ବ୍ରାହ୍ମଣୀକୁ ଲୁଟୁଛନ୍ତି ବାଲିମାଫିଆ

ଭୁବନ, ୧୮।୭: ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ବିସ୍ତୀର୍ଣ୍ଣ ଶଯ୍ୟା ପାଲଟିଛି ବାଲିମାଫିଆଙ୍କ ଭୂସ୍ବର୍ଗ। ପରିବେଶ ମଞ୍ଜୁରୀ ମିଳୁ ନ ଥିବାରୁ ଅନେକ ବାଲିଘାଟ କାର୍ଯ୍ୟକ୍ଷମ ହୋଇପାରୁନାହିଁ, ଯାହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ। କେବଳ ବ୍ରାହ୍ମଣୀ ନୁହେଁ, ରଙ୍ଗମାଟିଆ, ରାମିଆଳ ଏବଂ ଡମଶାଳ ଭଳି କ୍ଷୁଦ୍ର ନଦୀ ମଧ୍ୟ ବାଲି ଚୋରା ଚାଲାଣର ନୂଆ ଠିକଣା ପାଲଟିଛି। ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ପାଇଁ ଲଘୁଖଣିଜ ଚୋରାଚାଲାଣ ରୋକାଯାଇ ପାରୁ ନ ଥିବାବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି।
ବିଭାଗୀୟ ସୂଚନା ଅନୁଯାୟୀ, ଭୁବନ ତହସିଲ ଅଧୀନରେ ଥିବା ୧୧ ବାଲିଘାଟ ମଧ୍ୟରୁ ୧୦ଟିର ନିଲାମ ଶେଷ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି ପୁରୁଷୋତ୍ତମପୁର, ସୁଲେଇପାଳକୁଦ, କଣପାଳ-ମହୁଲପାଳ, ଜୟପୁର, ଗୋବିନ୍ଦପୁର, ମାର୍ଥାପୁର, ମାର୍ଥାପୁର କ୍ୱାରୀ (୧), ଓଡ଼ିଶ, ଅସୁରବନ୍ଧ, ଛାଟଖମ୍ବ। କିଙ୍ଗୋଳ ବାଲିଘାଟ ନିଲାମ ହୋଇନାହିଁ। ହେବେ ସମ୍ପୃକ୍ତ ୧୦ ବାଲିଘାଟ ନିଲାମଧାରୀଙ୍କ ମଧ୍ୟରୁ ୫ଜଣ ପରିବେଶ ମଞ୍ଜୁରୀ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ଫଳରେ ପୁରୁଷୋତ୍ତମପୁର, ସୁଲେଇପାଳ, କହ୍ନେଇପାଳ, ମାର୍ଥାପୁର ଏବଂ ଜୟପୁର ଘାଟ ନିଲାମ ହୋଇଥିଲେ ମଧ୍ୟ ବାଲି ଉଠାଇବା ସମ୍ଭବପର ହେଉନାହିଁ।
କରୋନା ମହାମାରୀ ମଧ୍ୟରେ ବ୍ଲକ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ସରକାରୀ କୋଠାବାଡ଼ି ନିର୍ମାଣ, ରାସ୍ତା, ଆବାସ ଗୃହ, ଜାତୀୟ ରାଜପଥ, ରେଳ ଧାରଣା ବିଛାଇବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଏସବୁ କାର୍ଯ୍ୟରେ ବ୍ୟାପକ ପରିମାଣର ବାଲି ଆବଶ୍ୟକ ପଡୁଛି। ହେଲେ ବାଲିଘାଟ ନିଲାମ ହୋଇ ନ ଥିବାରୁ ମାଫିଆମାନେ ଏହାର ସୁଯୋଗ ନେଉଛନ୍ତି। ସେମାନେ ରାତିଅଧିଆ ଜେସିବି ଲଗାଇ ଭାରିଯାନ ସହାୟତାରେ ଦିନରାତି ବାଲି ଚୋରାଚାଲାଣ କରୁଛନ୍ତି। ଏପରି କି ନିଲାମ ସ୍ଥାନକୁ ବାଦ୍‌ଦେଲେ ଅନ୍ୟ ଅନ୍ୟ ଜାଗାରୁ ମଧ୍ୟ ବେଆଇନ ଭାବେ ବାଲି ଉଠାଣ ଜାରିରହିଛି। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶାସନକୁ ଅବଗତ କରାଇବା ପରେ ଚଢ଼ାଉ କରାଯାଉଛି ସତ, ହେଲେ ଅଧିକାଂଶ ସମୟରେ ବାଲି ଚାଲାଣକାରୀ ଖସିଯାଉଛନ୍ତି। ପୋଲିସ, ତହସିଲ ପ୍ରଶାସନର କେତେଜଣ ତଳିଆ କର୍ମଚାରୀଙ୍କ ସହିତ ବାଲି ମାଫିଆଙ୍କ ଅସାଧୁମେଣ୍ଟ ଯୋଗୁ ଏଭଳି କାରବାର ବଢ଼ିବାରେ ଲାଗିଛି। ବିଭାଗୀୟ ଅଧିକାରୀ ଏହାକୁ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନେଉ ନ ଥିବାରୁ ବହୁ କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ଅନ୍ୟପଟେ ପଡ଼ୋଶୀ ଯାଜପୁର, କେନ୍ଦୁଝର ଜିଲାର ବାଲି ମାଫିଆମାନେ ଏବେ ଭୁବନ ଅଞ୍ଚଳର ନଦୀଘାଟ ଉପରେ ଆଖି ପକାଇଲେଣି। ସେମାନେ ଚଢ଼ା ଦରରେ ଘାଟ ନିକଟରୁ ବାଲି କିଣି ନେଉଛନ୍ତି। ତେଣୁ ଅଞ୍ଚଳରେ ବାଲିର ଦାମ ଅହେତୁକ ଭାବେ ବୃଦ୍ଧିପାଇଥିବା ଅଞ୍ଚଳବାସୀ କହିଛନ୍ତି।

ଜରିମାନା ଆଦାୟ କମୁଛି
ଭୁବନ ତହସିଲରେ ବାଲି ଚୋରାଚାଲାଣ ବଢୁଥିବାବେଳେ ଜରିମାନା ଆଦାୟ ପରିମାଣ କମିବାରେ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଧରାପଡ଼ିଥିବା ବାଲି ଚୋରାଚାଲାଣ ମାମଲାରେ ୨୧ ଲକ୍ଷ ୧୩ ହଜାର ୮୫୯ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ ସୁଦ୍ଧା ମାତ୍ର ୨ ଲକ୍ଷ ୭୦ ହଜାର ୯୫୫ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିରୁ ପ୍ରଶାସନିକ ଚଢ଼ାଉର ଶିଥିଳତା ପଦାରେ ପଡ଼ିଛି। ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ଚଢ଼ାଉ ଜୋର୍‌ଦାର କରିବାକୁ ସାଧାରଣରେ ଦାବି ହେଉଛି।

ଚଢ଼ାଉ ପାଇଁ ଗଠନ ହେବ ସ୍ବତନ୍ତ୍ର ଟିମ୍‌
ବାଲି ଚୋରାଚାଲାଣ ରୋକିବା ଲାଗି ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ନିଲାମଧାରୀ ଠିକାଦାର ପରିବେଶ ମଞ୍ଜୁରୀ ପ୍ରମାଣପତ୍ର, ଅମାନତ ଅର୍ଥ ନିୟମ ଅନୁଯାୟୀ ଜମା କରିବା ପରେ ବାଲି ଉଠାଇବା ଲାଗି ଅନୁମତି ପ୍ରଦାନ କରାଯିବ।
-ପ୍ରଭାସ କୁମାର ବେଉରିଆ, ତହସିଲଦାର

ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା

ପୂର୍ବରୁ ବାଲି ସୁବିଧାରେ ଏବଂ କମ୍‌ ଦାମରେ ମିଳୁଥିଲା। ବାଲିଘାଟ ନିଲାମ ହେବାପରେ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ପୂର୍ବାପେକ୍ଷା ଚଢ଼ାଦରରେ ବାଲି ବିକ୍ରି ହେଉଛି। ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ପାଲଟିଛନ୍ତି। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ।
-ସୁରେନ୍ଦ୍ର କୁମାର ପୃଷ୍ଟି, ବୁଦ୍ଧିଜୀବୀ

ବାହାର ଜିଲାର ବ୍ୟବସାୟୀ ପଶିଲେଣି

ଅଞ୍ଚଳର ବାଲିଘାଟ ଉପରେ ବାହାର ଜିଲାର ବ୍ୟବସାୟୀ ଆଖି ପକାଇଲେଣି। ସେମାନଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ନିଲାମ ସ୍ଥାନ ଛାଡ଼ି ଅନ୍ୟ ଜାଗାରୁ ବାଲି ଉଠାଯାଉଛି। ଚୋରା ଚାଲାଣକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଭିତରେ ଅସାଧୁ ମେଣ୍ଟ ହୋଇଛି ।
-କପିଳ ସାହୁ, ଅଞ୍ଚଳବାସୀ

 


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?