ଆସନ ବୁଝାମଣାରେ ଅଟକିଛି 

ଭୁବନେଶ୍ୱର, ୯।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ବିଜେଡିର ଆଗଧାଡ଼ିର ନେତାଙ୍କ ସହ ନବୀନ ନିବାସରେ ବୈଠକ ହୋଇଥିଲା। ସମାନ ଦିନରେ ଅର୍ଥାତ୍‌ ଗତ ବୁଧବାର ଭାଜପା ରାଜ୍ୟ ନେତୃତ୍ୱଙ୍କ ସହ ଦିଲ୍ଲୀରେ ମଧ୍ୟ ବିଜେଡି ସହିତ ମେଣ୍ଟକୁ ନେଇ ବୈଠକ ହୋଇଥିଲା। ଏହାର ଦିନକ ପରେ ଅର୍ଥାତ୍‌ ଗୁରୁବାର ଆସନ ବୁଝାମଣାକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଭାଜପା କେନ୍ଦ୍ରୀୟ ନେତା ମଧ୍ୟ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି କ୍ରମରେ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳୁ ପାଣ୍ଡିଆନ ଏବଂ ପ୍ରଣବ ଓଡ଼ିଶା ଫେରି ଆସିଥିବା ବେଳେ ସାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଫେରି ଆସିଛନ୍ତି। ଯାହା ଶୁଣାଯାଉଛି, ମେଣ୍ଟ ପୂର୍ବରୁ ଆସନ ବୁଝାମଣାକୁ ନେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା ରହିଲା ସେଠାରେ ହିଁ କଥା ଅଟକିଛି। ଭାଜପା ଦାବି କରୁଥିବା ଲୋକ ସଭା ଆସନ ଦେବାକୁ ବିଜେଡି ସେତେଟା ଅନାଗ୍ରହୀ ନୁହେଁ ହେଲେ ବିଧାନସଭା ପାଇଁ ଯେଉଁ ବୁଝାମଣା ସେଥିରେ ହିଁ ମୂଳ ସମସ୍ୟା ରହିଯାଇଛି। ୧୦୦ରୁ ଅଧିକ ଆସନ ରଖିବାକୁ ବିଜେଡି ଏକ ପ୍ରକାର ଦାବି ଜୋର୍‌ କରିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆସନ ବୁଝାମଣା ଲାଗି ବିଜେଡି ପକ୍ଷରୁ ଦିଲ୍ଲୀ ଯାଇଥିବା ୨ ନେତା ଲୋକ ସଭାର ୧୨ରୁ ୧୪ ମଧ୍ୟରେ ଆସନ ଛାଡ଼ିଦେବାକୁ କୁଣ୍ଠାବୋଧ କରିନାହାନ୍ତି। ହେଲେ ଯେତିକି ବିଧାନସଭା ଆସନ ଭାଜପା ଚାହୁଁଛି ସେଥିରେ ବିଜେଡି ରାଜି ନାହିଁ। ପ୍ରାୟ ୫୦ ବିଧାନସଭା ଆସନ ଭାଜପା ପକ୍ଷରୁ ଦାବି କରାଯାଇଥିଲା। ହେଲେ ଏକଥା ଶୁଣିବା ପରେ ବିଜେଡି ନେତା ସବୁ ନିର୍ବାଚନମଣ୍ଡଳୀ ଓ୍ବାରି କରିଥିବା ସର୍ଭେ ରିପୋର୍ଟ ଭାଜପା କେନ୍ଦ୍ରୀୟ ନେତାଙ୍କ ଆଗରେ ରଖି ଦେଇଥିଲେ। ଆଉ ଓଡ଼ିଶାରେ ଭାଜପାର ବାସ୍ତବ ସ୍ଥିତି କ’ଣ ତାକୁ ଦେଖିବାକୁ କହିଥିଲେ। ବିଜେଡି ଉପସ୍ଥାପନ କରିଥିବା ରିପୋର୍ଟ ମୁତାବକ ଭାଜପା ରାଜ୍ୟରେ ଅତିବେଶି ହେଲେ ୨୦ରୁ ୨୫ ବିଧାନସଭା ଆସନ ନେବ। ତା’ଠାରୁ ଅଧିକ ଆସନ ଯେହେତୁ ଭାଜପା ନେଉନାହିଁ ତେଣୁ ବିଧାନସଭାରେ ଅତିବେଶିରେ ସର୍ଭେ ଅନୁୟାୟୀ ଆସନ ଛାଡ଼ିଦେବାକୁ ବିଜେଡି ରାଜି ଅଛି। ହେଲେ ଲୋକ ସଭାରେ ପାଖାପାଖି ୧୪ ଆସନ ଭାଜପାକୁ ଛାଡ଼ି ଦେବା ଲାଗି ବିଜେଡି ସହମତି ପ୍ରକାଶ କରିଛି। ଅପରପକ୍ଷରେ ଭାଜପା ରାଜ୍ୟ ନେତୃବୃନ୍ଦ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ କିନ୍ତୁ ମେଣ୍ଟ ପାଇଁ କୁଆଡେ ରାଜି ହେଉ ନ ଥିବା କୁହାଯାଉଛି। ଏକଥାକୁ କେନ୍ଦ୍ରର ଶୀର୍ଷ ନେତୃତ୍ୱ ରାଜ୍ୟ ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି।
ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେଡିର ୨ ନେତାଙ୍କ ସହ ଭାଜପା ଶୀର୍ଷ ନେତୃତ୍ୱ ଆଲୋଚନା କରିଥିଲା ବେଳେ ରାଜ୍ୟ ନେତାଙ୍କୁ ସେଥିରେ ସାମିଲ କରି ନ ଥିଲେ। ତେଣୁ ବିଜେଡି ବିଧାନସଭାରେ ପ୍ରାୟ ୧୧୦ ଆସନ ନିଜ ପାଖରେ ରଖିବା ଯଥେଷ୍ଟ ସମ୍ଭାବନା ରହିଛି। ଉକ୍ତ ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଚର୍ଚ୍ଚା କରିବା ପରେ ପୁଣିଥରେ ବିଜେଡି ନେତାମାନେ ଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏସବୁ କଥା ଛିଣ୍ଡିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ମେଣ୍ଟ ସମ୍ପର୍କିତ ଘୋଷଣା କରିବେ ବୋଲି ଜଣାପଡ଼ିଛି।
ଅନ୍ୟପଟେ ମନମୋହନ ଓଡ଼ିଶା ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇ ନାହିଁ। ଉଭୟ ଲୋକ ସଭା ଏବଂ ବିଧାନସଭାରେ ଏକାକୀ ଲଢ଼ିବ ଭାଜପା। ଭାଜପା କିଭଳି ସରକାର କରିବ ସେନେଇ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ କିପରି ଭାଜପା ସରକାର ହେବ, ସେନେଇ ଚର୍ଚ୍ଚା ହୋଇଥିବା ମନମୋହନ କହିଛନ୍ତି। ତେଣୁ ମେଣ୍ଟ ଆଲୋଚନାରେ ମନମୋହନଙ୍କୁ ସାମିଲ କରାଯାଇ ନ ଥିବା କଥା ଯାହା କୁହାଯାଉଛି ତାହା ଏକ ପ୍ରକାର ଠିକ୍‌ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ବର୍ତ୍ତମାନ ସ୍ଥିତିରେ ବିଜେଡି ଏବଂ ଭାଜପାର ତୃଣମୂଳସ୍ତର କର୍ମୀ ଏବଂ ନେତାମାନଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାକୁ ଲାଗିଲାଣି। କାରଣ ଯେଉଁ ନେତାମାନେ ଭାଜପାରେ ପ୍ରାର୍ଥୀ ହେବା ପାଇଁ ଲକ୍ଷାଧିକ ଟଙ୍କା ଗତ ୫ ବର୍ଷରେ ଖର୍ଚ୍ଚ କରି ନିଜ ସଙ୍ଗଠନ କରିଥିଲେ ଏବଂ ବିଜେଡି ଯେଉଁ ଆସନ ଛାଡ଼ିବ ସେହି ସ୍ଥାନର ନେତାମାନେ ଏବେ ଚିନ୍ତାରେ ପଡ଼ିଗଲେଣି। କେଉଁ ଆସନ କାହା ପାଖରେ ରହିବ ଏବଂ କାହାକୁ ଏହି ନିର୍ବାଚନରେ ବାଦ୍‌ ଦିଆଯିବ ସେମାନଙ୍କୁ ବୁଝାଶୁଝା କରି ରଖିବା ଉଭୟ ଦଳ ପାଇଁ କାଠିକାର ପାଠ ହୋଇପାରେ। ଯେଉଁ କର୍ମୀମାନେ ବିଜେଡି ବିରୋଧରେ ଗତ ପଞ୍ଚାୟତ, ସାଧାରଣ ନିର୍ବାଚନରେ ଲଢ଼ିଥିଲେ ସେମାନେ ଏବେ ଉଭୟ ଦଳର ଆଭିମୁଖ୍ୟକୁ ନିନ୍ଦା କରିବା ଆରମ୍ଭ କଲେଣି। ସେମାନଙ୍କ ନେତାଙ୍କୁ ଯଦି ଟିକେଟ ନ ମିଳେ ସେମାନେ କେଉଁଆଡ଼େ ଯିବେ, କେମିତି କାମ କରିବେ ସେସବୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ଅନ୍ୟପଟେ କିଛିଦିନ ହେଲା ବିଜେଡି ଏବଂ ଭାଜପା ପରସ୍ପର ବିରୋଧରେ ଯେଉଁ ପ୍ରାୟୋଜିତ ଭାବେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ କରୁଥିଲେ ସେକଥା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri