ସନ୍ଥସାଧକ ଅରକ୍ଷିତ

ସେକ୍‌ ମସୁଦ ଅଲି

ଓଡ଼ିଶାର ଗଞ୍ଜାମ ଜିଲା ବଡ଼ଖେମୁଣ୍ଡି ରାଜ୍ୟର ରାଜା ପଦ୍ମନାଭ ମଣିଦେବ ଓ ରାଣୀ ମୁକ୍ତାଦେବୀ ପାଟ୍ଟମହାଦେଈଙ୍କର ଏକମାତ୍ର ପୁତ୍ର ସନ୍ତାନ ଯୁବରାଜ ବଳଭଦ୍ର ଦେବ। ତାଙ୍କର ଜନ୍ମ ୧୭୭୮ ମସିହାରେ। ସେ ୧୮ ବର୍ଷ ବୟସରେ ରାଜପ୍ରାସାଦର ଭୋଗବିଳାସ ତଥା ସକଳ ସୁଖକୁ ପରିତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ। ବାଲ୍ୟକାଳରୁ ବଳଭଦ୍ରଙ୍କର ବୈରାଗ୍ୟ ଭାବକୁ ଲକ୍ଷ୍ୟକରି ରାଜା ପଦ୍ମନାଭ ଦେବ ପୁତ୍ରର ଶୀଘ୍ର ବିବାହ କରିଦେବାକୁ ବ୍ୟବସ୍ଥା କରିବାରୁ ଯୁବରାଜ ପିତାଙ୍କୁ ତତ୍ତ୍ୱବାଣୀ ଶୁଣାଇ କହିଥିଲେ -”ଯେଉଁ ମାତୃସ୍ବରୂପୀ ନାରୀର ଗର୍ଭରୁ ମୁଁ ଜନ୍ମନେଲି, ତାଙ୍କୁ ପତ୍ନୀ ଭାବରେ କିପରି ଗ୍ରହଣ କରିବି?“ ବଳଭଦ୍ର ଏକଦା ତାଙ୍କ କଚେରି ଘରେ ସାଧୁସନ୍ନ୍ୟାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ରାତିରେ ପ୍ରସାଦ ସେବନ କାଳରେ କଦଳୀ ପତ୍ର ଆଣିବା ପାଇଁ ସେ ପଡ଼ିଶାରେ ଥିବା ଜନୈକା ବ୍ରାହ୍ମଣୀଙ୍କ କଦଳୀ ବଗିଚାରେ ପଶି ପତ୍ର କାଟୁଥିଲେ। ପତ୍ର କାଟିବାର ଶବ୍ଦ ଶୁଣି ବ୍ରାହ୍ମଣୀ ପାଟି କଲେ-କେଉଁ ଅରକ୍ଷିତଟା କଦଳୀ ବଗିଚାରେ ପଶି ପତ୍ର କାଟୁଛି। ଏହି ଅରକ୍ଷିତ ଶବ୍ଦ ଶୁଣିବା ପରେ ବଳଭଦ୍ରଙ୍କର ଚେତନା ଜାଗ୍ରତ ହେଲା। ତାଙ୍କର ମନେହେଲା ଏହା ହିଁ ମୋର ଏକମାତ୍ର ପ୍ରଯୁଜ୍ୟ ନାମ। ସେହିଦିନରୁ ବଳଭଦ୍ର ପରିବର୍ତ୍ତେ ସେ ବହନ କଲେ ଅରକ୍ଷିତ ନାମକୁ ଏବଂ ସନ୍ନ୍ୟାସୀ ଅରକ୍ଷିତ ଦାସ ଭାବେ ପରିଚିତ ହେଲେ। ରାଜପ୍ରାସାଦର ମୋହକୁ ତୁଚ୍ଛ କରି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିର ଗଭୀର ଅନ୍ଧାର ରାତିରେ ପରମ ସତ୍ୟର ସନ୍ଧାନ ପାଇଁ ଯୁବରାଜ ସନ୍ନ୍ୟାସୀ ଅରକ୍ଷିତ ନାମଧରି ବାହାରିଗଲେ।
କେରାଣ୍ଡିମାଳ ପାହାଡ଼ଗୁମ୍ଫାରୁ ଚିତ୍ରକୂଟ, ଯୋଗୀ ଗୁମ୍ଫା, ଶ୍ରୀକ୍ଷେତ୍ର, ଅନ୍ଧାରୁଆ ଓ ଧଉଳି ଦେଇ ଖଣ୍ଡଗିରି ପାହାଡକୁ ଆସି କିଛିଦିନ ସାଧନାରତ ହେଲେ। ତା’ପରେ ତାଙ୍କୁ ଶୂନ୍ୟବାଣୀ ହେଲା ”ଓଁକାର ପୀଠ ଓଳାସୁଣୀ ଗୁମ୍ଫାରେ ସାଧନା ପାଇଁ। ମହିମାମଣ୍ଡିତ କ୍ଷେତ୍ର ‘ଓଳାସୁଣୀ ପାହାଡ଼’ କେନ୍ଦ୍ରାପଡ଼ାର ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଦେବଙ୍କର ଜମିଦାରି ଅନ୍ତର୍ଗତ ଥିଲା। ଜମିଦାର ଓଳାସୁଣୀ ପାହାଡ଼କୁ ଦାନ ସୂତ୍ରରେ ସନ୍ନ୍ୟାସୀଙ୍କୁ ପ୍ରଦାନ କଲେ। ଓଳାସୁଣୀରୁ ସନ୍ନ୍ୟାସୀ ଅରକ୍ଷିତ ଦାସଙ୍କର ଆରମ୍ଭ ହେଲା ସାଧନାମୟ ଜୀବନ। ଦୀର୍ଘ ୧୮ ବର୍ଷ କାଳ ଦୁଃଖ, ଯାତନାମୟ ଜୀବନକୁ ଆଦରି ସିଦ୍ଧିଲାଭ କଲେ। ସନାତନ ହିନ୍ଦୁଧର୍ମର ବହୁ ଆଚାର, ବିଚାର ଓ ଚଳଣିକୁ ସନ୍ଥ ଅରକ୍ଷିତ ସ୍ବୀକାର କରିନାହାନ୍ତି। ସେ ନିର୍ଗୁଣ ବ୍ରହ୍ମର ଉପାସକ ଥିଲେ।
ଅମାବାସ୍ୟା ଓ ପୂର୍ଣ୍ଣିମା ଏହି ଦିବସର ଗୁରୁତ୍ୱ ଓଳାସୁଣୀ ପୀଠରେ ସର୍ବାଧିକ। ମାଘ କୃଷ୍ଣ ଏକାଦଶୀ ତିଥି ସନ୍ଥ ଅରକ୍ଷିତଙ୍କର ପବିତ୍ର ତିରୋଧାନ ଦିବସ। ଏହାକୁ ଉଜ୍ଜୀବିତ ରଖିବା ପାଇଁ ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏଠାରେ ପ୍ରସାଦ ସେବନ କରନ୍ତି। ପରମ୍ପରା ଅନୁଯାୟୀ ପ୍ରସାଦ ନିମନ୍ତେ ବ୍ୟବହୃତ ପରିବା ଅକଟା, ଅବଟା ଓ ଅବନା ଥାଇ ବ୍ୟବହୃତ ହୁଏ। ଉତ୍ସବ ପୂର୍ବଦିନ ଦଶମୀ ତିଥିରେ ଶୁଖୁଆପୋଡ଼ା ଭୋଗ ଲାଗେ। ଦଶମୀ ଓ ଏକାଦଶୀ ଦୁଇଦିନ ଭକ୍ତମାନେ ପୋଡ଼ପିଠା ଭୋଗ ନେଇ ଆସନ୍ତି। ଏହି ପୁଣ୍ୟ ପୀଠରେ ପୋଡ଼ପିଠା, କାଞ୍ଜି ଏବଂ ଶୁଖୁଆ ନୈବେଦ୍ୟ ଭାବେ ଗୃହୀତ ହୁଏ। ସନ୍ଥ ଅରକ୍ଷିତ ଜନସମାଜର କଲ୍ୟାଣ ନିମନ୍ତେ ନିଜକୁ ଉତ୍ସର୍ଗ କରିଯାଇଛନ୍ତି। ଏହି ସତ୍ୟସନ୍ଧାନୀ, ସଂସ୍କାରକ ସନ୍ଥ ୧୮୩୭ ମସିହା କୃଷ୍ଣପକ୍ଷ ଏକାଦଶୀ ତିଥିରେ ଇହଲୀଳା ସମ୍ବରଣ କରିଥିଲେ। ସେ ଆଜି ନାହାନ୍ତି ସତ, ହେଲେ ଏହି ପୁଣ୍ୟଭୂମି ଓଳାସୁଣୀ ସମାଧି ପୀଠ ଜାତି, ଅଜାତି, ଖାଦ୍ୟ, ଅଖାଦ୍ୟର ଭେଦଭାବକୁ ଦୂରେଇ ସମନ୍ବୟର ପ୍ରତୀକ ପାଲଟିଛି।
ମୋ:୯୯୩୭୬୮୯୩୩୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri