ସାଟେଲାଇଟ୍‌ ଧରିବ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌ ଉପରେ ଗତ ମାର୍ଚ୍ଚରେ ବିଧାନସଭାରେ ପ୍ରଶ୍ନ ହେବା ପରେ ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ଦୃଢ଼ ପଦକ୍ଷେପ ଆରମ୍ଭ ହୋଇଛି। ଏହି କ୍ରମରେ ଧର୍ମଶାଳା ତହସିଲଦାର ୨ା୬ା୨୦୨୨ରେ ଲିଜ୍‌ ଖାଦାନଗୁଡିକର ସାଟେଲାଇଟ୍‌ ମାପଚୁପ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ ମାଇଁ ୱାର୍ଲ୍‌ଡ ଜିଓଲୋଜି କମ୍ପାନୀ ଟେଣ୍ଡର ପାଇଥିବା ସୂଚନା ମିଳିଛି। ଏହାପରେ ୨୦୧୫ରୁ ୨୦୧୭ ମଧ୍ୟରେ ଲିଜ୍‌ ପାଇଥିବା ୨୦ରୁ ଊର୍ଦ୍ଧ୍ୱ ଲିଜ୍‌ଧାରୀଙ୍କ ମଧ୍ୟରେ ଛନକା ପଶିଛି। ଏଥିରେ ଶାସକ ଦଳର କେତେଜଣ ସମର୍ଥକ ରହିଥିବାରୁ ଠିକ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ଅଭିଯୋଗ ଅନୁସାରେ, ୫ ଜଣଙ୍କ ନାମରେ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିଲେ ହେଁ ମାପଚୁପରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାଜ୍ୟ ସରକାର ପ୍ରାୟ ୭୦୦ କୋଟି ଟଙ୍କା ରାଜସ୍ବ ହରାଇବେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ଯାଜପୁର ଜିଲା ବହୁ ଆଗରେ ରହିଛି। ଏନେଇ ହାଇକୋର୍ଟ, ଲୋକାୟୁକ୍ତ, ଏନ୍‌ଜିଟିରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏହାବାଦ୍‌ ନିକଟରେ ସାଟେଲାଇଟ୍‌ ତଦନ୍ତ କରି ୪ ଜଣ ଲିଜ୍‌ଧାରୀଙ୍କ ଠାରୁ ୧୦୫ କୋଟି ୮୭ ଲକ୍ଷ ଜରିମାନା ଆଦାୟ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଡିମାଣ୍ଡ ନୋଟିସ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜ୍ୟୋତ୍ସ୍ନା ଜେନା, ରଞ୍ଜନ ଜେନା, ଶ୍ରୀବାସ ଜେନା, ରଶ୍ମିରଞ୍ଜନ ପଣ୍ଡା ଓ ମହେନ୍ଦ୍ର ସ୍ବାଇଁ ଡଙ୍କାରୀ ପାହାଡ଼ର ୪ ଖାଦାନ ଲିଜ୍‌ ସୂତ୍ରରେ ପାଇଥିଲେ। ଦୀର୍ଘମିଆଦୀ ୫ ବର୍ଷ ପାଇଁ ଏହି ଲିଜ୍‌ ଅବଧି ରହିଥିବାବେଳେ ତାହା ୨୦୨୧-୨୨ରେ ସରିବା କଥା। କିନ୍ତୁ କଳାପଥର ଉତ୍ତୋଳନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲାପାଳ ୨୦୧୯ରେ ସେମାନଙ୍କ ଚୁକ୍ତି ବାତିଲ କରିଥିଲେ। ଏହାପରେ ଲିଜ୍‌ଧାରୀ ରଞ୍ଜନ ଜେନା ଉକ୍ତ ନିର୍ଦ୍ଦେଶ ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ପୁଣି ଲିଜ୍‌ କାର୍ଯ୍ୟକାରୀ କରିବାକୁ ଅନୁମତି ମିଳିଥିଲା। ଏହାପରେ ସେ ପୁଣି ଏକ ପରିବର୍ତ୍ତିତ ମାଇନିଂ ପ୍ଲାନ ତିଆରି କରି ପରିବେଶଗତ ଅନୁମତି ହାସଲ କରି କଳାପଥର ଉତ୍ତୋଳନ କରିଥିଲେ। ପୂର୍ବ ଏବଂ ପରବର୍ତ୍ତୀ ମାଇନିଂ ପ୍ଲାନ ଉପରେ ସାଟେଲାଇଟ୍‌ ତଦନ୍ତ ହୋଇଥିଲେ ନିକଟରେ ରଞ୍ଜନ ଜେନାଙ୍କ ନାମରେ ହୋଇଥିବା ଜରିମାନା ୨୩.୩୨ କୋଟି ଟଙ୍କା ବଦଳରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥାନ୍ତା ବୋଲି ସ୍ଥାନୀୟ ମହଲରେ ମତପ୍ରକାଶ ପାଇଛି। ଅନୁରୂପ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାକି ରହିଥିବା ୨ ବର୍ଷର ଲିଜ୍‌ ନେବା ବଦଳରେ ଲିଜ୍‌ଧାରୀ ଜ୍ୟୋତ୍ସ୍ନା ଜେନା ଚଞ୍ଚକତା କରି ପୁଣି ୫ ବର୍ଷର ଲିଜ୍‌ ନେଇଥିବା ସୂଚନା ମିଳିଛି। ସେହିପରି ୨୦୨୧ରେ ଆରୁହା ପାହାଡ଼ର ୩ଟି ସୈରାତରୁ ଉତ୍ତୋଳନ ପାଇଁ ମନୋଜ ସାମଲଙ୍କୁ ଲିଜ୍‌ ପ୍ରଦାନ କରାଯାଇଛି। ଏଥିରେ ବାର୍ଷିକ ୪୩୦୦୦ କ୍ୟୁବିକ ମିଟର ଉତ୍ତୋଳନ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ତଦନୁସାରେ ବର୍ଷକୁ ପ୍ରାୟ ୫ କୋଟି ଟଙ୍କା ରାଜସ୍ବ ମିଳିଥାନ୍ତା। କିନ୍ତୁ ସେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କାରେ ରାଜସ୍ବ ଦାଖଲ ସୀମିତ ରଖିବାକୁ ଉତ୍ତୋଳନ ପରିମାଣ ହ୍ରାସ କରି ବର୍ଷକୁ ୧୪୦୦୦ କ୍ୟୁବିକ ମିଟର ଅନୁସାରେ ପୁଣି ଏକ ମାଇନିଂ ପ୍ଲାନ ତିଆରି କଲେ। ଏଥିଯୋଗୁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ସାଢେ ୪ କୋଟି ଟଙ୍କା ରାଜସ୍ବ ହରାଇବେ। ଇତିମଧ୍ୟରେ ସେ ୩ ମାସ ହେଲା ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ କଳାପଥର ଉତ୍ତୋଳନ କରି ସାରିଛନ୍ତି। ଏଥିରେ ୪ ପ୍ରୋକଲିନ, ୨୦ ହାଇୱା, ହାଇଟେକ୍ନୋଲୋଜି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଉଛି। ଫଳରେ ଜାବରାତଳି, ପାଖର, ମୁରାରୀପୁର, ଯୋଗଡା, ବାଟିଜଙ୍ଗା, ଆରୁହା, ନାନପୁର ଗ୍ରାମ ଥରି ଉଠୁଥିବା ଅଭିଯୋଗ ହୋଇଛି। ଜାଭରତଳି ଉଚ୍ଚ ପ୍ରାଥମିକ ସ୍କୁଲ ୩୦୦ ମିଟର ଦୂରରେ ରହିଥିବାରୁ ବିସ୍ଫୋରକ ଯୋଗୁ ଛାତ୍ରୀଛାତ୍ରମାନେ ଚମକି ପଡୁଛନ୍ତି। ଏଭଳି ଅନେକ ଅନିୟମିତତା ଉପରେ ସାଟେଲାଇଟ ତଦନ୍ତ କେତେଦୂର ସକ୍ଷମ ହୋଇପାରିବ ସେ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଆଇନ ଅନୁସାରେ ସାଟେଲାଇଟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri