୨ କିମି ଚାଲିଚାଲି ଲୋକଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲାପାଳ, କହିଲେ ବାହାରୁ ଆସିଲେ ଆରଟିପିସିଆର ଜରୁରୀ

ଖୋର୍ଦ୍ଧା ଅଫିସ,୨୪।୩: ରାଜ୍ୟରେ କରୋନା ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟ ସରକାର କୋଭିଡ କଟକଣାକୁ କଡାକଡି କରୁଛନ୍ତି। ବୁଧବାର ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ ନିୟନ୍ତ୍ରଣ ଲାଗି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଉପଜିଲାପାଳ ଅଶୋକ ବେହୁରିଆ, ତହସିଲଦାର ପଦ୍ମଚରଣ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
ଅଧିକାରୀମାନେ ଏସ୍‌ବିଆଇ ଛକରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୁଇ କିମି ଚାଲିଚାଲି ଲୋକଙ୍କୁ କୋଭିଡ୍‌ ସଚେତନ କରାଉଛନ୍ତି। କୋଭିଡ ନିୟମ ଲାଗି ପରାମର୍ଶ ଦେଇଛନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କୁ ସଚେତନ ସହ ମାସ୍କ ବାଣ୍ଟିଛନ୍ତି। ମାସ୍କ ନ ପିନ୍ଧେିଲ ସାମଗ୍ରୀ ନ ଦେବା ପାଇଁ ଦୋକାନୀଙ୍କୁ ପରାମର୍ଶ ଦେଇଛନ୍ତି।
ଏହା ସହ ରାସ୍ତାରେ ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ମଧ୍ୟ ତାଗିଦ କରିଛନ୍ତି। ଜିଲାପାଳ ମହାନ୍ତି କହଛନ୍ତି ଯେ, ଜିଲାରେ କୋଭିଡ ନିୟନ୍ତ୍ରଣ ରହିଛି। ଦ୍ବିତୀୟ ଲହର୍‌କୁ ଦୃଷ୍ଟିରେ ରଖି, କୋଭିଡ କଟକଣା କଡ଼ାକଡ଼ି କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆରଟିପିସିଆର (କୋଭିଡନେଗେଟିଭ) ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଏଥିସହିତ ସଂଘରୋଧରେ ରହିବାକୁ ପଡିବ। କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଲେ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ଟିକାକରଣ ଚାଲିଛି। ଏହା ସହ ଜିଲାରେ କୋଭିଡ ଟେଷ୍ଟ ଅଧିକ ରହିଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ (ବିଏମ୍‌ସିକୁ ବାଦ ଦେଇ) ୮ଟି ଆକ୍ଟିଭ କେସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କୁ ମାଛ ବିକ୍ରି ଚିନ୍ତା

ପୁରୀ ଅଫିସ,୧୩ା୪: ପୁରୀ ଜିଲାର ପେଣ୍ଠକଟା, କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କାକଟପୁର ଅଞ୍ଚଳରେ ହଜାର ହଜାର ମତ୍ସ୍ୟଜୀବୀ ବାସ କରୁଛନ୍ତି। କରୋନା ପାଇଁ ବେଉସା...

ଜି.ଉଦୟଗିରିରେ ସ୍ନାନପୂର୍ଣ୍ଣିମା: ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଜି.ଉଦୟଗିରି, ୧୭।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଜଗନ୍ନାଥ ମନ୍ଦିରଠାରେ ସୋମବାର ଠାକୁରଙ୍କ ସ୍ନାନପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଛି। ସକାଳ ଧୂପ ପରେ ଠାକୁରଙ୍କୁ ପହଣ୍ଡି କରାଯାଇ...

ପରିତ୍ୟକ୍ତ ଘରେ ରହୁଥିବା ଦମ୍ପତି ଗାଁକୁ ଫେରିଲେ

  ଲଖନପୁର,୨୫ା୪(ଡି.ଏନ୍‌.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ।  ଏଥିସହିତ ସେମାନେ...

ଧର୍ମଗଡ଼ ବିଧାୟକଙ୍କ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କୋକସରା,୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଧାୟକ ମୌଷୋଧି ବାଗ ସୋମବାର କୋକସରା ବ୍ଲକ ଗସ୍ତ କରିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ...

ପୁରୀରେ ପଙ୍ଗପାଳ ଚର୍ଚ୍ଚା

ପୁରୀ ଅଫିସ,୪ା୬: ପୁରୀରେ ପଙ୍ଗପାଳ। ଏମିତି ଚର୍ଚ୍ଚା ଗୁରୁବାର ପୁରୀ ସହରର ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳିଥିଲା। ବାଲୁଖଣ୍ଡ ଅଭୟାରଣ୍ୟ ନୂଆନଈ ନିକଟ ରାସ୍ତା ପାର୍ଶ୍ୱ...

ଆଶାକର୍ମୀଙ୍କ ପୁଅକୁ ପିଟିଲେ ସରପଞ୍ଚ

ଏରସମା,୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସରପଞ୍ଚ ଜଣେ ଆଶାକର୍ମୀଙ୍କ ପୁଅକୁ ପିଟିଥିବା ଶନିବାର ରାତିରେ ଏରସମା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଏରସମା...

ଗାଁରେ ନିଜର ସ୍ବାବ ଟେଷ୍ଟିଂ ପାଇଁ ନମୁନା ଦେବାକୁ ଚାଁହୁଛନ୍ତି କି..

ଛତ୍ରପୁର,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ବ୍ଲକକୁ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍‌ ପଠାଯାଉଛି। ଆବଶ୍ୟକ ଅନୁସାରେ ବିଭିନ୍ନ ବ୍ଲକ ଅଧୀନ ଗାଁଗୁଡ଼ିକୁ ଉକ୍ତ ମୋବାଇଲ ସ୍ବାବ...

ଘରୁ ମିଳିଲା ମା’ଝିଅଙ୍କ ମୃତଦେହ

ନାକଟିଦେଉଳ,୧ା୪: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦଖିବାକୁ ମିଳିଛି। ଘର ଭିତରୁ ମା’ଝିଅଙ୍କ ମୃତଦେହ କିସିଣ୍ଡା ପୋଲିସ...

Advertisement
Archives

Model This Week