Posted inଖେଳ

ଝଡ଼ ତୋଫାନରେ ଉଡ଼ିଲା ଏହି ଷ୍ଟାଡିୟମ ଛାତ

ମୁମ୍ବାଇ, ୬।୮: ଭାରତର ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ ମଧ୍ୟରୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ ଅନ୍ୟତମ। କିନ୍ତୁ ବୁଧବାର ମୁମ୍ବାଇରେ ଲଗାଣ ବର୍ଷା ସାଙ୍ଗକୁ ପବନ ହେବା ଯୋଗୁ ଏହି ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ଷ୍ଟାଡିୟମର ଛାତ ଉଡ଼ିଯାଇଥିବା ଜଣାପଡ଼ିଛି। ନଭି ମୁମ୍ବାଇ ପୋଲିସ କମିଶନର ଷ୍ଟାଡିୟମର କ୍ଷୟକ୍ଷତି ହୋଇଥିବା ନେଇ ସୋସିଆଲ ମିଡିଆରେ ଡିଓ୍ବାଇ ପାଟିଲ ଷ୍ଟାଡିୟମର କେତୋଟି ଫଟୋ ଛାଡ଼ି ସୂଚନା ଦେଇଛନ୍ତି। ୨୦୦୮ ଏପ୍ରିଲରେ ଡିଓ୍ବାଇ ପାଟିଲ ଷ୍ଟାଡିୟମର ନିର୍ମାଣ ହୋଇଥିଲା। ଏହାର ଦର୍ଶକ କ୍ଷମତା ୬୦ ହଜାର ହୋଇଥିବାବେଳେ ଇଡେନ ଗାର୍ଡେନ୍ସ ପରେ ଏହାକୁ ଭାରତର ଦ୍ୱିତୀୟ ବୃହତ୍‌ ଷ୍ଟାଡିୟମର ମାନ୍ୟତା ମିଳିଛି। ଏଠାରେ ୪ଟି ଫ୍ଲଡ ଲାଇଟ୍‌ ରହିଥିବାବେଳେ ବର୍ଷା ଓ ପବନ ଯୋଗୁ ଏଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ତରଭୁଜ-ଅମୃତଭଣ୍ଡା ଚାଷ ଶିଖୁଛନ୍ତି ଧୋନୀ

ନୂଆଦିଲ୍ଲୀ,୨୭।୨: ଆଗକୁ ଆସୁଛି ଆଇପିଏଲ୍‌-୨୦୨୦। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତରଭୁଜ ଏବଂ ଅମୃତ ଭଣ୍ଡା ଚାଷ...

ମୁହଁ ମାଡ଼ି ପଡ଼ିଲା ଟିମ୍‌ ଇଣ୍ଡିଆ

ଲିଡ୍ସ,୨୮।୮: ଲଡର୍‌ସ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ଇନିଂସ ଓ ୭୬ ରନ୍‌ରେ ହରାଇ ଦେଇଛି...

ପୂଜାରା-ଆୟାରଙ୍କ ଅର୍ଦ୍ଧଶତକ: ଭାରତର ସ୍କୋର ୨୦୦ ଟପିଲା

ଚଟ୍ଟୋଗ୍ରାମ,୧୪।୧୨: ଚଟ୍ଟୋଗ୍ରାମରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚେତେଶ୍ୱର ପୂଜାରା ଏବଂ ଶେୟାୟାଶ ଆୟାର ବାଂଲାଦେଶ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ତିନି ନମ୍ବରରେ...

ଖରାପ ବ୍ୟାଟିଂ ସତ୍ତ୍ୱେ ଶୁଭମନ ଗିଲ୍‌ଙ୍କୁ ମିଳିଲା ଖାସ୍‌ ସମ୍ମାନ

ଲଣ୍ଡନ,୨୯।୬: ଭାରତୀୟ କ୍ରିକେଟ୍‌ ଦଳର ଓପନର୍‌ ଶୁଭମନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ବ୍ୟାଟ୍ସମ୍ୟାନ ଭାବେ ବିଫଳ ହୋଇଥାଇ ପାରନ୍ତି, କିନ୍ତୁ ଫିଲ୍ଡିଂ ପାଇଁ...

ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’

ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍‌ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ...

ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା

ଟି୨୦ ବିଶ୍ୱକପ୍‌ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍‌ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ...

ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ...

‘ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ’

ନୂଆଦିଲ୍ଲୀ,୧୬।୧: ଟେଷ୍ଟ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଓହରିବା ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚୟ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ସିରିଜ୍‌ ହାରିବା...

Advertisement
Archives

Model This Week