ପୋତି ହୋଇଗଲାଣି ବାଲିବନ୍ଧ ପ୍ରକଳ୍ପ

ଛେଣ୍ଡିପଦା,୯ା୮(ସ୍ବ.ପ୍ର.):ଲକ୍ଷ୍ୟ ଥିଲା ୭୦୦ ହେକ୍ଟର ଜମି ଜଳସେଚିତ ହେବ। ସେଥିପାଇଁ ୫୦ ବର୍ଷ ତଳେ ନିର୍ମାଣ କରାଯାଇଥିଲା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଉପକୃତ ହେଉଥିଲେ ପାଖାପାଖି ଏକ ହଜାର ଚାଷୀ। ହେଲେ ଦୀର୍ଘବର୍ଷ ହେଲା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ପୋତି ହୋଇଚାଲିଛି। ଫଳରେ ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ କେନାଲରେ ଅଧିକ ପାଣି ଚାଷ ଜମିକୁ ଯାଇପାରୁ ନାହିଁ। ସଫେଇ ଅଭାବରୁ କେନାଲ ଅବସ୍ଥା ମଧ୍ୟ ଶୋଚନୀୟ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଓ ଟାଙ୍ଗିରି ପଞ୍ଚାୟତର ବହୁ ହେକ୍ଟର ଜମି ପଡ଼ିଆ ପଡ଼ୁଛି।
ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତର ବାଲିବନ୍ଧଠାରେ ୧୯୭୦ ମସିହାରେ ନିର୍ମାଣ କରାଯାଇଥିବା ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ବାଗଡିଆ ଓ ଟାଙ୍ଗିରି ପଞ୍ଚାୟତର ବାଗଡିଆ, ବଣିଆନଟି ଏବଂ ପୁରୁଣାଗଡ ଆଦି ଗ୍ରାମର ଏକ ହଜାର ଚାଷୀ ନିର୍ଭର କରନ୍ତି। ଏହି ଦୁଇ ପଞ୍ଚାୟତର ଚାଷ ଜମିକୁ ପାଣି ଯିବା ପାଇଁ ପ୍ରକଳ୍ପରୁ ୫ କିଲୋମିଟର କେନାଲ ବ୍ୟବସ୍ଥା ରହିଛି। କିନ୍ତୁ ପ୍ରକଳ୍ପ ଓ କେନାଲର ରକ୍ଷଣାବେକ୍ଷଣ ଦିଗରେ ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ। ସଫେଇ ଓ ମରାମତି ଅଭାବରୁ ପ୍ରକଳ୍ପ ସହ କେନାଲ ପୋତି ହେଉଛି। ପ୍ରକଳ୍ପ ଭିତରକୁ ମାଟି ଧସି ଗଦା ହୋଇଥିବା ବେଳେ କୋନଲ ଲଟା ବୁଦାରେ ପରିପୂର୍ଣ୍ଣ ହୋଇଯାଇଛି। ଏହି କାରଣରୁ କେନାଲରେ ଅଧିକ ପାଣି ଚାଷ ଜମି ନିକଟକୁ ଯାଇପାରୁ ନାହିଁ। ଫଳରେ ତଳମୁଣ୍ଡରେ ଥିବା ଚାଷ ଜମି ଜଳସେଚିତ ହୋଇପାରୁ ନାହିଁ। ଖରିଫ ଚାଷ ପାଇଁ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଏହି କେନାଲ ପାଣିକୁ ଚାଷୀମାନେ ଭରସା କରିଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗ ପଦକ୍ଷେପ ନ ନେବା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତୁରନ୍ତ କେନାଲର ମରାମତି କାର୍ଯ୍ୟ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ବିଶ୍ବାଳ କହିଛନ୍ତି, ଉକ୍ତ ପ୍ରକଳ୍ପ କାମ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। କିନ୍ତୁ ଠିକା ସଂସ୍ଥା କାମ ନ କରିବାରୁ ତାହା ପଡିରହିଛି। ଖୁବ୍‌ଶୀଘ୍ର ପ୍ରକଳ୍ପର କେନାଲ ସଫେଇ କରାଯାଇ ଚାଷ ଜମି ନିକଟରେ କିପରି ପାଣି ପହଞ୍ଚାଯିବ ସେ ନେଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri