ଖର୍ଚ୍ଚଦାବି ଆଲୋଚନା: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ଭାଜପା ଦଳିତ, ଆଦିବାସୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ବିରୋଧୀ। ଓଡ଼ିଶାରେ ଭାଜପା ସରକାର ପେସା ଆଇନ କେବେ ଲାଗୁକରିବେ ତା’ର ଉତ୍ତର ବିଭାଗୀୟ ମନ୍ତ୍ରୀ କୁହନ୍ତୁ। ସାରା ଦେଶରେ ଭାଜପାର ମୁଖା ବର୍ତ୍ତମାନ ଖୋଲିଗଲାଣି। ଓଡ଼ିଶାରେ ଓଡ଼ିଆ ସଂସ୍କୃତିର ସ୍ଲୋଗାନ ଦେଇ ସରକାରକୁ ଆସିଥିବା ଭାଜପା ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ କ’ଣ କଲେଣି କୁହନ୍ତୁ। ଦାଦନ ସମସ୍ୟା ଦୂରକରିବା ଲାଗି ବୁଲ୍‌ଡୋଜର ଲଗାଇବେ ଏବଂ ଜେସିବି ବନ୍ଦ କରିବେ ବୋଲି ସ୍ଲୋଗାନ ଦେଉଥିଲେ। ବୁଲ୍‌ଡୋଜର ଲଗାଇବା ଲାଗି କ’ଣ ସ୍ବତନ୍ତ୍ର ଅନୁମତି ପାଇଛନ୍ତି କି ବୋଲି ବିରୋଧୀ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ ଅଟକଳ ଖର୍ଚ୍ଚଦାବି ଆଲୋଚନା ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ଅବସରରେ ରଣେନ୍ଦ୍ର ଆହୁରି କହିଛନ୍ତି, ସରକାର ଆସିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବେ ବୋଲି କହିଥିଲେ, ସେକଥା କ’ଣ ହେଲା ତା’ର ଉତ୍ତର ଦିଅନ୍ତୁ। ରଣେନ୍ଦ୍ର ତାଙ୍କ ବକ୍ତବ୍ୟ ରଖି ସାରିବା ପରେ ଶାସକ ଦଳ ସଦସ୍ୟମାନେ ପାଲଟା ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଶାସକ ଦଳ ସଦସ୍ୟ ସନାତନ ବିଜୁଳି କହିଛନ୍ତି, ବରିଷ୍ଠ ବିଜେଡି ନେତା ଯାହା କହିଲେ ସେଥିରେ ତାଙ୍କର କିଛି ଦୋଷ ନାହିଁ। ସେ ଯେଉଁ ଆସନରେ ବସିଛନ୍ତି ତା’ର ଦୋଷ। ଗତଥର ସେମାନେ ସରକାରରେ ଥିବାବେଳେ କାହିଁ ଥରେ ହେଲେ ତାଙ୍କ ମୁହଁରୁ ଏସବୁ କଥା ଶୁଣିବାକୁ ମିଳିନାହିଁ। ଏବେ ସେପଟ ଆସନକୁ ଯିବା ପରେ ତାଙ୍କ ଜ୍ଞାନର ଭଣ୍ଡାର ବାହାରକୁ ଚାଲିଆସୁଛି। ସେ ଚିଟ୍‌ଫଣ୍ଡ କଥା ଉଠାଉଥିଲେ। ଚିଟ୍‌ଫଣ୍ଡ କେଳେଙ୍କାରୀ ବିଜେଡି ସରକାର ସମୟରେ ଆରମ୍ଭ ହୋଇଛି। ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଥିଲେ। ଏହି ଚିଟ୍‌ଫଣ୍ଡ ଦୁର୍ନୀତିରେ ଆଦିବାସୀ ଓ ହରିଜନମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବେ ବି ଚିଟ୍‌ଫଣ୍ଡ କଥା ଉଠିଲେ ବହୁ ବିଜେଡି ନେତାଙ୍କ ଛାତି ଧଡ଼ ଧଡ଼ ହୁଏ। ବିଜେଡି ସରକାର ସମୟରେ ଏକ କ୍ୟାବିନେଟ୍‌ ନିଷ୍ପତ୍ତି ହେଲା ଆଦିବାସୀମାନଙ୍କ ଜମି ଅଣଆଦିବାସୀମାନେ କିଣିପାରିବେ। ହେଲେ ଆମେ ସେତେବେଳେ ବିରୋଧୀ ଦଳରେ ଥିଲୁ, ଏହାକୁ ପ୍ରବଳ ବିରୋଧ କରିଥିଲୁ। ଶେଷରେ ସେମାନେ ଏହି କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟହେଲେ। ଶିଳ୍ପପତିମାନଙ୍କୁ ଖୁସି କରିବାକୁ ବିଜେଡିର ଏହି ଷଡ଼ଯନ୍ତ୍ର ଆଦିବାସୀମାନେ ବୁଝିପାରି ଭାଜପାକୁ ଭୋଟ ଦେଇ ସରକାରକୁ ଆଣିଥିବା ସନାତନ କହିଛନ୍ତି।
ଶାସକ ଦଳ ସଦସ୍ୟ ରଘୁନାଥ ଜଗଦଳା କହିଛନ୍ତି, ବରିଷ୍ଠ ବିଜେଡି ସଦସ୍ୟଙ୍କ କଥା ଶୁଣିବା ପରେ ଗୋଟିଏ କଥା ବୁଝାପଡୁଛି ଏଠି ଚାଲୁଣି କହୁଛି ଛୁଞ୍ଚିକୁ। ବିରୋଧୀ ସଦସ୍ୟ ବହୁ ଜଲ୍‌ଦି ବ୍ୟସ୍ତ ହୋଇପଡୁଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଏ ବିଭାଗ ହେଉଛି ଏ ରାଜ୍ୟରେ ବସବାସ କରୁଥିବା ଓବିସି, ଅନୁସୂଚିତ ଜନଜାତି, ଜାତି ବର୍ଗ ଲୋକଙ୍କ ବିକାଶ ପାଇଁ । ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ସରକାର କ’ଣ କରିବେ ସେକଥା କୁହନ୍ତୁ। ମୋହନ ଚରଣ ମାଝୀଙ୍କୁ ଆଦିବାସୀ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ କଲେ, ମାତ୍ର ତାଙ୍କର ସରକାରରେ କେତେ କାଟ୍‌ତି ସେକଥା ସମସ୍ତେ ଜାଣିଛନ୍ତି। ଆଦିବାସୀ ବର୍ଗରୁ ଜଣଙ୍କୁ ରାଷ୍ଟ୍ରପତି କଲେ ବୋଲି ଭାଜପା ଡିଣ୍ଡିମ ପିଟୁଛି ହେଲେ ରାମ ମନ୍ଦିରକୁ ପ୍ରବେଶ କରିବା ବିଷୟ କେହି ଭୁଲିନାହାନ୍ତି। ପାର୍ଲାମେଣ୍ଟ ଉଦ୍‌ଘାଟନ ସମୟରେ ରାଷ୍ଟ୍ରପତିଙ୍କୁ କେତେ ସମ୍ମାନ ମିଳିଲା ସେକଥା ମଧ୍ୟ ସମସ୍ତେ ଜାଣିଛନ୍ତି ବୋଲି କାଡାମ କହିଛନ୍ତି। ଶାସକ ଦଳ ସଦସ୍ୟ ଭାସ୍କର ମଢ଼େଇ କହିଛନ୍ତି, ଭାଜପା ଏକ ମାତ୍ର ଦଳ ଯିଏ ଆଦିବାସୀଙ୍କ କଥାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ରାଜ୍ୟ ମନ୍ତ୍ରିମଣ୍ଡଳକୁ ଦେଖିଲେ ସେକଥା ବୁଝିହେବ। ବିରୋଧୀଙ୍କ କାମ ବିରୋଧ କରିବେ, ସେଥିରେ କିଛି ଅସୁବିଧା ନାହିଁ। ହେଲେ ବିରୋଧୀମାନେ ଗଠନମୂଳକ ପ୍ରସ୍ତାବ ମଧ୍ୟ ଦେବା ଦରକାର ବୋଲି ସେ କହିଛନ୍ତି। ବିଜେଡି ସଦସ୍ୟ ମନୋହର ରନ୍ଧାରୀ କହିଛନ୍ତି, ଗତଥର ତୁଳନାରେ ଏଥର ଏହି ବିଭାଗର ବଜେଟ ଦୁଇଗୁଣା ହେବ ବୋଲି ଆଶା କରୁଥିଲୁ। ହେଲେ ତାହା ହେଲାନାହିଁ। ରାଜ୍ୟରେ ୧୯,୬୩୧ଟି ଆଦିବାସୀ ଗ୍ରାମ ରହିଛି। ସେଥିରୁ ୫୦୦ ଗ୍ରାମକୁ ୫ ବର୍ଷରେ ଆଦର୍ଶ ଗ୍ରାମ କରିବା କଥା ସରକାର କହୁଛନ୍ତି। ତେବେ ଏ କଥାର ସତ୍ୟତା କେତେ ସେକଥା ଜଣାପଡୁଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସି.ଏସ୍‌. ରାଜନ ଏକ୍କା, ରମେଶ ଚନ୍ଦ୍ର ବେହେରା, ନରସିଂହ ଭତ୍ରା, ରୂପୁ ଭତ୍ରା ଏବଂ ଜଲେନ୍‌ ନାଏକ ଆଲୋଚନାରେ ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?