆଦିଲ୍ଲୀ,୪।୯: ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯାତ୍ରା ସମୟରେ ଖରାପ ପବ୍ଲିକ ଟଏଲେଟ୍‌କୁ ନେଇ ଯାତ୍ରୀମାନେ ପ୍ରାୟତଃ ଅସୁବିଧାରେ ପଡ଼ନ୍ତି। ଟଏଲେଟ୍‌ ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri