Posted inଖେଳ

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରୁଟଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ ଏବଂ ଜୋସ ହାଜଲେଉଡ ଭୁଲ ପ୍ରମାଣିତ କରିଛନ୍ତି। ଇଂଲଣ୍ଡର ଦଳ ୧୪୭ ରନରେ ଅଲଆଉଟ୍‌ ହୋଇଯାଇଛି। ଅଧିନାୟକ ଭାବରେ ଡେବ୍ୟୁ ଟେଷ୍ଟରେ କୁମିନ୍ସ ୩୮ ରନ ଦେଇ ପାଞ୍ଚଟି ଉଇକେଟ ନେଇଥିଲେ। ଅଧିନାୟକ ଭାବରେ ଟେଷ୍ଟ ଡେବ୍ୟୁରେ କମିନ୍ସ ଅଷ୍ଟ୍ରେଲିଆର ଦ୍ୱିତୀୟ ଖେଳାଳି ଅଟନ୍ତି। ୧୨୭ ବର୍ଷ ପୂର୍ବରୁ ଜର୍ଜ ଗିଫେନ ଏହି କୀର୍ତ୍ତିମାନ କରିଥିଲେ। ସ୍ବର୍ଗତ ଦ୍ରୁତ ବୋଲର ଗିଫେନ ନିଜେ ଇଂଲଣ୍ଡ ବିପକ୍ଷରେ ୧୮୯୪ ମସିହାରେ ୧୫୫ ରନ ଦେଇ ୬ଟି ଉଇକେଟ ନେଇଥିଲେ।
ଗାବା ଗ୍ରାଉଣ୍ଡରେ ଏହା ମେଘୁଆ ଥିଲା, ପିଚରେ ଘାସ ଅଛି ଏବଂ ଏପରି ପରିସ୍ଥିତିରେ ରୁଟଙ୍କ ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହୋଇଛି। ମିଚେଲ ଷ୍ଟାର୍କଙ୍କ ସ୍ବିଙ୍ଗ ୟକର୍ର୍‌ରେ ରୋରି ବର୍ନସ ପ୍ରଥମ ବଲ୍‌ରେ ପ୍ୟାଭିଲିୟନକୁ ଫେରିଥିଲେ, ତା’ପରେ ଜୋସ ହାଜେଲଉଡ ଷଷ୍ଠ ଓଭରରେ ଡେଭିଡ ମଲାନ (୬) ଏବଂ ରୁଟ (୦) କୁ ଆଉଟ୍‌ କରିଥିଲେ।
ଅଷ୍ଟ୍ରେଲିଆର କିଛି ଖେଳାଳିଙ୍କ ମଧ୍ୟରୁ ପ୍ୟାଟ କୁମିନ୍ସ ଅନ୍ୟତମ। ସେ ସମସ୍ତ ତିନୋଟି ଫର୍ମାଟରେ ଖେଳନ୍ତି। ସେ ଏପର୍ଯ୍ୟନ୍ତ ୩୫ଟି ଟେଷ୍ଟ, ୬୯ଟି ଦିନିକିଆ ଏବଂ ୩୭ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ କମିନ୍ସ ମଧ୍ୟ ଏକ ନମ୍ବରରେ ଅଛନ୍ତି। ଟେଷ୍ଟରେ କୁମିନ୍ସଙ୍କ ୧୬୯ ଉଇକେଟ, ଦିନିକିଆରେ ୧୧୧ ଏବଂ ଅନ୍ତର୍ଜାତୀୟ ଟି -୨୦ରେ ୪୨ ଉଇକେଟ ରହିଛି। ତାଙ୍କ ପୂର୍ବରୁ ରେମଣ୍ଡ ଲିଣ୍ଡୱାଲ ଦ୍ରୁତ ବୋଲର ଭାବରେ ୧୯୫୬ ମସିହାରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଅଧିନାୟକ କରିଥିଲେ। କୁମିନ୍ସ ଅଷ୍ଟ୍ରେଲିଆର ୪୭ତମ ଟେଷ୍ଟ ଅଧିନାୟକ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri