Categories: ଖେଳ

ବେହୋସ ହୋଇପଡ଼ିଲେ ରୁଷୀୟ ତୀରନ୍ଦାଜ

ଟୋକିଓ, ୨୪ା୭(ଏପି)-ଟୋକିଓ ଅଲିମ୍ପିକ୍ସର ଏକ ପ୍ରତିଯୋଗିତା ବେଳେ ବାୟୁମଣ୍ଡଳର ଉତ୍ତାପ ସହ୍ୟ କରି ନ ପାରି ରୁଷିଆର ଜଣେ ତୀରନ୍ଦାଜ ସ୍ବେତଲାନା ଗୋମ୍ବୋଏଭା ବେହୋସ ହୋଇଯାଇଥିଲେ। କ୍ୱାଲିଫାଇଂ ରାଉଣ୍ଡରେ ଭାଗ ନେଇ ସାରିବା ପରେ ଗୋମ୍ବୋଏଭା ଚେତାଶୂନ୍ୟ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ମେଡିକାଲ ଷ୍ଟାଫ୍‌ ଓ କୋଚ୍‌ ଷ୍ଟାନିସ୍ଲାଭ ପହଞ୍ଚତ୍ୟାଇଥିଲେ। ତାଙ୍କ ନଜରରେ ଏଭଳି ଦୃଷ୍ଟାନ୍ତ ପ୍ରଥମ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସମାନ ଜଳବାୟୁ ରହିଥିବା ଭ୍ଲାଡିଭୋସ୍ତକଠାରେ ସ୍ବେତଲାନା ଟ୍ରେନିଂ ନେଇଥିଲେ। କିନ୍ତୁ ଏଠାରେ ଆର୍ଦ୍ରତା ପରିମାଣ ଅଧିକ ରହିଛି। ବର୍ତ୍ତମାନ ଟୋକିଓ ସହରର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ (୮୬ ଡିଗ୍ରି ଫାରେନ୍‌ହିଟ୍‌) ଉପରେ ରହିଛି।

Share