ସମ୍ବଲପୁର-ତିଲେଇବଣି ରାସ୍ତାକାମ ନିମ୍ନମାନର

ସମ୍ବଲପୁର,୫।୧(ବ୍ୟୁରୋ): ୫୩ନଂ. ଜାତୀୟ ରାଜପଥର ସମ୍ବଲପୁର-ତିଲେଇବଣି ଚାରିଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ବରୁ ପୁଞ୍ଜିଲେଡ କମ୍ପାନୀ ଏହି କାମ ନେଇଥିବାବେଳେ ବିଭିନ୍ନ କାରଣରୁ ବନ୍ଦ କରିଦେଇଥିଲା। ଏବେ ଅନ୍ୟ ଏକ କମ୍ପାନୀ ନିର୍ମାଣ କାମ କରୁଛି। ସମୟ ଅବଧିଠାରୁ ବିଳମ୍ବ ହେଉଥିବାରୁ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କାମ ଶୀଘ୍ର ସାରିବାକୁ ତାଗିଦା କରାଯାଉଛି। ଏହାର ସୁଯୋଗ ନେଇ ଠିକା କମ୍ପାନୀ ତରବରିଆ ଭାବେ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ସମ୍ବଲପୁର-ତିଲେଇବଣି ଓ ସମ୍ବଲପୁର-ଅନୁଗୋଳ ରାସ୍ତା ନିମ୍ନମାନର ସହ ବିଳମ୍ବ ହେଉଥିବା ନେଇ ଏନ୍‌ଏଚ୍‌ଏଆଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ୍‌କରୀଙ୍କୁ ପତ୍ର ଲେଖିଥିଲେ। ସ୍ଥାନୀୟ ଏନ୍‌ଏଚ୍‌ଏଆଇ ଅଫିସରେ ମଧ୍ୟ ଲୋକମାନେ ଅଭିଯୋଗ କରିଥିଲେ। ହେଲେ କମ୍ପାନୀ ତା’ କାମରେ କୌଣସି ପରିବର୍ତ୍ତନ କରି ନ ଥିବା ଅଭିଯୋଗ ହୋଇଛି। ମୋରମ ଓ ମାଟି ବଦଳରେ ପାହାଡ଼ ଭଳି ପାଉଁଶ (ଫ୍ଲାଏଆଶ୍‌) ବ୍ୟବହାର କରାଯାଉଛି। ନିକଟରେ ଥିବା ଏକ କମ୍ପାନୀ ମାଗଣାରେ ପାଉଁଶ ଯୋଗାଇ ଦେଉଥିବାରୁ ଠିକା କମ୍ପାନୀ ଏହାର ସୁଯୋଗ ନେଉଥିବା କୁହାଯାଉଛି।
ଅଭିଯୋଗ କ୍ରମେ ରାସ୍ତାରେ ପ୍ରାୟ ୧୦ ମିଟର ଗାତ ପୋତିବାକୁ ଥିଲେ ଫ୍ଲାଏଆଶ୍‌ ବ୍ୟବହାର କରାଯାଏ। ହେଲେ ଏହି ରାସ୍ତାରେ କେଉଁଠି ୧ ମିଟର, କେଉଁଠି ୨ ମିଟର ଗାତ ଥିଲେ ମଧ୍ୟ ଫ୍ଲାଏଆଶ୍‌ ବ୍ୟବହାର କରାଯାଉଛି। ପାଉଁଶ ପକାଇବା ସମୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଫଳରେ ତାହା ରାସ୍ତାକଡ଼ରେ ଥିବା ଦୋକାନ ଓ ଘର ମଧ୍ୟକୁ ପ୍ରବେଶ କରୁଛି। ପ୍ରତି ଅଧମିଟର ଫ୍ଲାଏଆଶ୍‌ ବିଛାଗଲେ ସେଥିରେ ପାଣି ସିଞ୍ଚନ କରି ରୋଲିଂ କରିବା କଥା। ପାଉଁଶ ଉପରେ ମାଟି ବିଛାଇ ରୋଲିଂ କରିବା ପରେ ପୁଣି ପାଉଁଶ ଦେବାର ନିୟମ ରହିଛି। ପ୍ରାୟ ୨୮ ପ୍ରତିଶତ ଆଦର୍‌ର ଥିବା ପାଉଁଶ ଉପରେ ରୋଲିଂ କରିବା ନିୟମ ଥିଲେ ମଧ୍ୟ ତାହା କରାଯାଉ ନାହିଁ। ଫଳରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।
ଅନ୍ୟପକ୍ଷେ ରାସ୍ତା ପାର ହୋଇ ଯାଉଥିବା ଜଳ ପ୍ରବାହଗୁଡ଼ିକ ବନ୍ଦ ହୋଇଯାଇଛି। ତୁମେସିଂହାଠାରେ ଏଭଳି ଘଟଣା ଦେଖାଯାଇଛି। ଅନେକ ସ୍ଥାନରେ କେନାଲ, ଡ୍ରେନ ପୋତି ହୋଇ ଯାଇଥିବାରୁ ପାଣି ଚଳାଚଳରେ ସମସ୍ୟା ଉପୁଜିଛି। ସେହିପରି ଡବ୍ଲ୍ୟୁଏମ୍‌ଏମ୍‌ ଓ ଜିଏସ୍‌ବିର ପରିମାଣ ଓ ମିଶ୍ରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଗେଟି, ମେଟାଲ, ସିମେଣ୍ଟ, ବାଲି ବ୍ୟବହାର କରାଯାଉ ନାହିଁ। ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କାମ ମଧ୍ୟ ନିମ୍ନମାନର କରାଯାଉଛି। ରାସ୍ତା ନିର୍ମାଣ ସମୟରେ ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାବେଳେ ଡାଇଭର୍ସନ ଓ ସଚେତନତା ଫଳକ ଲଗାଯାଇ ନାହିଁ। ଫଳରେ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏନ୍‌ଏଚ୍‌ଏଆଇ ପକ୍ଷରୁ ମାନ ଯାଞ୍ଚ ପାଇଁ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ହେଲେ ଉକ୍ତ ଏଜେନ୍ସିର କର୍ମଚାରୀ କିମ୍ବା ଅଧିକାରୀ ନିୟମିତ କାର୍ଯ୍ୟ ତଦାରଖ କରୁନାହାନ୍ତି। ଏ ଦିଗରେ ଜାତୀୟ ରାଜପଥ ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଏନ୍‌ଏଚ୍‌ ପିଡି ବିି. ଭେଙ୍କଟେଶ୍ୱର କହିଥିଲେ, ରାସ୍ତା ନିର୍ମାଣ ସମୟରେ ପାଉଁଶ ବ୍ୟବହାର କରିବାର ସ୍ବତନ୍ତ୍ର ନିୟମ ରହିଛି। ଏଥିରେ ବ୍ୟତିକ୍ରମ ହେଉଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ସମ୍ବଲପୁର-ତିଲେଇବଣି ରାସ୍ତା ଚାରିଥାକିଆ କରିବା ପାଇଁ ଆର୍ଥତ୍କବର୍ଷ ୨୦୧୬-୧୭ରୁ ଜମି ଅଧିଗ୍ରହଣ କାମ ସମ୍ପୂର୍ଣ୍ଣ ହୋଇଥିଲା। କେତେକ ସ୍ଥାନରେ ଜଙ୍ଗଲ ଜମିର ସମସ୍ୟା ରହିଥିବାବେଳେ ପ୍ରାୟ ସମସ୍ତ ଜମି ଏନ୍‌ଏଚ୍‌ଏଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ରାସ୍ତା ପାଇଁ ପ୍ରାୟ ୩୯୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ସ୍ରୋତ ହ୍ରାସ: ମହାନଦୀ ମଝିରେ ବାଲିପଠା ସୃଷ୍ଟି

ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ...

୧୬ ପରିବାରଙ୍କୁ ଘରଭଡ଼ା ଛାଡ଼ କଲେ ରଘୁନାଥ

କଟକ ଅଫିସ,୨୦ା୪: ସହରରେ ଅଧାରୁ ଅଧିକ ଭଡ଼ାଟିଆ ବାସିନ୍ଦା। ଭଡ଼ା ରହୁଥିବା ଲୋକେ ବି ଅଧିକାଂଶରେ ବ୍ୟବସାୟ, ଛୋଟ ଦୋକାନ କିମ୍ବା କୌଣସି ଘରୋଇ କମ୍ପାନୀରେ...

ହାଟରେ ସାମାଜିକ ଦୂରତ୍ୱ ଶିଖାଇଲେ ଏସ୍‌ପି

ଫୁଲବାଣୀ ଅଫିସ, ୨୭ା୩-ହାଟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିହେବ ସେ ସମ୍ପର୍କରେ ଲୋକଙ୍କୁ କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ଶିଖାଇଛନ୍ତି। ହାଟପଦାରେ ପାଖାପାଖି...

ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ରୀଛାତ୍ର

ବଇଣ୍ଡା,୩ା୩(ଡି.ଏନ.ଏ.): କୋଭିଡ୍‌ କାରଣରୁ ୨ ବର୍ଷ ବନ୍ଦ ରହିଲା ପ୍ରାଥମିକ ବିଦ୍ୟାଳୟ। ହେଲେ ଅବ୍ୟବସ୍ଥିତ ଭିତ୍ତିଭୂମିରେ ପରିବର୍ତ୍ତନ କଲେନି ରାଜ୍ୟ ସରକାର। ଫଳରେ ଦୀର୍ଘଦିନ ପରେ ସ୍କୁଲକୁ...

ଶିଶୁ ବଳି ଯୋଜନା ପଣ୍ଡ

ଦେବଗଡ଼,୨୨ା୧୧(ଡି.ଏନ.ଏ): ମହାଦେବଙ୍କ ଦର୍ଶନ ପାଇଁ ଶିଶୁ ବଳି ଯୋଜନା ସହ ଜଣେ ଶିଶୁଙ୍କୁ ଅପହରଣ କରିବା ଅଭିଯୋଗରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ଏକ ଦମ୍ପତି...

ଦୁର୍ଗମ କହମପଡ଼ି ଗାଁରେ ବିଧାୟକ ସାଲୁଗା

ଦାରିଙ୍ଗବାଡ଼ି,୧୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗାଁ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ...

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା : କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

କାକଟପୁର,୨୬।୮(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ...

ବିଲରେ ପଚୁଛି ତରଭୁଜ

ଦେବଗଡ,୨୬ା୩(ଡି.ଏନ.ଏ.): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।...

Advertisement
Archives

Model This Week