ପୋଲିସ ଚାପରେ ସ୍କୁଲ ଖୋଲିଲା, ପିଲା ଆସିଲେନି

ନିରାକାରପୁର,୨୭।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ପଞ୍ଚାୟତରେ ଥିବା ବୋଡଙ୍ଗରାପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ ଦଫା ଦାବି ନେଇ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ ଫାଟକରେ ୩ଥର ତାଲା ପକାଇଥିଲେ। ଏହାପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ଦାବି ପୂରଣ କରିବା ସହ ୧୪ଜଣ ଆନ୍ଦୋଳନକାରୀଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିବା ଗ୍ରାମବାସୀଙ୍କୁ ଜଣାଇବା ପରେ ବୁଧବାର ସ୍କୁଲ ଖୋଲାଯାଇଥିଲା। କିନ୍ତୁ କୌଣସି ଛାତ୍ରୀଛାତ୍ର ସ୍କୁଲକୁ ଆସି ନ ଥିବା ଦେଖାଯାଇଥିଲା।

ଉକ୍ତ ବିଦ୍ୟାଳୟରୁ ଶିକ୍ଷକ କିଶୋର କୁମାର ଦାଶ ବଦଳି ହୋଇଥିବା ବେଳେ ତାଙ୍କୁ ପୁନଃ ନିଯୁକ୍ତି କରିବା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ପୁଷ୍ପଲତା ଶ୍ରୀଚନ୍ଦନଙ୍କୁ ସ୍କୁଲ ଦାୟିତ୍ୱ ହସ୍ତାନ୍ତର କରିବା ଦାବି ନେଇ ଅଭିଭାବକ ଓ ଗ୍ରାମବାସୀ ବାରମ୍ବାର ଦାବି କରୁଆସୁଥିଲେ। ହେଲେ କେହି ଅଧିକାରୀ ନ ଶୁଣିବାରୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଧାରଣା ଦେଇଥିଲେ। ଏପରି କି ଗତ ୧୭ତାରିଖରୁ ସ୍କୁଲ ମୁଖ୍ୟ ଫାଟକରେ ତାଲା ପଡିରହିଥିଲା। ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଶନିବାର ସ୍କୁଲ ଖୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ତେବେ ସକାଳୁଆ ସ୍କୁଲ ଯୋଗୁ ଅନେକ ଛାତ୍ରୀଛାତ୍ର ସ୍କୁଲରେ ଅନୁପସ୍ଥିତ ରହିଥିଲେ। ଏହାପରେ ରବିବାର, ସୋମବାରେ ଦୀପାବଳି ଓ ମଙ୍ଗଳବାର ସୂର୍ଯ୍ୟୋପରାଗ ଯୋଗୁ ସ୍କୁଲ ଛୁଟି ରହି ବୁଧବାର ସ୍କୁଲ ଖୋଲିଥିବା ବେଳେ ସ୍କୁଲକୁ ପିଲା କେହି ଆସି ନ ଥିବା ଦେଖାଯାଇଥିଲା। ଏ ନେଇ କେତେଜଣ ଅଭିଭାବକଙ୍କୁ ପଚାରିବାରେ ସ୍କୁଲ ଉନ୍ନତି ପାଇଁ ଆମେ ଗେଟରେ ତାଲା ପକାଇଥିଲୁ। ସେଥିପାଇଁ ୧୪ଜଣଙ୍କ ନଁାରେ ଥାନାରେ ବ୍ଲକ୍‌ ଶିକ୍ଷା ବିଭାଗ ଦ୍ୱାରା ଅଭିଯୋଗ ହୋଇଛି। ଏହି କଥା ପୋଲିସ ଆମକୁ ଜଣାଇବା ପରେ ସ୍କୁଲରୁ ତାଲା ଖୋଲି ଦେଇଛୁ କିନ୍ତୁ ଆମକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପିଲାଙ୍କୁ ଆଉ ସେ ସ୍କୁଲକୁ ଛାଡିବୁ ନାହିଁ। ଏତେ ଘଟଣା ହୋଇଥିଲେ ମଧ୍ୟ କୌଣସି ଉଚ୍ଚ ଅଧିକାରୀ ଏଠାକୁ ନ ଆସି ଆମ ନାମରେ ଥାନାରେ ଅଭିଯୋଗ କରିଛନ୍ତି ବୋଲି ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏବିଓ ସାବିତ୍ରୀ ସାହୁଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଆମେ ଉପର ଅଧିକାରୀଙ୍କୁ ଅବଗତ କରାଇଛୁ। ବୁଧବାର ସ୍କୁଲ ଖୋଲା ରହିଥିଲା ଏବଂ ଶିକ୍ଷକମାନେ ଉପସ୍ଥିତ ରହିଥିଲେ, ହେଲେ କେବଳ ଜଣେ ଦୁଇ ଜଣ ପିଲା ଆସିଥିଲେ। ଖୁବ୍‌ଶୀ୍ରଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ପିଲାମାନେ କ’ଣ ପାଇଁ ଆସିନାହାନ୍ତି ଜାଣିନି ଏବଂ ଏ ନେଇ ଉପର ଅଧିକାରୀଙ୍କୁ ଜଣାଇଛି। ଉଲ୍ଲେଖଥାଉ କି, ଚଳିତବର୍ଷ ମେ ୭ ରେ ମଧ୍ୟାହ୍ନ ଭୋଜନରେ ବାସିଖାଦ୍ୟ ଖାଇ ୬ଜଣ ପିଲା ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ନେଇ ଉକ୍ତ ସମୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ନିୟୋଜିତ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆଗରୁ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ଦେଇ ନ ଥିବାରୁ ସ୍କୁଲରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁ ନ ଥିଲା ଏନେଇ ଅସନ୍ତୋଷ ଲାଗିରହିଥିଲା। ଏହାଦ୍ୱାରା ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେଉଥିବାରୁ ଏଥିପାଇଁ କିଏ ଦାୟୀ ବୋଲି ଗ୍ରାମର ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri