ଆସନ ବୁଝାମଣାରେ ଅଟକିଛି 

ଭୁବନେଶ୍ୱର, ୯।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ବିଜେଡିର ଆଗଧାଡ଼ିର ନେତାଙ୍କ ସହ ନବୀନ ନିବାସରେ ବୈଠକ ହୋଇଥିଲା। ସମାନ ଦିନରେ ଅର୍ଥାତ୍‌ ଗତ ବୁଧବାର ଭାଜପା ରାଜ୍ୟ ନେତୃତ୍ୱଙ୍କ ସହ ଦିଲ୍ଲୀରେ ମଧ୍ୟ ବିଜେଡି ସହିତ ମେଣ୍ଟକୁ ନେଇ ବୈଠକ ହୋଇଥିଲା। ଏହାର ଦିନକ ପରେ ଅର୍ଥାତ୍‌ ଗୁରୁବାର ଆସନ ବୁଝାମଣାକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଭାଜପା କେନ୍ଦ୍ରୀୟ ନେତା ମଧ୍ୟ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି କ୍ରମରେ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳୁ ପାଣ୍ଡିଆନ ଏବଂ ପ୍ରଣବ ଓଡ଼ିଶା ଫେରି ଆସିଥିବା ବେଳେ ସାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଫେରି ଆସିଛନ୍ତି। ଯାହା ଶୁଣାଯାଉଛି, ମେଣ୍ଟ ପୂର୍ବରୁ ଆସନ ବୁଝାମଣାକୁ ନେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା ରହିଲା ସେଠାରେ ହିଁ କଥା ଅଟକିଛି। ଭାଜପା ଦାବି କରୁଥିବା ଲୋକ ସଭା ଆସନ ଦେବାକୁ ବିଜେଡି ସେତେଟା ଅନାଗ୍ରହୀ ନୁହେଁ ହେଲେ ବିଧାନସଭା ପାଇଁ ଯେଉଁ ବୁଝାମଣା ସେଥିରେ ହିଁ ମୂଳ ସମସ୍ୟା ରହିଯାଇଛି। ୧୦୦ରୁ ଅଧିକ ଆସନ ରଖିବାକୁ ବିଜେଡି ଏକ ପ୍ରକାର ଦାବି ଜୋର୍‌ କରିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆସନ ବୁଝାମଣା ଲାଗି ବିଜେଡି ପକ୍ଷରୁ ଦିଲ୍ଲୀ ଯାଇଥିବା ୨ ନେତା ଲୋକ ସଭାର ୧୨ରୁ ୧୪ ମଧ୍ୟରେ ଆସନ ଛାଡ଼ିଦେବାକୁ କୁଣ୍ଠାବୋଧ କରିନାହାନ୍ତି। ହେଲେ ଯେତିକି ବିଧାନସଭା ଆସନ ଭାଜପା ଚାହୁଁଛି ସେଥିରେ ବିଜେଡି ରାଜି ନାହିଁ। ପ୍ରାୟ ୫୦ ବିଧାନସଭା ଆସନ ଭାଜପା ପକ୍ଷରୁ ଦାବି କରାଯାଇଥିଲା। ହେଲେ ଏକଥା ଶୁଣିବା ପରେ ବିଜେଡି ନେତା ସବୁ ନିର୍ବାଚନମଣ୍ଡଳୀ ଓ୍ବାରି କରିଥିବା ସର୍ଭେ ରିପୋର୍ଟ ଭାଜପା କେନ୍ଦ୍ରୀୟ ନେତାଙ୍କ ଆଗରେ ରଖି ଦେଇଥିଲେ। ଆଉ ଓଡ଼ିଶାରେ ଭାଜପାର ବାସ୍ତବ ସ୍ଥିତି କ’ଣ ତାକୁ ଦେଖିବାକୁ କହିଥିଲେ। ବିଜେଡି ଉପସ୍ଥାପନ କରିଥିବା ରିପୋର୍ଟ ମୁତାବକ ଭାଜପା ରାଜ୍ୟରେ ଅତିବେଶି ହେଲେ ୨୦ରୁ ୨୫ ବିଧାନସଭା ଆସନ ନେବ। ତା’ଠାରୁ ଅଧିକ ଆସନ ଯେହେତୁ ଭାଜପା ନେଉନାହିଁ ତେଣୁ ବିଧାନସଭାରେ ଅତିବେଶିରେ ସର୍ଭେ ଅନୁୟାୟୀ ଆସନ ଛାଡ଼ିଦେବାକୁ ବିଜେଡି ରାଜି ଅଛି। ହେଲେ ଲୋକ ସଭାରେ ପାଖାପାଖି ୧୪ ଆସନ ଭାଜପାକୁ ଛାଡ଼ି ଦେବା ଲାଗି ବିଜେଡି ସହମତି ପ୍ରକାଶ କରିଛି। ଅପରପକ୍ଷରେ ଭାଜପା ରାଜ୍ୟ ନେତୃବୃନ୍ଦ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ କିନ୍ତୁ ମେଣ୍ଟ ପାଇଁ କୁଆଡେ ରାଜି ହେଉ ନ ଥିବା କୁହାଯାଉଛି। ଏକଥାକୁ କେନ୍ଦ୍ରର ଶୀର୍ଷ ନେତୃତ୍ୱ ରାଜ୍ୟ ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି।
ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେଡିର ୨ ନେତାଙ୍କ ସହ ଭାଜପା ଶୀର୍ଷ ନେତୃତ୍ୱ ଆଲୋଚନା କରିଥିଲା ବେଳେ ରାଜ୍ୟ ନେତାଙ୍କୁ ସେଥିରେ ସାମିଲ କରି ନ ଥିଲେ। ତେଣୁ ବିଜେଡି ବିଧାନସଭାରେ ପ୍ରାୟ ୧୧୦ ଆସନ ନିଜ ପାଖରେ ରଖିବା ଯଥେଷ୍ଟ ସମ୍ଭାବନା ରହିଛି। ଉକ୍ତ ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଚର୍ଚ୍ଚା କରିବା ପରେ ପୁଣିଥରେ ବିଜେଡି ନେତାମାନେ ଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏସବୁ କଥା ଛିଣ୍ଡିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ମେଣ୍ଟ ସମ୍ପର୍କିତ ଘୋଷଣା କରିବେ ବୋଲି ଜଣାପଡ଼ିଛି।
ଅନ୍ୟପଟେ ମନମୋହନ ଓଡ଼ିଶା ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇ ନାହିଁ। ଉଭୟ ଲୋକ ସଭା ଏବଂ ବିଧାନସଭାରେ ଏକାକୀ ଲଢ଼ିବ ଭାଜପା। ଭାଜପା କିଭଳି ସରକାର କରିବ ସେନେଇ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ କିପରି ଭାଜପା ସରକାର ହେବ, ସେନେଇ ଚର୍ଚ୍ଚା ହୋଇଥିବା ମନମୋହନ କହିଛନ୍ତି। ତେଣୁ ମେଣ୍ଟ ଆଲୋଚନାରେ ମନମୋହନଙ୍କୁ ସାମିଲ କରାଯାଇ ନ ଥିବା କଥା ଯାହା କୁହାଯାଉଛି ତାହା ଏକ ପ୍ରକାର ଠିକ୍‌ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ବର୍ତ୍ତମାନ ସ୍ଥିତିରେ ବିଜେଡି ଏବଂ ଭାଜପାର ତୃଣମୂଳସ୍ତର କର୍ମୀ ଏବଂ ନେତାମାନଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଲାଗିଲାଣି। କାରଣ ଯେଉଁ ନେତାମାନେ ଭାଜପାରେ ପ୍ରାର୍ଥୀ ହେବା ପାଇଁ ଲକ୍ଷାଧିକ ଟଙ୍କା ଗତ ୫ ବର୍ଷରେ ଖର୍ଚ୍ଚ କରି ନିଜ ସଙ୍ଗଠନ କରିଥିଲେ ଏବଂ ବିଜେଡି ଯେଉଁ ଆସନ ଛାଡ଼ିବ ସେହି ସ୍ଥାନର ନେତାମାନେ ଏବେ ଚିନ୍ତାରେ ପଡ଼ିଗଲେଣି। କେଉଁ ଆସନ କାହା ପାଖରେ ରହିବ ଏବଂ କାହାକୁ ଏହି ନିର୍ବାଚନରେ ବାଦ୍‌ ଦିଆଯିବ ସେମାନଙ୍କୁ ବୁଝାଶୁଝା କରି ରଖିବା ଉଭୟ ଦଳ ପାଇଁ କାଠିକାର ପାଠ ହୋଇପାରେ। ଯେଉଁ କର୍ମୀମାନେ ବିଜେଡି ବିରୋଧରେ ଗତ ପଞ୍ଚାୟତ, ସାଧାରଣ ନିର୍ବାଚନରେ ଲଢ଼ିଥିଲେ ସେମାନେ ଏବେ ଉଭୟ ଦଳର ଆଭିମୁଖ୍ୟକୁ ନିନ୍ଦା କରିବା ଆରମ୍ଭ କଲେଣି। ସେମାନଙ୍କ ନେତାଙ୍କୁ ଯଦି ଟିକେଟ ନ ମିଳେ ସେମାନେ କେଉଁଆଡ଼େ ଯିବେ, କେମିତି କାମ କରିବେ ସେସବୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ଅନ୍ୟପଟେ କିଛିଦିନ ହେଲା ବିଜେଡି ଏବଂ ଭାଜପା ପରସ୍ପର ବିରୋଧରେ ଯେଉଁ ପ୍ରାୟୋଜିତ ଭାବେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ କରୁଥିଲେ ସେକଥା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?