ଅନୁଗୋଳରେ ଗଡ଼ବଡ଼ କରୁଛି ଆର୍‌ଆର୍‌ଟି

ଅନୁଗୋଳ ଅଫିସ,୧୭।୧୦ ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ପାର୍‌ କଲାଣି। ବିଶେଷକରି ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ବିଶେଷକରି ଜିଲାରେ କାର୍ଯ୍ୟରତ ରାପିଡ୍‌ ରେସପନ୍ସ ଟିମ୍‌(ଆର୍‌ଆର୍‌ଟି) ଠିକ୍‌ ଭାବେ ଦାୟିତ୍ୱ ତୁଲାଉ ନ ଥିବା ଏବେ ପ୍ରଶାସନ ଜାଣିବାକୁ ପାଇଛି। କୋଭିଡ୍‌ ପରିଚାଳନାରେ ଏପରି ଗଡ଼ବଡ଼ ପାଇଁ ପ୍ରଶାସନ ପକ୍ଷରୁ ଟିମ୍‌କୁ ତାଗିଦ୍‌ ସହ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି।
କରୋନା ମୁକାବିଲା ପାଇଁ ଜିଲାର ୮ଟି ବ୍ଲକ, ଦୁଇଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ୨୭ଟି ରାପିଡ୍‌ ରେସପନ୍ସ ଟିମ୍‌ କାର୍ଯ୍ୟ କରୁଛି। କୌଣସି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଟିମ୍‌ ପୌରପାଳିକା କିମ୍ବା ବ୍ଲକ ଅଧିକାରୀଙ୍କ ଠାରୁ ପ୍ରଥମେ ସେହି ତାଲିକା ସଂଗ୍ରହ କରିବ। ପରେ ସଂକ୍ରମିତଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେ କୋଭିଡ୍‌ ହସ୍ପିଟାଲକୁ ଯିବେ ନା ହୋମ୍‌ ଆଇସୋଲେଶନ୍‌ରେ ରହିବେ ତାହା ସ୍ଥିର କରିବ। ଅନୁଗୋଳ ପୌରପାଳିକାରେ କାର୍ଯ୍ୟ କରୁଥିବା ଏହି ଆର୍‌ଆର୍‌ଟିରେ ଦୁଇ ଜଣ ଡାକ୍ତର ଓ ୪ ଜଣ ନର୍ସ ରହିଛନ୍ତି। କିନ୍ତୁ ଅନେକ ସମୟରେ ସେମାନେ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ତ ଦୂରର କଥା ପାଖ ମାଡ଼ୁ ନ ଥିବା ଅଭିଯୋଗ ହେଉଛି। ଏପରି କି ରାସ୍ତା ମଝିରେ ହୋମ୍‌ ଆଇସୋଲେଶନ୍‌ କିଟ୍‌ ଛାଡ଼ି ଦେଇ ପଳାଇ ଆସୁଛନ୍ତି। ଉକ୍ତ କିଟ୍‌ରେ ଥିବା ବ୍ରୋଚର ପୂରଣ କରାଯାଉନାହିଁ କି ସଙ୍ଗରୋଧ ଅବଧି ଶେଷ ପରେ ବ୍ରୋଚରରେ ଥିବା ଡିସଚାର୍ଜ ବକ୍ସ ଲେଖି ତାହା ଧରାଇ ଦିଆଯାଉନାହିଁ। ଏହାକୁ ନେଇ ସଂକ୍ରମିତ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆର୍‌ଆର୍‌ଟି ଟିମ୍‌ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଭାବେ ଯାଞ୍ଚ ନ କରିବା ଓ ଉପଯୁକ୍ତ ପରାମର୍ଶ ଦେଉ ନ ଥିବାରୁ ହୋମ୍‌ ଆଇସୋଲେଶନରେ ରହୁଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପରିବାରର ଅନ୍ୟ ସଦସ୍ୟମାନେ କୋଭିଡ୍‌ ଆକ୍ରାନ୍ତ ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଖୋଦ୍‌ ଜିଲା ସଦର ମହକୁମାରେ ଯଦି କୋଭିଡ୍‌ ପରିଚାଳନାରେ ଏପରି ଅବହେଳା ହେଉଛି ତା’ହେଲେ ଜିଲାର ଅନ୍ୟ ବ୍ଲକ ଅଞ୍ଚଳରେ ଥିବା ଆର୍‌ଆର୍‌ଟି ସଦସ୍ୟମାନେ କିପରି କାର୍ଯ୍ୟ କରୁଥିବେ ତାହାକୁ ନେଇ ଜିଲାବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନଜରକୁ ଆସିଛି, କାର୍ଯ୍ୟାନୁଷ୍ଠାନ ନିଆଯିବ
ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଠିକ୍‌ ଭାବେ କାର୍ଯ୍ୟ ତୁଲାଉନାହିଁ। ଏ ନେଇ ସୂଚନା ଆସିଛି। ଏହାର ଅନୁଧ୍ୟାନ କରିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ଆର୍‌ଆର୍‌ଟିରେ ଥିବା ଡାକ୍ତର ଓ ନର୍ସମାନଙ୍କୁ କେବଳ କରୋନା ପାଇଁ ନିଯୁକ୍ତି ଦିଆଯାଇଛି। ସେମାନେ ପୁନର୍ବାର ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଏପରି ବ୍ୟବହାର ଦୁର୍ଭାଗ୍ୟଜନକ
ରାପିଡ୍‌ ରେସ୍‌ପନ୍ସ ଟିମ୍‌ ସଂକ୍ରମିତଙ୍କୁ ଏଭଳି ବ୍ୟବହାର କରିବା ଦୁର୍ଭାଗ୍ୟଜନକ କଥା। କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ଯେଉଁ ଦାୟିତ୍ୱ ଦେଉଛି ତାହାକୁ ଠିକ୍‌ ଭାବେ ତୁଲାଇଲେ ରୋଗୀ ସଂଖ୍ୟା ହ୍ରାସ ପାଇବ। ସଂକ୍ରମିତମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ପ୍ରଶାସନ ଉପଯୁକ୍ତ ତଦାରଖ କରୁ
ଆର୍‌ଆର୍‌ଟିଙ୍କ କାର୍ଯ୍ୟ ଠିକ୍‌ ଭାବେ ପରିଚାଳିତ ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହାର ତଦାରଖ କରାଯାଉ ନାହିଁ। ସେଥିପାଇଁ ନିଯୁକ୍ତ ଟିମ୍‌ ସଦସ୍ୟମାନେ ଏପରି କାର୍ଯ୍ୟ କରୁଛନ୍ତି। ତେଣୁ ଅବହେଳା କରୁଥିବା ଡାକ୍ତର, କର୍ମଚାରୀଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉ।
-ହିମାଂଶୁ ସାମଲ, ଅନୁଗୋଳ ସହରବାସୀ
ଚେତାବନୀ ଦିଆଯାଇସାରିଛି
ରାପିଡ୍‌ ରେସପନ୍ସ ଟିମ୍‌ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଦିଆଯାଇଥିବା ବ୍ରୋଚର ପୂରଣ କରିବେ। କିଟ୍‌ରେ ଥିବା ମେଡିସିନ୍‌ କେଉଁ ସମୟରେ ଖାଇବେ ତାହା ମଧ୍ୟ କହିବେ। ଅଭିଯୋଗ ପରେ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଏଣିକି ଅବହେଳା କଲେ ଆବଶ୍ୟକ ପଦକ୍ଷେପ ନିଆଯିବ।
-ଡାକ୍ତର ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri