ବ୍ରାହ୍ମଣୀକୁ ଲୁଟୁଛନ୍ତି ବାଲିମାଫିଆ

ଭୁବନ, ୧୮।୭: ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ବିସ୍ତୀର୍ଣ୍ଣ ଶଯ୍ୟା ପାଲଟିଛି ବାଲିମାଫିଆଙ୍କ ଭୂସ୍ବର୍ଗ। ପରିବେଶ ମଞ୍ଜୁରୀ ମିଳୁ ନ ଥିବାରୁ ଅନେକ ବାଲିଘାଟ କାର୍ଯ୍ୟକ୍ଷମ ହୋଇପାରୁନାହିଁ, ଯାହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ। କେବଳ ବ୍ରାହ୍ମଣୀ ନୁହେଁ, ରଙ୍ଗମାଟିଆ, ରାମିଆଳ ଏବଂ ଡମଶାଳ ଭଳି କ୍ଷୁଦ୍ର ନଦୀ ମଧ୍ୟ ବାଲି ଚୋରା ଚାଲାଣର ନୂଆ ଠିକଣା ପାଲଟିଛି। ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ପାଇଁ ଲଘୁଖଣିଜ ଚୋରାଚାଲାଣ ରୋକାଯାଇ ପାରୁ ନ ଥିବାବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି।
ବିଭାଗୀୟ ସୂଚନା ଅନୁଯାୟୀ, ଭୁବନ ତହସିଲ ଅଧୀନରେ ଥିବା ୧୧ ବାଲିଘାଟ ମଧ୍ୟରୁ ୧୦ଟିର ନିଲାମ ଶେଷ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି ପୁରୁଷୋତ୍ତମପୁର, ସୁଲେଇପାଳକୁଦ, କଣପାଳ-ମହୁଲପାଳ, ଜୟପୁର, ଗୋବିନ୍ଦପୁର, ମାର୍ଥାପୁର, ମାର୍ଥାପୁର କ୍ୱାରୀ (୧), ଓଡ଼ିଶ, ଅସୁରବନ୍ଧ, ଛାଟଖମ୍ବ। କିଙ୍ଗୋଳ ବାଲିଘାଟ ନିଲାମ ହୋଇନାହିଁ। ହେବେ ସମ୍ପୃକ୍ତ ୧୦ ବାଲିଘାଟ ନିଲାମଧାରୀଙ୍କ ମଧ୍ୟରୁ ୫ଜଣ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ଫଳରେ ପୁରୁଷୋତ୍ତମପୁର, ସୁଲେଇପାଳ, କହ୍ନେଇପାଳ, ମାର୍ଥାପୁର ଏବଂ ଜୟପୁର ଘାଟ ନିଲାମ ହୋଇଥିଲେ ମଧ୍ୟ ବାଲି ଉଠାଇବା ସମ୍ଭବପର ହେଉନାହିଁ।
କରୋନା ମହାମାରୀ ମଧ୍ୟରେ ବ୍ଲକ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ସରକାରୀ କୋଠାବାଡ଼ି ନିର୍ମାଣ, ରାସ୍ତା, ଆବାସ ଗୃହ, ଜାତୀୟ ରାଜପଥ, ରେଳ ଧାରଣା ବିଛାଇବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଏସବୁ କାର୍ଯ୍ୟରେ ବ୍ୟାପକ ପରିମାଣର ବାଲି ଆବଶ୍ୟକ ପଡୁଛି। ହେଲେ ବାଲିଘାଟ ନିଲାମ ହୋଇ ନ ଥିବାରୁ ମାଫିଆମାନେ ଏହାର ସୁଯୋଗ ନେଉଛନ୍ତି। ସେମାନେ ରାତିଅଧିଆ ଜେସିବି ଲଗାଇ ଭାରିଯାନ ସହାୟତାରେ ଦିନରାତି ବାଲି ଚୋରାଚାଲାଣ କରୁଛନ୍ତି। ଏପରି କି ନିଲାମ ସ୍ଥାନକୁ ବାଦ୍‌ଦେଲେ ଅନ୍ୟ ଅନ୍ୟ ଜାଗାରୁ ମଧ୍ୟ ବେଆଇନ ଭାବେ ବାଲି ଉଠାଣ ଜାରିରହିଛି। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶାସନକୁ ଅବଗତ କରାଇବା ପରେ ଚଢ଼ାଉ କରାଯାଉଛି ସତ, ହେଲେ ଅଧିକାଂଶ ସମୟରେ ବାଲି ଚାଲାଣକାରୀ ଖସିଯାଉଛନ୍ତି। ପୋଲିସ, ତହସିଲ ପ୍ରଶାସନର କେତେଜଣ ତଳିଆ କର୍ମଚାରୀଙ୍କ ସହିତ ବାଲି ମାଫିଆଙ୍କ ଅସାଧୁମେଣ୍ଟ ଯୋଗୁ ଏଭଳି କାରବାର ବଢ଼ିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏହାକୁ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନେଉ ନ ଥିବାରୁ ବହୁ କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ଅନ୍ୟପଟେ ପଡ଼ୋଶୀ ଯାଜପୁର, କେନ୍ଦୁଝର ଜିଲାର ବାଲି ମାଫିଆମାନେ ଏବେ ଭୁବନ ଅଞ୍ଚଳର ନଦୀଘାଟ ଉପରେ ଆଖି ପକାଇଲେଣି। ସେମାନେ ଚଢ଼ା ଦରରେ ଘାଟ ନିକଟରୁ ବାଲି କିଣି ନେଉଛନ୍ତି। ତେଣୁ ଅଞ୍ଚଳରେ ବାଲିର ଦାମ ଅହେତୁକ ଭାବେ ବୃଦ୍ଧିପାଇଥିବା ଅଞ୍ଚଳବାସୀ କହିଛନ୍ତି।

ଜରିମାନା ଆଦାୟ କମୁଛି
ଭୁବନ ତହସିଲରେ ବାଲି ଚୋରାଚାଲାଣ ବଢୁଥିବାବେଳେ ଜରିମାନା ଆଦାୟ ପରିମାଣ କମିବାରେ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଧରାପଡ଼ିଥିବା ବାଲି ଚୋରାଚାଲାଣ ମାମଲାରେ ୨୧ ଲକ୍ଷ ୧୩ ହଜାର ୮୫୯ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ମାତ୍ର ୨ ଲକ୍ଷ ୭୦ ହଜାର ୯୫୫ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିରୁ ପ୍ରଶାସନିକ ଚଢ଼ାଉର ଶିଥିଳତା ପଦାରେ ପଡ଼ିଛି। ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ଚଢ଼ାଉ ଜୋର୍‌ଦାର କରିବାକୁ ସାଧାରଣରେ ଦାବି ହେଉଛି।

ଚଢ଼ାଉ ପାଇଁ ଗଠନ ହେବ ସ୍ବତନ୍ତ୍ର ଟିମ୍‌
ବାଲି ଚୋରାଚାଲାଣ ରୋକିବା ଲାଗି ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ନିଲାମଧାରୀ ଠିକାଦାର ପରିବେଶ ମଞ୍ଜୁରୀ ପ୍ରମାଣପତ୍ର, ଅମାନତ ଅର୍ଥ ନିୟମ ଅନୁଯାୟୀ ଜମା କରିବା ପରେ ବାଲି ଉଠାଇବା ଲାଗି ଅନୁମତି ପ୍ରଦାନ କରାଯିବ।
-ପ୍ରଭାସ କୁମାର ବେଉରିଆ, ତହସିଲଦାର

ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା

ପୂର୍ବରୁ ବାଲି ସୁବିଧାରେ ଏବଂ କମ୍‌ ଦାମରେ ମିଳୁଥିଲା। ବାଲିଘାଟ ନିଲାମ ହେବାପରେ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ପୂର୍ବାପେକ୍ଷା ଚଢ଼ାଦରରେ ବାଲି ବିକ୍ରି ହେଉଛି। ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ପାଲଟିଛନ୍ତି। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ।
-ସୁରେନ୍ଦ୍ର କୁମାର ପୃଷ୍ଟି, ବୁଦ୍ଧିଜୀବୀ

ବାହାର ଜିଲାର ବ୍ୟବସାୟୀ ପଶିଲେଣି

ଅଞ୍ଚଳର ବାଲିଘାଟ ଉପରେ ବାହାର ଜିଲାର ବ୍ୟବସାୟୀ ଆଖି ପକାଇଲେଣି। ସେମାନଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ନିଲାମ ସ୍ଥାନ ଛାଡ଼ି ଅନ୍ୟ ଜାଗାରୁ ବାଲି ଉଠାଯାଉଛି। ଚୋରା ଚାଲାଣକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଭିତରେ ଅସାଧୁ ମେଣ୍ଟ ହୋଇଛି ।
-କପିଳ ସାହୁ, ଅଞ୍ଚଳବାସୀ

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ପରଜଙ୍ଗ,୭ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏକ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର...

ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ...

ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପୁରୀ ଯାତ୍ରା, ପାଦରେ ଚାଲି ଚାଲି ପହଞ୍ଚିବେ

ଭୁବନ,୨୮।୦୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୬୦ ଜଣରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୁକ୍ରବାର ପାଦରେ ଚାଲି ଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ପୁରୀ ଯାତ୍ରା କରିଛନ୍ତି।...

ଗୋଟିଏ ରାତିରେ ୭ ଦୋକାନରୁ ଚୋରି

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ...

ପ୍ରକଳ୍ପ କାମ ନିମ୍ନମାନର

ପରଜଙ୍ଗ, ୨୨।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ଅଧୀନ ଅଁଳାକଟା ଗ୍ରାମରେ ବସୁଧା ଯୋଜନାରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର...

କଳାର ସୌଦାଗର ସୁରସାର୍‌

ଭୁବନ, ୨୩।୧୦(ଡି.ଏନ.ଏ.) ହାତରେ ଚାମର ଧରିଲେ ସେ ପାଲଟିଯାଆନ୍ତି ପାଲାଗାୟକ। ରଙ୍ଗତୂଳୀ ଧରିଲେ ମାଟି ପ୍ରତିମାରେ ସଞ୍ଚରି ଉଠେ ଜୀବନ। ନାଟକ ପ୍ରଚ୍ଛଦପଟରେ ରହି କଳାକାରଙ୍କୁ...

୩୦ ଟନ୍‌ କ୍ରୋମାଇଟ ଜବତ, ୨ ଅଟକ

ଭୁବନ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ...

‘ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ସାର’

ଢେଙ୍କାନାଳ ଅଫିସ, ୧।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ସନ୍ଧ୍ୟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଭୂମେଶ ଚନ୍ଦ୍ର...

Advertisement
Archives

Model This Week